ଏଇ ଭାରତରେ

ଜଣେ ମହିଳା ଚାଷୀ ୧୦ ହଜାର ମହିଳାଙ୍କୁ ସଶକ୍ତ କରିବା କିଛି କମ୍‌ କଥା ନୁହେଁ। ଏମିତି ଜଣେ ମହିଳା ହେଉଛନ୍ତି ବିହାରର ମୁଙ୍ଗେର ଜିଲା ତିତିବମ୍ବର ବ୍ଲକ୍‌ ଅନ୍ତର୍ଗତ ଧାଉରି ଗାଁର ବୀଣା ଦେବୀ । ସେ ମୁଙ୍ଗେର କୃଷି ବିଜ୍ଞାନ କେନ୍ଦ୍ରରୁ ଛତୁଚାଷ ସମ୍ପର୍କରେ ପ୍ରଶିକ୍ଷଣ ଲାଭ କରି ୨୦୧୩ରେ ପ୍ରଥମେ ଏହି ଚାଷ ଆରମ୍ଭ କରିଥିଲେ। ତାଙ୍କ ପରିବାରରେ କେବଳ ପୁରୁଷମାନେ ଚାଷ କରିବାର ପରମ୍ପରା ରହିଥିବାବେଳେ ବୀଣା ତାକୁ ଭାଙ୍ଗି ଛତୁ ଚାଷ କରିଥିଲେ। ପ୍ରଥମେ ଦୈନିକ ୧ କିଲୋ ଛତୁ ଉପତ୍ାଦନ କରୁଥିଲେ। ପରେ ଏହାକୁ ବଢାଇବାରେ ସକ୍ଷମ ହୋଇଥିଲେ। କେବଳ ଚାଷକରୁ ନ ଥିଲେ ବରଂ ଛତୁ ନେଇ ହାଟକୁ ବିକ୍ରି କରିବା ପାଇଁ ଯାଉଥିଲେ। ଏଭଳି କାର୍ଯ୍ୟ ଅଞ୍ଚଳର ସମସ୍ତ ମହିଳାଙ୍କ ପକ୍ଷରେ ସମ୍ଭବ ନ ଥିଲା । କିନ୍ତୁ ତାଙ୍କ ପ୍ରେରଣାରେ ଏବେ ସବୁ ମହିଳାମାନଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି କହନ୍ତି ୪୩ ବର୍ଷୀୟା ବୀଣା। ସେ ଏବେ ୫ଟି ବ୍ଲକ୍‌ର ପାଖାପାଖି ୧୦୫ଟି ଗାଁରେ ୧୦,୦୦୦ ମହିଳାଙ୍କୁ ଛତୁଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଛନ୍ତି। ତାଙ୍କୁ ବିହାରର ‘ମସ୍‌ରୁମ ଲେଡି’ ବୋଲି କୁହାଯାଉଛି। ତାଙ୍କଠାରୁ ପ୍ରଶିକ୍ଷଣ ପାଇ ଏବେ ୧,୫୦୦ ମହିଳା ଛତୁ ସହ ଅନ୍ୟ ଚାଷ କରୁଛନ୍ତି। ଗୋମୂତ୍ର ଓ ଗୋବରରୁ ବୀଣା ଜୈବିକ ଖତ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ୭୦୦ ମହିଳାମାନଙ୍କୁ ମୋବାଇଲ ବ୍ୟବହାର ସମ୍ପର୍କରେ ବି ଶିକ୍ଷା ଦେଇ ଟାଟା ଟ୍ରଷ୍ଟ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: ଏହି ସମୟରେ ଆରମ୍ଭ ହେବ ପାକତ୍ୟାଗ

କିଛିବର୍ଷ ତଳେ ପ୍ରାଥମିକ ସ୍ତରରେ ପଢାଯାଉଥିବା ସାହିତ୍ୟ ବହିର ଏକ କବିତାର କିୟଦଂଶ ସହିତ ଊଣା ଅଧିକେ ସମସ୍ତେ ପ୍ରାୟତଃ ପରିଚିତ ଥିବେ। ଆଜିର ଆଲୋଚ୍ୟ ପ୍ରସଙ୍ଗ…

ଡାଟା ସେଣ୍ଟର ନୁହେଁ ଏଆଇ

ନୂଆଦିଲ୍ଲୀରେ ୬ ଦିନ ଧରି ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଉଦ୍‌ଯାପିତ ହୋଇଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଉପରେ ଦିଲ୍ଲୀ…

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri