ଏଇ ଭାରତରେ

ପିଲାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଏ, ତୁମେ ବଡ଼ ହେଲେ କ’ଣ ହେବାକୁ ଚାହଁୁଛ, ସେମାନେ ଡାକ୍ତର, ଇଞ୍ଜିନିୟର, ପାଇଲଟ କିମ୍ବା ଲୟର ହେବେ ବୋଲି ଉତ୍ତର ଦେଇଥାନ୍ତି। କେହି କେବେ କୃଷକ ହେବାକୁ କହନ୍ତି ନାହିଁ। କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ ହେଉଛନ୍ତି ଆଗ୍ରାର ଦୁଇ ଭାଇ ଆୟୁଷ ଓ ରିଷଭ ଗୁପ୍ତା। ଆୟୁଷ(୨୫) ଲଣ୍ଡନରେ ଓ ରିଷଭ(୨୭) ଦୁବାଇରେ ଏମ୍‌ବିଏ କରୁଥିଲେ। କୋଭିଡ୍‌ ସମୟରେ ୨୦୨୦ରେ ଘରକୁ ଫେରିବା ପରେ ଆଉ ପଢ଼ିବା ଲାଗି ବିଦେଶ ନ ଯାଇ ଚାଷ କରିବାକୁ ଦୁହେଁ ନିଷ୍ପତ୍ତି ନେଇଥିଲେ। ୨୦୨୦ର ଶେଷ ଭାଗରେ ସେମାନେ ଫାର୍ମ ପ୍ରତିଷ୍ଠା କରିଥିଲେ। ପ୍ରଥମେ ପରିବା ଚାଷ କରିବା ପରେ ୨୦୨୨ରେ ଛତୁଚାଷ ଆରମ୍ଭ କରିଥିଲେ। ଏଥିପାଇର୍ଁ ସେମାନେ ସରକାରଙ୍କଠାରୁ ଲୋନ କରିଥିଲେ। ଏବେ ସେମାନେ ୩ ଏକର ଜମିରେ ଅର୍ଗାନିକ ପଲିହାଉସ କରି ୧୬ ପ୍ରକାର ପରିବା ଓ ଛତୁଚାଷ କରୁଛନ୍ତି। ୧ ଏକରରେ କାକୁଡ଼ି ଓ ଟମାଟୋ ଚାଷ କରାଯାଉଥିବାବେଳେ ୨ ଏକରରେ ଛତୁଚାଷ ହେଉଛି। ପ୍ରତିଦିନ ସେମାନେ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଉତ୍ପାଦ ବିକ୍ରି କରୁଛନ୍ତି। ପ୍ରତି ମାସରେ ୪୦ ଟନ ପରିବା ଓ ୪୦ ଟନ ଛତୁ ବିକ୍ରି କରି ବାର୍ଷିକ ୭.୫ କୋଟି ଟଙ୍କା ପାଉଛନ୍ତି। ଗୁପ୍ତା ଅର୍ଗାନିକ ଫାର୍ମସ୍‌ ଓ ଏ-୩ ମସ୍‌ରୁମ୍‌ ଫାର୍ମସ୍‌ ବ୍ରାଣ୍ଡ୍‌ରେ ଏହିସବୁ ଉପତ୍ାଦ ବିକ୍ରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ପରୀକ୍ଷାର ଆନନ୍ଦମୟ ଆହ୍ବାନ

ପିଲାମାନେ, ମନେରଖିଥାଅ ଜୀବନ ଏକ ପରୀକ୍ଷା। ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମେ ଦୈବ ଓ କର୍ମର ପରୀକ୍ଷାକୁ ସାମ୍ନା କରିଥାଉ। ମଣିଷର ଜୀବନ ସମ୍ପୂର୍ଣ୍ଣ ଧରାବନ୍ଧା ପରୀକ୍ଷା…

ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: ଏହି ସମୟରେ ଆରମ୍ଭ ହେବ ପାକତ୍ୟାଗ

କିଛିବର୍ଷ ତଳେ ପ୍ରାଥମିକ ସ୍ତରରେ ପଢାଯାଉଥିବା ସାହିତ୍ୟ ବହିର ଏକ କବିତାର କିୟଦଂଶ ସହିତ ଊଣା ଅଧିକେ ସମସ୍ତେ ପ୍ରାୟତଃ ପରିଚିତ ଥିବେ। ଆଜିର ଆଲୋଚ୍ୟ ପ୍ରସଙ୍ଗ…

ଡାଟା ସେଣ୍ଟର ନୁହେଁ ଏଆଇ

ନୂଆଦିଲ୍ଲୀରେ ୬ ଦିନ ଧରି ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଉଦ୍‌ଯାପିତ ହୋଇଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଉପରେ ଦିଲ୍ଲୀ…

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri