Posted inଜାତୀୟ

ଦାଦନଙ୍କ ପାଇଁ କେନ୍ଦ୍ରର ଯୋଜନା: ଏକ ଦେଶ ଏକ ରାଶନ କାର୍ଡ

ନୂଆଦିଲ୍ଲୀ,୧୫।୫: କରୋନା ଭାଇରସ୍‌ ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍‌ ଦେଶର ଅର୍ଥନୀତିକୁ ଉଜାଡ଼ିଦେଇଛି। ଏଥିଯୋଗୁ ସହରଗୁଡ଼ିକରେ ଜୀବିକା ହରାଇ ଗାଁମୁହାଁ ହୋଇଥିବା ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା ସବୁଠୁ ବେଶି ଦେଖିବାକୁ ମିଳିଛି। ଶହ ଶହ କି.ମି. ରାସ୍ତା ପାଦରେ ଚାଲି ଭିଟାମାଟିକୁ ଧାଉଁଥିବା ଶ୍ରମିକଙ୍କ ଦୁଃଖର କରୁଣ ଚିତ୍ର ଟିଭି ପରଦା ଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବା ପରେ ସରକାରଙ୍କୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଅସଙ୍ଗଠିତ କ୍ଷେତ୍ରର ଏହି ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆମତ୍ନିର୍ଭର ଭାରତ ଆର୍ଥିକ ପ୍ୟାକେଜ୍‌ର ଦ୍ୱିତୀୟ ଭାଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ ଏବଂ ଦୁଇମାସ ପାଇଁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ ନେଇ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁସାରେ ପ୍ରାୟ ୮ କୋଟି ଦାଦନ ଶ୍ରମିକ ଲାଭାନ୍ବିତ ହେବେ ବୋଲି ସରକାର ଆକଳନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମଙ୍ଗଳବାର ଘୋଷିତ ୨୦ ଲକ୍ଷ କୋଟିର ମେଗା ଆର୍ଥିକ ପ୍ୟାକେଜ ସମ୍ପର୍କରେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଦ୍ୱିତୀୟ ବିବରଣୀ ପ୍ରଦାନ କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ରାଜ୍ୟ ବାହାରେ ଫସିଥିବା କିମ୍ବା ନାମ ପଞ୍ଜୀକୃତ ହୋଇ ଦୋକାନରୁ ଉଚିତ ମୂଲ୍ୟରେ ରାଶନ ପାଉ ନ ଥିବା ଦାଦନ ଶ୍ରମିକମାନେ ଏହି ପ୍ୟାକେଜ୍‌ରୁ ଲାଭାନ୍ବିତ ହେବେ। ଏହାସହ ଯେଉଁ ଦାଦନମାନଙ୍କ ରାଶନ କାର୍ଡ ନାହିଁ ସେମାନଙ୍କୁ ପରବର୍ତ୍ତୀ ଦୁଇମାସ ପାଇଁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) କିମ୍ବା ରାଜ୍ୟ କାର୍ଡ ହିତାଧିକାରୀମାନଙ୍କୁ ଜଣପିଛା ୫ କେ.ଜି. ଶସ୍ୟ ପ୍ରଦାନ କରାଯିବ। ଏହାସହ ଏହି ବର୍ଗର ପ୍ରତି ପରିବାରକୁ ୧ କେ.ଜି. ଚଣା ଦୁଇମାସ ପାଇଁ ଦିଆଯିବ। ନିଜ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଏହା ଏକ ବୈଧ ଚିନ୍ତା। ଏଥିରୁ ୮ କୋଟି ପ୍ରବାସୀ ଲାଭବାନ ହେବେ। ଏଥିପାଇଁ ୩,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଏହି ଅର୍ଥ ବହନ କରିବେ।
ସୀତାରାମନ ଆହୁରି କହିଛନ୍ତି ଯେ, ୨୩ ରାଜ୍ୟର ୬୭ କୋଟି ହିତାଧିକାରୀଙ୍କ ପାଇଁ ‘ଏକ ଦେଶ ଏକ ରାଶନ କାର୍ଡ’ ବ୍ୟବସ୍ଥା ଲାଗୁ କରାଯିବ। ଏହି ଯୋଜନା ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ସହ ଜଡ଼ିତ ୮୩% ଜନସଂଖ୍ୟାକୁ କଭର୍‌ କରିବ। ୨୩ ରାଜ୍ୟରେ ଥିବା ୬୭ କୋଟି ରାଶନ କାର୍ଡଧାରୀ (ଯେଉଁମାନେ କି ପିଡିଏସ୍‌ ଜନସଂଖ୍ୟାର ୮୩%) ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ନ୍ୟାଶନାଲ ପୋର୍ଟେବିଲିଟି ଅଧୀନରେ ଆସିଯିବେ ଏବଂ ମାର୍ଚ୍ଚ ୨୦୨୧ ପୂର୍ବରୁ ୧୦୦% ନ୍ୟାଶନାଲ ପୋର୍ଟେବିଲିଟି ହାସଲ କରାଯାଇପାରିବ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପ୍ରବାସୀମାନଙ୍କୁ ଶସ୍ତାରେ ଭଡ଼ାଘର ଉପଲବ୍ଧ କରାଇବା ନେଇ ମଧ୍ୟ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ପ୍ରବାସୀମାନଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରବା ଲାଗି ରାଜ୍ୟ ସରକାରମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌) ବିନିଯୋଗ କରିବାକୁ ଅନୁମତି ଦେଇଛନ୍ତି। ଏହାସହ ଏସ୍‌ଡିଆର୍‌ଏଫ୍‌ ପାଇଁ ୧୧,୦୦୨ କୋଟି ଟଙ୍କାର ଅନୁଦାନ ମଧ୍ୟ ମଞ୍ଜୁର କରିଛନ୍ତି। ସେହିପରି ବାସଚ୍ୟୁତ ହୋଇଥିବା ଲୋକଙ୍କୁ ୩ ବେଳା ଖାଇବା ଦିଆଯାଉଥିବାବେଳେ ସେମାନଙ୍କ ପାଇଁ ଅର୍ଥ ବ୍ୟବସ୍ଥା ମଧ୍ୟ କରାଯାଇଛି। ଶ୍ରମ ଆଇନରେ ସଂଶୋଧନ ଆଣିବା ଉପରେ ମଧ୍ୟ କାମ ଚାଲିଛି ବୋଲି ସୀତାରାମନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଆଜି ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri