ଏକତ୍ର ହେବେ ନାହିଁ ୭ରୁ ଅଧିକ ଲୋକ

ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): କରୋନା ଭୂତାଣୁ (କୋଭିଡ୍‌-୧୯) ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ପ୍ରତିଦିନ ବିଭିନ୍ନ ଆଡ଼ଭାଇଜରି ଜାରି ସହ ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବାବେଳେ ଶୁକ୍ରବାର ଆଉଏକ ଆଡ୍‌ଭାଇଜରି ଜାରି ହୋଇଛି। କୌଣସି ପରିସ୍ଥିତିରେ ମଧ୍ୟ ୭ଜଣରୁ ଅଧିକ ଲୋକ ସର୍ବସାଧାରଣ ସ୍ଥାନରେ ଏକତ୍ର ହେବେ ନାହିଁ। ସ୍ଥିତିରେ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରାଯାଇଛି ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ସରକାରୀ କାର୍ଯ୍ୟାଳୟରେ କେବଳ କରୋନା ସଂକ୍ରାନ୍ତ ବୈଠକ ହେବ। କୋଭିଡ୍‌-୧୯ ଓ ମୌଳିକ ସେବା ପରିଚାଳନା ସଂକ୍ରାନ୍ତୀୟ ଛାଡ଼ିଦେଲେ ଅନ୍ୟ କୌଣସି ବୈଠକ ବା ସଭା ହୋଇପାରିବ ନାହିଁ। ଜରୁରୀ ବୈଠକ ବସିଲେ ପରସ୍ପରଠାରୁ ୨ ମିଟର ଦୂରତା ଅନୁପାଳନକୁ କଡ଼ାକଡ଼ି କରାଯିବ। ସମ୍ଭବ ହେଲେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯିବ। ସମସ୍ତ ସରକାରୀ ଉତ୍ସବ, ସ୍ମୃତି ଦିବସ, ପ୍ରତିମୂର୍ତ୍ତି ମାଲ୍ୟାର୍ପଣ ଆଦିକୁ ସ୍ଥଗିତ ରଖାଯାଇଛି।
ଅନ୍ୟପକ୍ଷରେ ଓଡ଼ିଶାରେ ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ୧୯ ବର୍ଷୀୟ ଯୁବକ ଜଣକ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ବିଟ୍ରେନ୍‌ରୁ ଫେରି ୧୮ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ୧୯ ତାରିଖରେ ତାଙ୍କୁ ଆଇସୋଲୋଶନରେ ରଖାଯାଇଛି। ତାଙ୍କ ପରିବାର ଲୋକଙ୍କୁ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବା ପାଇଁ ନିଦ୍ଦେର୍ର୍ଶ ଦିଆଯାଇଛି। ରୋଗୀ ଜଣକ ବର୍ତ୍ତମାନ ସୁଦ୍ଧା ୪୬ଜଣଙ୍କ ସଂସ୍ପର୍ଶରେ ଆସିଥିବା ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କ ସହ ଯୋଗାଯୋଗ ହୋଇସାରିଛି। ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି। ଏଥିପାଇଁ ୮ ମନିଟରିଂ ଟିମ୍‌ କାର୍ଯ୍ୟ କରୁଛନ୍ତି। ଯୁଦ୍ଧକାଳୀନ ଭିତରେ ଏହି ଟିମ୍‌ ସେହି ୩ଜଣଙ୍କୁ ଟ୍ରେସ୍‌ କରୁଛନ୍ତି। ସେହିଭଳି ପ୍ରଥମ କରୋନା ଆକ୍ରାନ୍ତ ବର୍ତ୍ତମାନ ଭଲ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ହେଉଛି ବୋଲି ବାଗ୍‌ଚୀ କହିଛନ୍ତି।
ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦୁଇଟି ଉଦ୍‌ବେଗଜନକ ଘଟଣା ସାମ୍ନାକୁ ଆସିଥିବା ବାଗ୍‌ଚୀ କହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପରାମର୍ଶରେ ଆଇସୋଲେଶନରେ ଥିବା ବ୍ୟକ୍ତିମାନେ ସମସ୍ୟା ନ ଥିଲେ ଘରକୁ ଫେରିପାରିବେ। କିନ୍ତୁ ଏ ପରିସ୍ଥିତିରେ ସ୍ଥାନୀୟ ଗ୍ରାମବାସୀ, ପଡ଼ୋଶୀ, ଗୋଷ୍ଠୀ ସେମାନଙ୍କ ଫେରିବାକୁ ବିରୋଧ କରିବା ସାମାଜିକ ଦୃଷ୍ଟିକୋଣରୁ ଅନୁଚିତ। ଏଭଳି ବିରୋଧ ନଜରକୁ ଆସିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ସେହିଭଳି କୌଣସି ବିଦେଶାଗତ ପର୍ଯ୍ୟଟକ, ଅତିଥିଙ୍କୁ ଯଦି କରୋନା ଆଳରେ କେହି ବି ଅସଦାଚରଣ କରିବା ନଜରକୁ ଆସେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଗ୍‌ଚୀ ସୂଚନା ଦେଇଛନ୍ତି।
ଓଡ଼ିଶାରେ ଅଦ୍ୟାବଧି ୬୬ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୬୨ଟିର ରିପୋର୍ଟ ଆସିଛି ଓ ୪ଟି ରିପୋର୍ଟ ହସ୍ତଗତ ହୋଇନାହିଁ। ତେବେ ମିଳିଥିବା ରିପୋର୍ଟ ମଧ୍ୟରୁ ୬୦ ନେଗେଟିଭ୍‌ ହୋଇଥିବାବେଳେ ୨ ପଜିଟିଭ୍‌ ରହିଛି। ଶୁକ୍ରବାର ସନ୍ଧ୍ୟାସୁଦ୍ଧା ଆସିଥିବା ୯ ରିପୋର୍ଟ ନେଗେଟିଭ୍‌ ଆସିଛି। ବର୍ତ୍ତମାନ ସୁଦ୍ଧା ଜାରି ଫୋନ୍‌ ନମ୍ବର ଓ ଓ୍ବେବ୍‌ ପୋର୍ଟାଲ ଜରିଆରେ ୨୯୩୫ଜଣ ବିଦେଶ ଫେରନ୍ତା ପଞ୍ଜୀକରଣ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଶୃଙ୍ଖଳାର ସହ ଅନୁପାଳନ କରିଥିବାରୁ ଧର୍ମାନୁଷ୍ଠାନମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି। ସେହିଭଳି ଏ ପରିସ୍ଥିତିରେ କାର୍ଯ୍ୟରତ ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିବା ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?