ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ତାଲା ଝୁଲିବ

କଟକ ଅଫିସ,୩୧ା୧୦: ଏସ୍‌ସିବି ମେଡିକାଲ୍‌ର ଗୋଟିକ ପରେ ଗୋଟିଏ ବିଭାଗ ଏବେ ବନ୍ଦ ହେବା ସ୍ଥିତିରେ। ଗୁରୁତ୍ୱପୂର୍ଣ୍ଣ ହୃଦ୍‌ବକ୍ଷଶଲ୍ୟ (ସିଟିଭିଏସ୍‌) ବିଭାଗ ଡାକ୍ତର ଅଭାବରୁ ଅଚଳାବସ୍ଥାକୁ ଆସି ଥିବାବେଳେ ତା’ଠୁ ଅଧିକ ସମସ୍ୟା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅନ୍ତଃସ୍ରାବୀ ବିଜ୍ଞାନ ବା ଏଣ୍ଡୋକ୍ରାଇନୋଲୋଜିରେ ଉପୁଜିଛି। ଜଣେ ମାତ୍ର ପ୍ରଫେସରଙ୍କୁ ନେଇ ଏହି ବିଭାଗ ଚାଲିଛି। ସମ୍ପୃକ୍ତ ପ୍ରଫେସର ୨୦୨୦ ଜୁନରେ ଚାକିରିରୁ ଅବସର ଗ୍ରହଣ କରିବେ। ଏହା ପରେ ଏହି ବିଭାଗର ଭବିଷ୍ୟତକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ୨୦୦୮ ପରଠାରୁ ଉକ୍ତ ବିଭାଗକୁ ଜଣେ ବି ଡାକ୍ତର ଯୋଗାଇ ଦେଇନାହାନ୍ତି ସରକାର। ୨୦୦୮ରେ ଯେଉଁ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ମିଳିଥିଲା ସେ ଗତ ଅଗଷ୍ଟରୁ ଚାକିରିରୁ ଇସ୍ତଫା ଦେଇ ଚାଲିଯାଇଛନ୍ତି। ଫଳରେ ମେଡିକାଲ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନଠାରୁ ଆରମ୍ଭ କରି ସନ୍ଦର୍ଭ ପ୍ରସ୍ତୁତ ଓ ରୋଗୀସେବା ଆଦି କ୍ଷେତ୍ରରେ ନାନା ସମସ୍ୟା ଉପୁଜିଛି।
୧୯୭୮ରେ ଏସ୍‌ସିବି ମେଡିକାଲରେ ଏଣ୍ଡୋକ୍ରାଇନୋଲୋଜି ବିଭାଗ ଖୋଲିଥିଲା। ୨୦ଟି ବେଡ୍‌କୁ ନେଇ ଚାଲିଥିବା ଏହି ବିଭାଗରୁ ବର୍ଷକୁ ୨ଜଣ ପିଜି ଛାତ୍ର ବାହାରନ୍ତି। ବିଭାଗର ରୋଗୀ ହାରକୁ ଦେଖିଲେ ଜଣାପଡ଼େ ବର୍ଷକୁ ଆଉଟଡୋରକୁ ୫୦ରୁ ୫୨ହଜାର ଏବଂ ଇନ୍‌ଡୋରକୁ ୭୦୦ରୁ ୭୫୦ ରୋଗୀ ଆସିଥାନ୍ତି। ଗତବର୍ଷର ତଥ୍ୟ ଅନୁଯାୟୀ, ଆଉଟଡୋରକୁ ୫୨ହଜାର ରୋଗୀ ଆସିଥିବାବେଳେ ଇନ୍‌ଡୋରରେ ୭୭୦ଜଣ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ମଧୁମେହ, ୭ରୁ ୮ ପ୍ରତିଶତ ଥାଇରଏଡ୍‌ ଏବଂ ଅନ୍ୟମାନେ ବିଭିନ୍ନ ଅନ୍ତଃସ୍ରାବୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ମୁଖ୍ୟତଃ ଅନେକ ଜଟିଳ ଅନ୍ତଃସ୍ରାବୀ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ମଧୁମେହ ରୋଗୀଙ୍କ କଥା ନ କହିବା ଭଲ। ଏଭଳି ସ୍ଥିତିରେ ଏହି ବିଭାଗ ବନ୍ଦ ହେବାକୁ ଯାଉଥିବାରୁ ଶହ ଶହ ରୋଗୀଙ୍କ ପାଇଁ ଚିନ୍ତା ବଢାଇଛି। ଡାକ୍ତର ଯୋଗାଇଦେବା ପାଇଁ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଏ.କେ. ବଳିୟାରସିଂ ଇତିମଧ୍ୟରେ ସରକାରଙ୍କୁ ଚିଠି ଲେଖି ଅବଗତ କରାଇବା ପରେ ମେଡିକାଲ କଲେଜ ପ୍ରିନ୍ସିପାଲ ଏବଂ ଅନ୍ୟାନ୍ୟ ପଦାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଡାକ୍ତର ଅଭାବଜନିତ କାରଣ ମଧ୍ୟ ଆଉ ଏକ ବଡ଼ ସମସ୍ୟାକୁ ଆମନ୍ତ୍ରଣ କରୁଛି। ୨୦୨୧-୨୨ ମସିହାରେ ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ଏମ୍‌ସିଆଇ ଇନ୍ସିସ୍ପେକ୍ସନ ହେବ। ସେତେବେଳକୁ ଯଦି ଏମ୍‌ସିଆଇ ଗାଇଡ୍‌ଲାଇନ ଅନୁଯାୟୀ ଡାକ୍ତର ନ ଥାନ୍ତି ତାହାହେଲେ ଏହି ବିଭାଗକୁ ମିଳିଥିବା ୨ଟି ଡିଏମ୍‌ ସିଟ୍‌ ପ୍ରତ୍ୟାହାର ହେବା ଆଶଙ୍କା ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରତି ସରକାର ଆଖି ବୁଜିଦେବା ଘଟଣାକୁ ସଚେତନ ଲୋକେ ସହଜରେ ଗ୍ରହଣ କରୁନାହାନ୍ତି।
ରାଜ୍ୟ ରୋଗୀ ଅଧିକାର ମଞ୍ଚର ସଭାପତି ଅମିୟ ଭୂଷଣ ବିଶ୍ୱାଳ କହିଛନ୍ତି, ଅନ୍ତଃସ୍ରାବୀ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ଏଭଳି ବିଭାଗ ବନ୍ଦ ହେବା ସ୍ଥିତିକୁ ଆସିବା ରାଜ୍ୟ ପାଇଁ ଭଲ ଖବର ନୁହେଁ। ସାମାଜିକ କର୍ମୀ ଦୀପକ ଆଚାର୍ଯ୍ୟ କହିଛନ୍ତି, ସରକାର ଏବେ ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସ୍ଥାକୁ ଲୋକାଭିମୁଖୀ କରୁଛନ୍ତି। ମାତ୍ର ଏହା କିଭଳି ଲୋକାଭିମୁଖୀ ହେଉଛି ତାହା ଏଣ୍ଡୋକ୍ରାଇନୋଲୋଜି ବିଭାଗରୁ ଜଣାପଡ଼ୁଛି। ଏ ନେଇ ମେଡିକାଲର ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା କହିଛନ୍ତି, ବ୍ରହ୍ମପୁର ମେଡିକାଲ କଲେଜର ଜଣେ ଡାକ୍ତରଙ୍କୁ ଏଠାକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ଉକ୍ତ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି। ଅନ୍ୟପକ୍ଷରେ ଭିତିରି ସୂଚନା ଅନୁଯାୟୀ, ବ୍ରହ୍ମପୁର ମେଡିକାଲ କଲେଜରେ ମାତ୍ର ଦୁଇବର୍ଷ ତଳେ ଏଣ୍ଡୋକ୍ରାଇନୋଲୋଜି ବିଭାଗ ଖୋଲିଛି। ସେଠାରେ ଏହି ବିଭାଗରେ ୨ଜଣ ଡାକ୍ତର ରହିଛନ୍ତି। ଯଦି ଜଣଙ୍କୁ ଏସ୍‌ସିବିକୁ ଅଣାଯାଏ ତା’ହେଲେ ସେଠାକାର ବିଭାଗ ମଧ୍ୟ ବନ୍ଦ ହେବା ଭଳି ପରିସ୍ଥିତି ଉପୁଜିବ। ତେଣୁ ସରକାର ତୁରନ୍ତ ନୂଆ ଡାକ୍ତର ନିଯୁକ୍ତି ନ ଦେଲେ ଏସ୍‌ସିବିର ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ୮ମାସ ପରେ ତାଲା ଝୁଲିବା ଏକପ୍ରକାର ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri