ଏଇ ଭାରତରେ

ପରିବେଶକୁ ପ୍ରଦୂଷଣ କରୁଥିବା ପ୍ଲାଷ୍ଟିକ ବ୍ୟବହାର ରୋକିବା ପାଇଁ ତାମିଲନାଡୁର ତେନିଥ୍‌ ଆଦିତ୍ୟ କଦଳୀ ପତ୍ରରେ ବିଭିନ୍ନ ବ୍ୟବହାର ଉପଯୋଗୀ ଜୈବିକ ଜିନିଷ ତିଆରି କରୁଛନ୍ତି। ସେ କୌଣସି କେମିକାଲ ବ୍ୟବହାର ନ କରି କଦଳୀ ପତ୍ରରେ ଡିସ୍‌ପୋଜେବଲ କପ୍‌, ପ୍ଲେଟ,ଏନ୍‌ଭଲପ, ଷ୍ଟ୍ର ଆଦି ଉପତ୍ାଦ ପ୍ରସ୍ତୁତ କରୁଛନ୍ତି। ଏହି ଜିନିଷଗୁଡିକ ବି ବର୍ଷେ ଯାଏ ସୁରକ୍ଷିତ ରହିପାରିବ ଓ ବ୍ୟବହାର ଉପଯୋଗୀ ବି ହେଉଛି। ବିରୁଧୁନଗର ଜିଲା ଓ୍ପାଟରପ୍‌ ଗାଁରେ ରହନ୍ତି ଆଦିତ୍ୟ। ପରିବେଶ ଉପଯୋଗୀ ‘ବାନାନା ଲିଫ୍‌ ଟେକନୋଲୋଜି’ରେ ଏଭଳି ଜିନିଷ ସେ ତିଆରି କରୁଛନ୍ତି। ଏହି ଟେକ୍‌ନୋଲୋଜି ପାଇଁ ଜାତୀୟ ସ୍ତରରେ ଦୁଇଟି, ଆନ୍ତର୍ଜାତିକ ସ୍ତରରେ ୭ଟି ପୁରସ୍କାର ଲାଭ କରିଛନ୍ତି ଆଦିତ୍ୟ। ସାଧାରଣତଃ କଦଳୀ ପତ୍ରରେ ତିଆରି ଜିନିଷ ଅତିବେଶିରେ ତିନିଦିନ ଯାଏ ରହିପାରେ, କିନ୍ତୁ ଏହି ଟେକ୍‌ନୋଲୋଜିରେ ତିଆରି ହେଉଥିବା ଜିନିଷ ନଷ୍ଟ ନ ହୋଇ ବର୍ଷେଯାଏ ରହିବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଦେଇଛି। ଏହା ପ୍ରତିକୂଳ ପାଗରେ ବି ସୁରକ୍ଷିତ ରହୁଛି। ଏହି ଟେକ୍‌ନୋଲୋଜିରେ ସେ କଦଳୀପତ୍ରରେ ଥିବା ସେଲ୍‌ ବୃଦ୍ଧି କରିବା ସହ ସେଲ୍‌ ଓ୍ବାଲ୍‌କୁ ମଜଭୁତ କରୁଛନ୍ତି। ପତ୍ରରୁ ରୋଗ ସୃଷ୍ଟିକାରୀ ସେଲ୍‌କୁ ବାହାର କରିବା ପରେ ସେ ଜିନିଷ ତିଆରି କରିବା ପାଇଁ ବ୍ୟବହାର କରୁଛନ୍ତି। ଆଦିତ୍ୟଙ୍କୁ ଏବେ ବୟସ ୨୨। ସେ ଏହା ବିନା କେମିକାଲରେ କରୁଛନ୍ତି ।
ଆଦିତ୍ୟ କହନ୍ତି ଯେ, ଏହି ସବୁ ଜିନିଷ ଶତ ପ୍ରତିଶତ ଜୈବିକ। ବିଭିନ୍ନ ଜିନିଷ ପ୍ରସ୍ତୁତ କରିବାକୁ ସେ ମେଶିନ ବ୍ୟବହାର କରୁଛନ୍ତି। ଆଦିତ୍ୟ ଏବେ ଏହି ଜିନିଷ କିପରି ଅଧିକ ତିଆରି କରାଯାଇପାରିବ ସେଥିପାଇଁ ୧୦ଟି କମ୍ପାନୀ ସହ ଯୋଗାଯୋଗ କରୁଛନ୍ତି। ଏହା ସମ୍ଭବ ହେଲେ ଦେଶରେ ଡିସ୍‌ପୋଜାଲ ପ୍ଲାଷ୍ଟିକ ବ୍ୟବହାର ପୂରା କମିଯିବ ବୋଲି କହନ୍ତି ଆଦିତ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପାଦକୀୟ/ ପୋଲ ଦବିଲା

ନିକଟ ଅତୀତରେ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ସ୍ଲାବ ଖସିବା ଓ ଗାର୍ଡଓ୍ବାଲ୍‌ ଭାଙ୍ଗିପଡ଼ିବା ଯୋଗୁ ଦୁଇ ଜଣଙ୍କ ଜୀବନ ଯାଇଥିଲା। କିଛିଦିନ ପୂର୍ବରୁ...

ଆହାର ଓ ଆରୋହଣ

ସୁଧିରାଜ ରାଉତ “ ଅନେକଥର ଶୁଣିଛି ଯେଭଳି ଅନ୍ନ ସେଭଳି ମନ। ପ୍ରକୃତରେ ଏହା କ’ଣ ସତ୍ୟ?“ ବନ୍ଧୁଙ୍କ ପ୍ରଶ୍ନରେ ହସି କହିଲି – ପ୍ରକୃତରେ...

ଜଳ ସଂରକ୍ଷଣ ମାନସିକତା

ବୈକୁଣ୍ଠନାଥ ମିଶ୍ର ଆମ୍ଭେମାନେ ଶିଶୁ ଥିବାବେଳେ ପରିବାରରେ ଗୋଟିଏ କଥା ଆମ୍ଭମାନଙ୍କୁ କୁହାଯାଉଥିଲା ଯେ ଖାଦ୍ୟ ନଷ୍ଟ କରନାହିଁ। ଏପରିକି ଖାଦ୍ୟ ବଳକା ରହିଲେ କିମ୍ବା...

କଥାଟି କାହାକୁ କହିବେନି

ଚିତ୍ର ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ ଯେଉଁ ବନ୍ଧୁଙ୍କ ପାଖରୁ କଥାଟି ଶୁଣିବାକୁ ମିଳିଥିଲା, ସେ ଅବଶ୍ୟ ବାରଣ କରି ନ ଥିଲେ କାହାକୁ...

ଜନଗଣନା ପରମ୍ପରା ଭାଙ୍ଗିଛୁ

ଭାରତର ଜନଗଣନା ପୁନର୍ବାର ବିଳମ୍ବ ହୋଇଛି ଓ ଅନିଶ୍ଚୟତା ମଧ୍ୟରେ ରହିଛି। ଜନଗଣନାର ୧୫୦ ବର୍ଷ ଇତିହାସ ମଧ୍ୟରେ ପ୍ରଥମ ଥର ପାଇଁ ଏହା ଠିକ୍‌...

ଏଇ ଭାରତରେ

କୃଷିର ମୋହ ଆଗରେ ପିଏଚ୍‌ଡିର ଆକର୍ଷଣ ଫିକା ପଡ଼ିଛି ଇନ୍‌ଶାହା ରସୁଲଙ୍କ ଜୀବନରେ। କଶ୍ମୀରର ଏହି ମହିଳା ବେଙ୍ଗାଲୁରୁର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରେ ଶିକ୍ଷା ଶେଷ...

ଏଇ ଭାରତରେ

ଅନେକ ହଜାର ଦୃଷ୍ଟିିବାଧିତଙ୍କ ଆଶାବାଡ଼ି ପାଲଟିଛନ୍ତି କର୍ନାଟକର ବିଦ୍ୟା ଓ୍ବାଇ। ବିଦ୍ୟା ଜଣେ ଏଣ୍ଟରପ୍ରିନ୍ୟୁୟର ଓ ଜନ୍ମରୁ ଦୃଷ୍ଟିବାଧିତ। ସେ ‘ଭିଜନ ଏମ୍ପ୍‌ପାଓ୍ବାର’ ସଂସ୍ଥା ଗଠନ...

ପରିବାର ନିୟନ୍ତ୍ରଣରେ ମହିଳାଙ୍କ ପ୍ରାଧାନ୍ୟ ଲୋଡ଼ା

ଡା. ଶୁଭଶ୍ରୀ ମିଶ୍ର   ଆଜି ୱାଲର୍‌ଡ ପପୁଲେଶନ ଡେ’ ବା ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ସମଗ୍ର ବିଶ୍ୱରେ ଜୁଲାଇ ୧୧ ତାରିଖକୁ ବିଶ୍ୱ...

Advertisement
Archives

Model This Week