ଏଇ ଭାରତରେ

କରୋନା ସଂକ୍ରମଣ ସମୟରେ ଗରିବ ଓ ଗୃହହୀନମାନଙ୍କ ଖାଦ୍ୟାଭାବକୁ ହୃଦୟଙ୍ଗମ କରିଛନ୍ତି ମଧ୍ୟପ୍ରଦେଶର ମହିଳା ଚାଷୀ କ୍ରିଷ୍ଣା ମାଓ୍ବାସୀ। ସେ ଚାଷରୁ ଯାହା ଉପତ୍ାଦନ କରୁଛନ୍ତି ସେସବୁକୁ ଗରିବଙ୍କୁ ବାଣ୍ଟି ଦେଉଛନ୍ତି। ମାଓ୍ବାସୀ ଜନଜାତିର ଏହି ମହିଳା ରହନ୍ତି ସତ୍‌ନା ଜିଲା ମଝ୍‌ଗଓ୍ବାନ ବ୍ଲକ୍‌ କେଲ୍‌ଝୋରା ଗାଁରେ। ସମାଜରେ ପୂରା ପଛୁଆ ମାଓ୍ବାସୀ ସମ୍ପ୍ରଦାୟର ଆଦିବାସୀମାନେ ବନ୍ୟଜାତ ଦ୍ରବ୍ୟ ଓ ଚାଷ ଉପରେ ହିଁ ନିର୍ଭର କରନ୍ତି। ଜଳସେଚନ ଓ ବର୍ଷା ଅଭାବ ଯୋଗୁ ସେମାନେ ବାହାରକୁ କାମ କରିବାକୁ ଚାଲିଯାଆନ୍ତି। କିନ୍ତୁ ଏବେ କରୋନା ସଂକ୍ରମଣ ଯୋଗୁ ସେମାନେ ବାହାରକୁ ଯାଇପାରୁନାହାନ୍ତି, ବରଂ ଯେଉଁମାନେ ବାହାରେ ରହିଥିଲେ ସେମାନେ ବି ଘରକୁ ଫେରି ଆସିଛନ୍ତି। ସେମାନେ ବନଜାତ ଦ୍ରବ୍ୟ ସଂଗ୍ରହ କଲେ ବି ତାହାକୁ ଲକ୍‌ଡାଉନ ସମୟରେ ବିକ୍ରି କରି ନ ପାରିବା ଯୋଗୁ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି। ଦିନକୁ ଦୁଇବେଳା ଖାଇବାକୁ ମଧ୍ୟ ପାଉନାହାନ୍ତି। ଏହାଦ୍ୱାରା ସେମାନଙ୍କ ପିଲା ଅପପୁଷ୍ଟିର ଶିକାର ହେଉଛନ୍ତି। ଏଭଳି ଦୁର୍ଦ୍ଦିନରେ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି କମ୍ୟୁନିଟି ମାଲ୍‌୍‌ନ୍ୟୁଟ୍ରିଶନ ମ୍ୟାନେଜ୍‌ମେଣ୍ଟ ପ୍ରୋଜେକ୍ଟ ସହାୟତାରେ ଚାଷ କରୁଛନ୍ତି ୪୬ ବର୍ଷୀୟା କ୍ରିଷ୍ଣା। ଏହି ପ୍ରୋଜେକ୍ଟ ମଝ୍‌ଗଓ୍ବାନ ବ୍ଲକର ସବୁ ଗଁାରେ ଚାଲୁଥିବା ‘ଚାଇଲ୍ଡ ରାଇଟ୍ସ ଆଣ୍ଡ୍‌ ୟୁ’ସହଭାଗିତାରେ କାର୍ଯ୍ୟ କରୁଛି। ପ୍ରଥମେ କ୍ରିଷ୍ଣା କିଚେନ ଗାର୍ଡେନରେ ଚାଷ କରୁଥିଲେ, କିନ୍ତୁ ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଚାଷକୁ ବ୍ୟାପକ କରିଛନ୍ତି। କମ୍ୟୁନିଟି ମାଲ୍‌୍‌ନ୍ୟୁଟ୍ରିଶନ ମ୍ୟାନେଜ୍‌ମେଣ୍ଟ ପ୍ରୋଜେକ୍ଟରେ କ୍ରିଷ୍ଣା ମଞ୍ଜି ଓ ଅନ୍ୟ ସହାୟତା ପାଇବା ପରେ ଚାଷ କରି ଦୁଇ କୁଇଣ୍ଟାଲ ପିଆଜ, ଦୁଇ କୁଇଣ୍ଟାଲ ଟମାଟୋ ସହ ବାଇଗଣ, ପୋଇ ଓ ଅନ୍ୟାନ୍ୟ ପରିବା ଉପତ୍ାଦନ କରିଛନ୍ତି। ଏହାର ବଜାର ମୂଲ୍ୟ ପ୍ରାୟ ୨୦,୦୦୦ ଟଙ୍କା।
ହେଲେ ଏହି ଦୁର୍ଦ୍ଦିନରେ ଗାଁ ମହିଳାମାନଙ୍କୁ ବିନା ମୂଲ୍ୟରେ ସବୁ ପରିବା ବାଣ୍ଟି ଦେଇଛନ୍ତି। କୌଣସି ପରିସ୍ଥିତିରେ ପିଲାମାନେ ଭୋକିଲା ନ ରୁହନ୍ତୁ ବୋଲି କହନ୍ତି କ୍ରିଷ୍ଣା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri