ଏଇ ଭାରତରେ

ବିଜ୍ଞାନ ଓ ଜ୍ଞାନକୌଶଳର ବିକାଶକୁ ମଣିଷ ସ୍ବୀକାର କରୁଛି ସତ, କିନ୍ତୁ ସେମାନଙ୍କ ମଧ୍ୟରେ ବସା ବାନ୍ଧିଥିବା ଅଜବ ବିଶ୍ୱାସ ଦୂର ହୋଇନାହିଁ। ଏମିତି ଏକ ବିଶ୍ୱାସରେ ବାନ୍ଧି ହୋଇଛନ୍ତି ହିମାଚଳପ୍ରଦେଶ କୁଲୁ ଜିଲାର ମନୁଋଷିଙ୍କ ଗାଁ ମନାଲିର ଅଧିବାସୀ। ଏଠାରେ ପ୍ରତିବର୍ଷ ୧୧ ଦିନ ଧରି ଚାଲେ ଫାଗଲି ଉତ୍ସବ। ବିଧିବିଧାନରେ ଏହା ପାଳନ କରାଯାଏ। ଲୋକମାନେ ଉତ୍ସବର ଶେଷଦିନରେ ମନାଲିରୁ ତୁଣ୍ଡିଆ ନାମକ ରାକ୍ଷସକୁ ତଡ଼ିଦିଅନ୍ତିି। ଏହି ଅବସରରେ ପୁରୁଣା ମନାଲି ପ୍ରାଙ୍ଗଣରେ ବିରାଜିତ ମନୁ ମହାରାଜାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଉତ୍ସବ ଆରମ୍ଭ ହୋଇଥାଏ, ଯାହା ଏଥର ବି କରାଯାଇଛି। ଆରାଧ୍ୟଦେବ ମନୁ ମହାରାଜା ମନାଲିର ପାଖାପାଖି ୪ଶହ ଘର ପରିକ୍ରମା କରି ଲୋକଙ୍କୁ ଆଶୀର୍ବାଦ ଦେଇଥିଲେ। ରାକ୍ଷସ ଆତଙ୍କରୁ ଘାଟିକୁ ରକ୍ଷା କରିବା ଲାଗି ଆରାଧ୍ୟଦେବ ମନୁଋଷି ମଣିଷ କେଶର ଗନ୍ଧ ଶୁଘାଂଇବା ଲାଗି ତାହା ସହ ବୁଝାମଣା କରିଥିବାର ମାନ୍ୟତା ରହିଛି। ପ୍ରତିବର୍ଷ ଭଳି ଏଥର ବି ଲୋକେ ପରସ୍ପରଙ୍କ ଚୁଟି ଜଳାଇ ଏଭଳି ଅଦ୍ଭୁତ ପରମ୍ପରା ପାଳନ କରିଛନ୍ତି। ଏହି ଉତ୍ସବ ପାଳନ କରିବା ପାଇଁ ମନାଲିବାସୀ ଗ୍ରାମଦେବଙ୍କ ଆଜ୍ଞା ନେଇ ୧୧ ଦିନ ଶାକାହାର ଗ୍ରହଣ କରିଥାନ୍ତି। କେବଳ ଏତିକି ନୁହେଁ , ଗାଁରୁ ତୁଣ୍ଡିଆ ରାକ୍ଷସକୁ ବାହାର କରିଦେବା ପରେ ଗ୍ରାମବାସୀ ତା’ର ପ୍ରଶଂସା ମଧ୍ୟ କରିଥାନ୍ତି । ଏହାଦ୍ୱାରା ବର୍ଷସାରା ଭୂତପ୍ରେତ କବଳରୁ ଗାଁ ସୁରକ୍ଷିତ ରହିବ ଓ ସୁଖ ସମୃଦ୍ଧି ବଢିବ ବୋଲି ଲୋକେ ବିଶ୍ୱାସ କରନ୍ତି। ଏବେ ମନାଲି ବ୍ୟତୀତ କୁଲୁ ଜିଲାର ଅଧିକାଂଶ ଗାଁରେ ଏହି ଉତ୍ସବ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri