ଏଇ ଭାରତରେ

ପଇସାପତ୍ର ଅଭାବରୁ ଏକ ବୃଦ୍ଧ ଦମ୍ପତି ପରିଣତ ବୟସରେ ବାହା ହୋଇଛନ୍ତି। ତାହା ପୁଣି ବୟସ୍କ ଝିଅପୁଅ ଏବଂ ନାତୁଣୀନାତିଙ୍କ ମେଳରେ। ସେମାନେ ଏକତ୍ର ୫୦ ବର୍ଷ ହେଲା ରହିଆସୁଛନ୍ତି। ଏପରି ଏକ ଘଟଣା ଘଟିଛି ଗୁଜରାଟର ଉଦୟପୁରରେ। ଉଦୟପୁର ଅନ୍ତର୍ଗତ ଲାମ୍ବାଡିଆସ୍ଥିତ ମାଲବାସରେ ସମ୍ପନ୍ନ ହୋଇଛି ଏହି ବୟସ୍କ ବିବାହ। ୭୫ବର୍ଷ ବୟସ୍କ ଗମନା ସୋଲାଙ୍କି ୬୮ବର୍ଷ ବୟସ୍କା ବଞ୍ଜାରୀ ଦେବୀଙ୍କୁ ଧୁମ୍‌ଧାମରେ ବିବାହ କରିିଛନ୍ତି। ଗମନାଙ୍କୁ ୨୫ବର୍ଷ ହୋଇଥିବାବେଳେ ସେ ବଞ୍ଜାରୀଙ୍କ ସହିତ ଲିଭ୍‌ଇନ୍‌ରେ ରହିବା ଆରମ୍ଭ କରିଥିଲେ। ସେତେବେଳେ ବଞ୍ଜାରୀଙ୍କୁ ୧୮ ବର୍ଷ ହୋଇଥିଲା। ଅର୍ଥାଭାବରୁ ସେମାନେ ବିବାହ କରିପାରି ନ ଥିଲେ। ଇତିମଧ୍ୟରେ ସେମାନଙ୍କ ୫ ପୁଅ ବାହା ହୋଇ ଘରକୁ ବୋହୂ ଆଣିଛନ୍ତି। ୨ ଝିଅଙ୍କ ବିବାହ ମଧ୍ୟ ହୋଇଯାଇଛି। ବୟସ୍କା ଦମ୍ପତି ନାତୁଣୀନାତି ମଧ୍ୟ ଦେଖିଲେଣି। ଏତେ ଦିନ ପରେ ବୃଦ୍ଧ ଦମ୍ପତିଙ୍କ ବିବାହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହିତ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଅଭ୍ୟାସ ରହିଥାଏ। କେତେକ ଲୋକଙ୍କର ନିର୍ବାଚନ ଲଢ଼ିବା ମଧ୍ୟ ଏକ ରୁଚି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଡାକ୍ତର ପଦ୍ମରାଜନ୍‌।...

ପଥଭ୍ରଷ୍ଟଙ୍କ ପାଇଁ ପ୍ରଶ୍ନ

ଉମାଶଙ୍କର ପ୍ରସାଦ ୧୬୧୮ଟି ଭାଷାଭାଷୀ ଜନତା ଓ ୧୧ଟି ପ୍ରମୁଖ ବିଶ୍ୱଧର୍ମକୁ ନେଇ ତଥା ଏହି ଭିନ୍ନତା ଭିତରେ ସ୍ବାଧୀନତାର ୭୫ବର୍ଷ ଭିତରେ ଆମେ ଅନ୍ତତଃ...

ମାଛ ତ ଏତେ, ଶୁଖୁଆ କେତେ

ପୁଷ୍ପାରାଣୀ ମିଶ୍ର ସୃଷ୍ଟିର ଅୟମାରମ୍ଭରୁ ମାନବ ସମାଜଟିଏ ଗଢ଼ି ବଞ୍ଚିବା ଶିଖିଛି, ହିଂସ୍ରଜନ୍ତୁଙ୍କ ଭୟରେ ଗିରିକନ୍ଦରରେ ମଧ୍ୟ ଦଳଗତ ଜୀବନ ବିତାଇଛି। ତେଣୁ ଭଲ ଫଳ...

ଜାଣିବା କଥାରୁ କିଛି

ଡ. ଶରତ ଚନ୍ଦ୍ର ରଥ ଜ୍ଞାନର ଦିଗ୍‌ବଳୟ ଅତ୍ୟନ୍ତ ପ୍ରଶସ୍ତ। ଯେତେ ଜାଣିଲେ ବି ଜାଣିବା ସରେ ନାହିଁ। ତେଣୁ ତ କୁହାଯାଇଛି ସତ୍ୟଂ ଜ୍ଞାନମନନ୍ତମ୍‌।...

ସୂଚନା ମୁଖ୍ୟ

ଭାରତରେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ପ୍ରତ୍ୟେକ କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ଲାଗି ସୂଚନା ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଇଆସୁଛି। ବିଧିବଦ୍ଧ ଭାବେ...

ଜନଜାତି ସଶକ୍ତୀକରଣ ପାଇଁ ମୋଦିଙ୍କ ସଂକଳ୍ପର ପ୍ରତୀକ ଦ୍ରୌପଦୀ

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ଭାରତର ଗଣତନ୍ତ୍ର ପାଇଁ ଏକ ଐତିହାସିକ ଅବସର। ଅତ୍ୟନ୍ତ ଗରିବ ପୃଷ୍ଠଭୂମିର ଜନଜାତିମାନଙ୍କଠାରୁ ମଧ୍ୟ ସବୁଠୁ ପଛୁଆ ସାନ୍ତାଳୀ...

ଏଇ ଭାରତରେ

ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ମାଓବାଦୀପ୍ରବଣ ବସ୍ତର ଜିଲାରେ ପିଲାମାନଙ୍କୁ ସ୍ମାର୍ଟ କ୍ଲାସ୍‌ ମାଧ୍ୟମରେ ପୁଣି ସ୍କୁଲକୁ ଫେରାଇ ଅଣାଯାଇପାରୁଛି। ଏହି କ୍ଲାସ୍‌ର ସଷ୍ଟ୍ରା ହେଉଛନ୍ତି ବସ୍ତରର...

ଶର୍ମାଙ୍କୁ ମାନିନିଅ

କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଭିଡାଓଟରା ଚାଲିଛି। ଚାଷୀମାନେ ବିବାଦୀୟ ଆଇନ ପ୍ରତ୍ୟାହାର ଲାଗି ଅଡ଼ି ବସିଥିବା ବେଳେ ସରକାର...

Advertisement
Archives

Model This Week