‘ଏଣ୍ଟରପ୍ରେନିୟର୍ସ ୱିକ୍‌’ର ଶୁଭାରମ୍ଭ: ଏମ୍‌ଏସ୍‌ଏମ୍‌ଇରେ ରହିଛି ପ୍ରଭୂତ ସମ୍ଭାବନା

ଭୁବନେଶ୍ୱର,୫।୩(ବ୍ୟୁରୋ)- ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ପ୍ରଭୂତ ସମ୍ଭାବନା ରହିଛି। ଓଡ଼ିଶାରେ ଯେକୌଣସି ଉତ୍ପାଦର ଉତ୍ପାଦନ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିଛି ବୋଲି ଗୁରୁବାର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ଭୁବନେଶ୍ୱରଠାରେ ୧୬ତମ ଏଣ୍ଟରପ୍ରେନିୟର୍ସ ସପ୍ତାହ ଉଦ୍‌ଘାଟନ କରି ମନ୍ତ୍ରୀ ଏହା କହିଥିଲେ।
ଦିବ୍ୟଶଙ୍କର କହିଥିଲେ ଯେ, ରିତେଶ ଅଗ୍ରୱାଲ୍‌ ଏବଂ ଓମ୍‌ ମହାନ୍ତିଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କ ୨୦୩୦ ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ୩ ଟ୍ରିଲିୟନ୍‌ ଡଲାରରେ ପହଞ୍ଚାଇବା କୌଣସି ଅସୁବିଧା ନାହିଁ, ଏଥି ପାଇଁ ଆମର ମାନସିକତା ଆବଶ୍ୟକତା ରହିଛି ବୋଲି କହିଥିଲେ। ବିଜୁବାବୁଙ୍କ ଜୟନ୍ତୀ ତିଥିରେ ଏହି କାର୍ଯ୍ୟକ୍ରମ ଆୟୋଜନ ଅଧିକ ଗୁରୁତ୍ୱ ବହନ କରୁଥିବା ଦର୍ଶାଇ ନୂତନ ଓଡ଼ିଶା ଗଠନରେ ସେହି ମହାନ ନେତାଙ୍କ ଭୂମିକାକୁ ସ୍ମରଣ କରିଥିଲେ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ରାଜ୍ୟ ବହୁ ଉଦ୍ୟୋଗୀଙ୍କ ସମେତ ଖାଦ୍ୟ ପ୍ରକ୍ରିୟାକରଣ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ, ହ୍ୟାଣ୍ଡଲୁମ୍‌ ଓ ଟେକ୍ସଟାଇଲ୍‌, କୟର ବୋର୍ଡ ପ୍ରଭୃତିର ପ୍ରତିନିଧିଗଣ ଯୋଗଦେଇଥିଲେ। ଏହା ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଏହି କ୍ଷେତ୍ରରେ ଲୋକଙ୍କ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରୁଥିବା ଦୃଷ୍ଟିକୋଣରୁ ସରକାର ଏହାକୁ ସହଯୋଗ କରିବା ପାଇଁ ଆଗେଇ ଆସିଥିବା ଶର୍ମା ଦର୍ଶାଇଥିଲେ। ନିକଟରେ ବିଭାଗ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସେ ସୂଚନା ଦେଇଥିଲେ ା ସେ ଏ କ୍ଷେତ୍ରରେ ନିବେଶକ ତଥା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁସବୁ
ସମସ୍ୟା ରହିଛି ତାକୁ ସମାଧାନ କରିବା ପାଇଁ ବିଭାଗ ଯତ୍ନବାନ ଥିବା ପ୍ରକାଶ କରିଥିଲେ। ବର୍ତ୍ତମାନ ଆଗ ତୁଳନାରେ ପଞ୍ଜୀକରଣ, ବ୍ୟାଙ୍କ ଋଣ ଯୋଗାଣ ପ୍ରଭୃତି ଅତି ସହଜରେ ହୋଇପାରୁଛି ବୋଲି ପ୍ରମୁଖ ସଚିବ କହିଛନ୍ତି। ଇପିଏମ୍‌ ନିର୍ଦ୍ଦେଶକ ଏସ୍‌.କେ. ଜେନା ବିଭାଗ ତରଫରୁ ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ପକର୍ର୍ରେ ଅବଗତ କରି ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ପରେ ଏମ୍‌ଏସ୍‌ଏମ୍‌ଇ ଇଣ୍ଡିଆର ନିର୍ଦ୍ଦେଶକ ଡ. ଏସ୍‌.କେ. ସାହୁ ବର୍ତ୍ତମାନ ରାଜ୍ୟରେ ୪ ଲକ୍ଷ ୩୧ ହଜାର ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକୃତ ହୋଇଥିବା ଦର୍ଶାଇ ଓଡ଼ିଶା କିପରି ବର୍ତ୍ତମାନ ନିବେଶକମାନଙ୍କ ନିମନ୍ତେ ଏକ ସର୍ବୋତ୍ତମ ପସନ୍ଦଯୋଗ୍ୟ ରାଜ୍ୟ ହୋଇପାରିଥିବା ମତ ଦେଇଥିଲେ। ମଞ୍ଚାସୀନ ଓଡ଼ିଶା ରାଜ୍ୟ ଅର୍ଥ ନିଗମର ପରିଚାଳନା ନିର୍ଦ୍ଦେଶକ ପି.କେ. ଜେନା ଏମ୍‌ଏସ୍‌ଏମ୍‌ଇ ପାଇଁ ନିଗମ ଦାୟିତ୍ୱ ଏବଂ ତା’ର ପରିଚାଳନା ସମ୍ପର୍କରେ ଅବଗତ କରିଥିଲେ। ପରେ ଓଡ଼ିଶା ଇଣ୍ଡଷ୍ଟ୍ରିଜ୍‌ ଫେଡେରେସନ୍‌ର ଅଧ୍ୟକ୍ଷ ଡ. ଶରତ କୁମାର ସାହୁ, ଓଡ଼ିଶା ହିଁ ସମଗ୍ର ଭାରତ ବର୍ଷରେ ଗୋଟିଏ ରାଜ୍ୟ ଯିଏ କି ଏଣ୍ଟରପ୍ରେନିୟର୍ସ ସପ୍ତାହ ପାଳନ କରୁଥିବା ଏବଂ ସେ କେଉଁ ପରିପ୍ରେକ୍ଷୀରେ ଶିଳ୍ପ ବିଭାଗରୁ ଏମ୍‌ଏସ୍‌ଏମ୍‌ଇକୁ ପୃଥକ କରି ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଥିଲା, ତାହା ବର୍ଣ୍ଣନା କରିଥିଲୋ ଏଥି ସହିତ ବିଭାଗରେ ରହିଥିବା କାର୍ଯ୍ୟ ନିମନ୍ତେ ଦୂରଦୂରାନ୍ତରୁ ଆସୁଥିବା ଏଣ୍ଟରପ୍ରେନିୟରମାନେ ଯେପରି ହଇରାଣ ନହୁଅନ୍ତି ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ଦିବସ ଧାର୍ଯ୍ୟ କରି ଜଣାଇଲେ ସମସ୍ତେ ଲାଭବାନ ହୁଅନ୍ତେ ବୋଲି ସଚିବଙ୍କୁ ଅନୁରୋଧ କରିଥିଲେ। ତା’ଛଡ଼ା ରାଜ୍ୟସ୍ତରୀୟ ବ୍ୟାଙ୍କ ସଂଯୋଜନା କମିଟି ସୃଷ୍ଟି କରି ବ୍ୟାଙ୍କ ଏବଂ ଏଣ୍ଟରପ୍ରେନିୟରମାନଙ୍କ ସମନ୍ବୟ ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ସେହିପରି ରୁଗ୍‌ଣ ଶିଳ୍ପସଂସ୍ଥାଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ପ୍ରୟାସ ପାଇଁ ଯୋଜନା କରିବାକୁ ଅନୁରୋଧ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ଦଶମ-ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

କେସିଙ୍ଗା,୩୧ା୫(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଯୋଲକୋ ସ୍ଥିତ ବୌଦ୍ଧ ମଣ୍ଡପ ଠାରେ ଚଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୮୦ ପ୍ରତିଶତରୁ…

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

ରାଉତିଆ ସମାଜକୁ ଅନୁସୂଚିତ ଜନଜାତି ମାନ୍ୟତା ଦାବି ତେଜିଲା

କୁତ୍ରା,୩୧ା୫(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗଝରିଆ ଗ୍ରାମରେ ରବିବାର ଅଖିଳ ଭାରତୀୟ ରାଉତିଆ ସମାଜର ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ…

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri