ଏଠି ପ୍ରତିବର୍ଷ ମହିଳାଙ୍କ ପାଇଁ ଆୟୋଜିତ ହୁଏ ହର୍ସ ରେସ୍‌

ବ୍ରିଟେନରେ ଏମିତି ଏକ ହର୍ସ ରେସ୍‌ ବା ଘୋଡା ଦୌଡ ଆୟୋଜନ କରାଯାଇଥାଏ ଯେଉଁଥିରେ କେବଳ ମହିଳାମାନେ ହିଁ ଭାଗ ନେଇଥାଆନ୍ତି। ଏଥିରେ ଟେଲିଭିଜନ୍‌ ଆଙ୍କର, ଫ୍ୟାଶନ୍‌ ଏକ୍ସପର୍ଟ, ମଡେଲ, ଛାତ୍ରୀ ତଥା ଗୃହିଣୀ ସମସ୍ତେ ଭାଗ ନେବାର ସୁବିଧା ଥାଏ। ପ୍ରତିବର୍ଷ ଅଗଷ୍ଟ ୧ରେ ଏହା ଆୟୋଜିତ ହୋଇଥାଏ। ଏହା ‘ମଙ୍ଗୋଲିୟା କପ୍‌ ହର୍ସ ରେସ୍‌’ ଭାବେ ପରିଚିତ। ପ୍ରଥମେ ଏହା ୨୦୧୨ରେ ଆରମ୍ଭ କରାଯାଇଥିବା ବେଳେ ଚଳିତ ବର୍ଷ ଏହାର ସପ୍ତମ ସଂସ୍କରଣର ଆୟୋଜନ କରାଯାଇଛି। ଏହି ଦିନକୁ ବ୍ରିଟେନର ‘ଲେଡିଜ୍‌ ଡେ’ ବୋଲି ମଧ୍ୟ କୁହାଯାଏ। ଏଥିରେ ୧୧ ଜଣ ମହିଳା ଭାଗ ନେଇଥାଆନ୍ତି। ଏହି କାର୍ଯ୍ୟକ୍ରମରୁ ଯାହା ଆୟ ହୁଏ ତାକୁ ବିଶ୍ୱର ମହିଳାମାନଙ୍କ ହିତରେ ଖର୍ଚ୍ଚ କରାଯାଇଥାଏ। ଚଳିତ ବର୍ଷ ଏଥିରୁ ୨୦ କୋଟି ଟଙ୍କା ଆୟ ହେବ ବୋଲି ଅନୁମାନ କରାଯାଇଛି। କାରଣ ଚଳିତ ବର୍ଷ ଏହାକୁ ଦେଖିବାକୁ ପ୍ରାୟ ୩୦ ହଜାର ଲୋକ ଆସିପାରନ୍ତି। ପ୍ରଥମେ ୨୦୧୨ରେ ଆରମ୍ଭ ହୋଇଥିବା ଏହି ରେସ୍‌ ଦେଖିବାକୁ ପ୍ରାୟ ୧୦ ହଜାର ଲୋକ ଆସିଥିବା କୁହାଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଯେଉଁମାନେ ଭାଗ ନିଅନ୍ତି ସେମାନେ କେହି ପେଶାରେ ଘୋଡା ଚଢାଳି ନୁହେଁ। ତେଣୁ ରେସ୍‌ ଆୟୋଜନର ୨ ମାସ ପୂର୍ବରୁ ସେମାନଙ୍କୁ ଘୋଡା ଚଢା ତାଲିମ ଦିଆଯାଇଥାଏ। ଏଥିରେ ବ୍ରିଟେନର ପ୍ରତିଷ୍ଠିତ ଭିକ୍ଟୋରିଆ ରେସିଂ କ୍ଲବର ସଦସ୍ୟ ଜର୍ଜିୟା କୋନୋଲିଙ୍କୁ ରେସ୍‌ର ଆମ୍ବାସଡର କରାଯାଇଛି। ଏଥର ଏହି ରେସିଂ ଇତିହାସରେ ପ୍ରଥମ ଥର ଲାଗି ୧୮ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଖାଲିଜା ମଲ୍ଲା ହିଜାବ ବୁର୍ଖା ପିନ୍ଧି ଭାଗ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଠୋପା ହେଲା ସୁନା, ବୈଜ୍ଞାନିକଙ୍କ ଗୁରୁତ୍ୱପୂର୍ଣ୍ଣ ଗବେଷଣା…

ପ୍ରାଗ,୧।୮: ଚେକ୍‌ ରିପବ୍ଲିକ୍‌ର ଗବେଷକମାନେ ପାଣି ଠୋପାରୁ ସୁନା ତିଆରି କରିଛନ୍ତି। ପ୍ରାଗର ଚେକ ଏକାଡେମୀ ଅଫ ସାଇନ୍ସରେ ବାୟୋକେମିକାଲ ବୈିଜ୍ଞାନିକମାନଙ୍କ ଦ୍ୱାରା ଏଭଳି ଅସାଧାରଣ...

କିଶିଦା ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ, ୫ା୧୦: ଜାପାନ ପାର୍ଲାମେଣ୍ଟରେ ଫୁମିଓ କିଶିଦା ସୋମବାର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ବର୍ଷେ କ୍ଷମତାରେ ରହିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା...

ଦଣ୍ଡିବା ଶକ୍ତି ଯା’ର ଥାଇ, ସେ ପୁଣି କ୍ଷମା ଆଚରଇ…

କ୍ଷମା ଏକ ଦିବ୍ୟଗୁଣ। ଏହାଠାରୁ ବଳି ଅନ୍ୟ କିଛି ନାହିଁ। ପ୍ରତିବର୍ଷ ଜୁଲାଇ ୭କୁ ବିଶ୍ୱ କ୍ଷମା ଦିବସ ଭାବେ ପାଳନ କରାଯାଇଥାଏ। କ୍ଷମା ଦ୍ୱାରା...

ଆଫଗାନିସ୍ତାନ ଭବିଷ୍ୟତ ତାଲିବାନ ଶାସନ ଉପରେ ନିର୍ଭର କରିବ: ଜାତିସଂଘ…

ଜେନେଭା,୧୧।୯: ଆଫଗାନିସ୍ତାନର ଭବିଷ୍ୟତ ତାଲିବାନ ଶାସନ ଉପରେ ନିର୍ଭର କରିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘ ସୁରକ୍ଷା ପରିଷଦରେ ଆଫଗାନିସ୍ତାନ ସହାୟତା ମିଶନର ପ୍ରମୁଖ...

ପାକିସ୍ତାନରେ ୫୦୦ ଏଚ୍‌ଆଇଭି ସଂକ୍ରମିତ

ରାତୋଦରୋ,୧୮।୫: ଦକ୍ଷିଣ ପାକିସ୍ତାନର ଅବହେଳିତ ଜିଲା ଲାର୍‌କାନାର ବିଭିନ୍ନ ଗଁାରେ ପାଖାପାଖି ୫ଶହ ଜଣ ଏଚ୍‌ଆଇଭିର ଶିକାର ହୋଇଛନ୍ତି। ତନ୍ମଧ୍ୟରେ ୪ଶହ ପିଲା ସଂକ୍ରମିତ। ଜନୈକ...

ବିମାନରେ ରୋମାନ୍ସ କଲେ ମଡେଲ, ୪୫ ମିନିଟ୍‌ ପାଇଁ ଦେଲେ ଏତିକି ଟଙ୍କା

ମୁମ୍ବାଇ: ଦୁନିଆରେ ଅନେକ ଲୋକଙ୍କର ଅଜବ ସଉକ ସବୁ ରହିଛି। ଅଧିକାଂଶ ଲୋକ ଭାବନ୍ତି ଅଧିକ ରୋଜଗାର କଲେ ବିଳାସପୂର୍ଣ୍ଣ ଜୀବନ ବିତାଇବେ। ନିଜର ଇଚ୍ଛା...

ଭାରତ ଚତୁର୍ଥ ଶକ୍ତିଶାଳୀ ଦେଶ, ଶୀର୍ଷରେ ଆମେରିକା…

ସିଡ୍‌ନୀ,୬।୧୨: ଭାରତ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ। ଲୋଓ୍ବ ଇନଷ୍ଟିଚ୍ୟୁଟ ପକ୍ଷରୁ ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୧ରେ ଏସିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରାଯାଇଛିି। ...

ରାଜଧାନୀରେ ବିନା ଦରମାରେ ୩୨ ବର୍ଷ ହେବ କାମ କରିଆସୁଛନ୍ତି ବୃଦ୍ଧ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୯।୮: ରାଜଧାନୀ ଦିଲ୍ଲୀର ସିଲମପୁର ଲାଲବତି ଛକରେ ଜଣେ ବୃଦ୍ଧ ଟ୍ରାଫିକ ପୋଲିସ ୟୁନିଫର୍ମ ପିଦ୍ଧି ଟ୍ରାଫିକ ସିଷ୍ଟମ ଚଲାଉଥିବା ଦେଖିବାକୁ ମିଳୁଛି। ଦୀର୍ଘ...

Advertisement
Archives

Model This Week