ଏଇ ଭାରତରେ

ମାନବିକତା ଏକ ଶବ୍ଦ, କିନ୍ତୁ ଏହାର ଗଭୀରତା ଏତେ ଅଧିକ ଯେ ତାହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରେନା। ଏଭଳି ମାନବିକତାର ଛବି ଦେଖିତ୍ବାକୁ ମିଳିଛି ପଞ୍ଜାବର ମାଲେରକୋଟ୍‌ଲାରେ। ଏହି ସହରର ପୁରୁଣା କିଲ୍ଲା ବସ୍ତିର ଜଣେ ଶିଖ୍‌ ମହିଳାଙ୍କ ମୃତ୍ୟୁ ହେବା ପରେ ମୁସଲମାନ୍‌ମାନେ ଅନ୍ତିମ ସଂସ୍କାର କରି ମାନବିକତା ତଥା ଭାଇଚାରାର ପରିଚୟ ଦେଇଛନ୍ତି। ଏହି କାର୍ଯ୍ୟରେ କେତେ ଜଣ ଶିଖ୍‌ ମଧ୍ୟ ସହଯୋଗ କରିଛନ୍ତି। ବସ୍ତିରେ ଝୁମ୍ଫୁଡି ଘରେ ରହୁଥିବା ୫୯ ବର୍ଷୀୟା ଦବିନ୍ଦରଜିତ୍‌ କୌରଙ୍କର ମାଲେରକୋଟଲାର ଶ୍ମଶାନଘାଟରେ ଅନ୍ତିମ ସଂସ୍କାର କରାଯାଇଛି। ଦବିନ୍ଦରଜିତ୍‌ ବସ୍ତିରେ ରାଣୀ ଆଣ୍ଟି ନାମରେ ପରିଚିତ ଥିଲେ। ଅମରଗଡ ନିକଟସ୍ଥ ଏକ ଗାଁରେ ତାଙ୍କ ଘର। ସେଠାରେ ତାଙ୍କ ସ୍ବାମୀ, ଝିଅ ଓ ପୁଅ ରହୁଥିତ୍ଲେ ବି ରାଣୀ ବସ୍ତିରେ ରହି ମଜୁରି ଲାଗି ପେଟ ପୋଷୁଥିଲେ। ତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପାଇଁ ସେମାନେ ରାଜି ହୋଇ ନ ଥିଲେ। ତେବେ ରାଣୀଙ୍କ ଅନ୍ତିମ ସଂସ୍କାର ପରେ ଗୁରୁଦ୍ୱାର ସାହିବରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପୂଜାପାଠ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

ତେଲ ମାରିଲା

ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ଯୁଦ୍ଧର ପରିସର ବ୍ୟାପକ ହୋଇଛି। କେତେକ ସୂତ୍ର ଇରାନ୍‌ରେ ୫୫୦ ମୃତାହତ କହୁଥିବା ବେଳେ ଆଉ କିଛି ସୂତ୍ର…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ପ୍ରଶ୍ନ: କ’ଣ, କିପରି, କାହିଁକି

ମାନବର ବିବର୍ତ୍ତନ ସମ୍ବନ୍ଧୀୟ ବିଦ୍ୟା ବା ନୃତତ୍ତ୍ୱ ଅନ୍ୟ ସମସ୍ତ ଜୀବଙ୍କଠାରୁ କିଛିଟା ଅଲଗା। ଅନ୍ୟ ପ୍ରାଣୀ ଓ ଉଦ୍ଭିଦମାନଙ୍କଠାରେ ମୁଖ୍ୟତଃ ଦେଖାଦିଏ କ୍ରମିକ ଶାରୀରିକ ପରିବର୍ତ୍ତନ।…

ଜୀବନରେ ଭୁଲ୍‌

ସମସ୍ତେ ଭୁଲ୍‌ କରନ୍ତି ଏବଂ ଏହା ପ୍ରତ୍ୟେକଙ୍କ ଜୀବନର ଏକ ଅଂଶ। କେତେକେ ଭୁଲ୍‌ କଲେ ମଧ୍ୟ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥାନ୍ତି ।…

ଇରାନ ନିଆଁ

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଇରାନର ଏକ ସ୍କୁଲରେ ୮୫ ଛାତ୍ରୀଙ୍କ ସହ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…

ଭାରତର ସାମ୍ପ୍ରତିକ ଅର୍ଥନୀତି ଓ ସାର୍ୱଭୌମତ୍ୱ

ବର୍ତ୍ତମାନ ବିଶ୍ୱରେ ଯେଉଁ ବାଣିଜି୍ୟକ ଯୁଦ୍ଧ ଦେଖାଦେଇଛି ତାହା ବିଭିନ୍ନ ଦେଶରେ ରାଜନୈତିକ ଘନଘଟା ସୃଷ୍ଟିକରିଛି। ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ନାହିଁ ନ ଥିବା ଅସ୍ଥିରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri