ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ ଦେଶରେ ଏମିତି ସଡ଼କ ନିର୍ମାଣ କରାଯାଇଛି। କାରଣ ରାସ୍ତାରେ ଯିବା ସମୟରେ ବେଳେ ବେଳେ ଡ୍ରାଇଭରଙ୍କୁ ନିଦ ଲାଗିବାରୁ ଦୁର୍ଘଟଣା ହୋଇଥାଏ। କିନ୍ତୁ ସଙ୍ଗୀତ ଶୁଣିଲେ ଆଉ ଡ୍ରାଇଭରଙ୍କୁ ନିଦ ଲାଗି ନ ଥାଏ। ତେଣୁ ସହଜରେ ଦୁର୍ଘଟଣାକୁ ଏଡାଯାଇପାରେ। ଆମେରିକା କାଲିଫର୍ନିଆର ଗ୍ଲସେଷ୍ଟର ସହରରେ ରହିଛି ଏମିତି ଏକ ମ୍ୟୁଜିକାଲ ରୋଡ୍‌। ଏହି ରାସ୍ତାରେ ସ୍ଥାନେ ସ୍ଥାନେ ମ୍ୟୁଜିକର ଧୁନ୍‌ ଶୁଣିବାକୁ ମିଳେ। ଏଥିପାଇଁ ରାସ୍ତାକଡରେ କେତେକ ମ୍ୟୁଜିକ୍‌ ସିଷ୍ଟମ ଖଞ୍ଜି ଦିଆଯାଇଛି। ଅବଶ୍ୟ ପ୍ରଥମେ କେତେକେ ଏହାକୁ ବାରଣ କରିଥିଲେ। ହେଲେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକଙ୍କ ଅନୁରୋଧକ୍ରମେ ପୁଣିଥରେ ରାସ୍ତାକଡରେ କେତେକ ସ୍ଥାନରେ ମ୍ୟୁଜିକ ସିଷ୍ଟମର ବ୍ୟବସ୍ଥା କରାଯାଇଛି। ତେବେ ଘଣ୍ଟାକୁ ୫୫ କିଲୋମିଟର ବେଗରେ ଯାଉଥିବା ଲୋକେ ଏହି ମ୍ୟୁଜିକର ମଜା ନେଇପାରିବେ। ଡେନ୍‌ମାର୍କରେ ରହିଛି ‘ଦ ଅସଫାଲଟୋଫୋନ୍‌’ ନାମକ ଏକ ମ୍ୟୁଜିକାଲ ରୋଡ। ଏହା ବିଶ୍ୱର ପ୍ରଥମ ମ୍ୟୁଜିକାଲ ରୋଡ ବୋଲି ଦାବି କରାଯାଉଥିବା ବେଳେ ୧୯୯୫ରେ ଏହାର ନିର୍ମାଣ କରାଯାଇଥିବା କୁହାଯାଏ। ତେବେ ଏହି ସଡ଼କର ବିଶେଷତ୍ୱ ହେଉଛି ଏହା ଉପର ଦେଇ ଯାତ୍ରା କରୁଥିବା ଲୋକେ କିଛି ସମୟ ଅନ୍ତରାଳରେ ଭିନ୍ନ ଭିନ୍ନ ପ୍ରକାରର ମ୍ୟୁଜିକ ଶୁଣିବାର ମଜା ଉଠାଇପାରିବେ। ଖାଲି ସେତିକି ନୁହେଁ, ଜାପାନ, ନ୍ୟୁ ମେକ୍ସିକୋ ଓ ଦକ୍ଷିଣ କୋରିଆରେ ମଧ୍ୟ ରହିଛି ଏମିତି କିଛି ମ୍ୟୁଜିକାଲ ରୋଡ। ଏବେ ଅନ୍ୟ ଦେଶଗୁଡିକ ମଧ୍ୟ ମ୍ୟୁଜିକାଲ ରୋଡ ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପେନ୍‌ରେ ଦିନକରେ ୨ ହଜାର ସଂକ୍ରମିତ

ମାଡ୍ରିଡ୍‌,୧୬।୩ : ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ହାର କମିଥିବାବେଳେ ୟୁରୋପୀୟ ଦେଶଗୁଡ଼ିକରେ ଏହା ଦ୍ରୁତବେଗରେ ମାଡିଚାଲିଛି। ସ୍ପେନ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୦୦...

ଗୋଟିଏ ନାଗୁଣୀ ପାଇଁ ଲଢ଼ିଲେ ୩ ସାପ, ଭିଡିଓ ଦେଖିଲେ…

ଅଷ୍ଟ୍ରେଲିଆରେ ଏକ ନାଗୁଣୀ ପାଇଁ ୩ ନାଗ ସାପ ଲଢ଼ିଥିଲେ। ଏହି ସାପର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ...

ସେବାରେ ମନ

କେବେ କାହାର ସେବା କରିଛନ୍ତି? ସେବାରୁ ମିଳୁଥିବା ଆତ୍ମତୃପ୍ତିକୁ ଅନୁଭବ କରିଛନ୍ତି? ବୋଧହୁଏ ନିଜ ଲୋକଙ୍କର ସେବା ହୁଏତ କେବେକେବେ କରିଥିବେ। କିନ୍ତୁ ସମ୍ପୂର୍ଣ୍ଣ ଅଜଣା...

ସାଙ୍ଗିଆ ଚୟନ ସ୍ବାଧୀନତା

ପ୍ୟାରିସ୍‌, ୨୨।୧୨: ନାରୀ ସଶକ୍ତୀକରଣର ପ୍ରସଙ୍ଗ ଉଠିଲେ ପ୍ରଥମେ ଆଲୋଚନା ହୁଏ ମହିଳା ସ୍ବାଧୀନତା ଉପରେ। ହେଲେ ଶିଶୁ ଜନ୍ମ ହେବା ପରେ ତା’ର ସାଙ୍ଗିଆ...

ଏହି ଭୂତ କୋଠରୀରେ କିଛି ଘଣ୍ଟା ବିତାଇଲେ ମିଳିବ ୧୪ ଲକ୍ଷ ଟଙ୍କା

ବିଶ୍ୱରେ ଅନେକ ପ୍ରକାଶ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରେ କେହି ଭୂତପ୍ରେତ ଉପରେ ବିଶ୍ୱାସ କରୁଥିଲାବେଳେ ଆଉ କେହି ଏହାକୁ ମନଗଢା କାହାଣୀ କହି ଏଡାଇ...

କରୋନା ଟିକା ନେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଇସ୍ରାଏଲ,୨୦।୧୨-ଶନିବାର କରୋନା ଟିକା ନେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ଦେଶର ପ୍ରଥମ ନାଗରିକ ଭାବେ ସେ ଏହି ଟିକା ଗ୍ରହଣ କରିଛନ୍ତି। ଏକ ଟିଭି...

୪୪ ଦେଶକୁ ବ୍ୟାପିଲା ଭାରତୀୟ ଭାରିଆଣ୍ଟ୍‌…

ଜେନେଭା,୧୨।୫: ଭାରତରେ ଦେଖା ଦେଇଥିବା କରୋନା ମହାମାରୀ ଭାରିଆଣ୍ଟ୍‌ ୪୪ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଭାରତର କରୋନା ବିସ୍ଫୋରଣ ପାଇଁ...

ଜୀବନ କାଳ ମଧ୍ୟରେ ୨୦ କିଲୋଗ୍ରାମ ପ୍ଲାଷ୍ଟିକ୍‌ ଖାଉଛନ୍ତି ଲୋକେ!

ଲଣ୍ଡନ,୯ା୧୨: ଥରେ ଚିନ୍ତା କଲେ ଯଦି ଆପଣ କାହାକୁ ପଚାରନ୍ତି କ’ଣ ଖାଇଛନ୍ତି? ଯଦି ଉତ୍ତର ମିଳେ କ୍ରେଡିଟ୍‌ କାର୍ଡ, ବର୍ଗର, ପିଭିସି ପାଇପ ଇତ୍ୟାଦି।...

Advertisement
Archives

Model This Week