ଏଇ ଭାରତରେ

ବୁଢ଼ା ବୟସରେ ସନ୍ତାନମାନେ ସାହାରା ହୋଇଥାନ୍ତି। କିନ୍ତୁ ଜଣେ ବୃଦ୍ଧ ଅନ୍ୟ ଅସହାୟ ବୃଦ୍ଧଙ୍କ ପାଇଁ ଆଶାବାଡି ପାଲଟିବା କିଛି କମ୍‌ କଥା ନୁହେଁ। ପଶ୍ଚିମବଙ୍ଗର ହାଓଡା ଜିଲାନିବାସୀ ତୁଳସୀରାମ ମନ୍ତ୍ରୀ ୫୦୦ ବୃଦ୍ଧଙ୍କୁ ପ୍ରତିମାସରେ ରାଶନ ସାମଗ୍ରୀ ଯୋଗାଉଛନ୍ତି। ତୁଳସୀରାମଙ୍କୁ ଏବେ ବୟସ ୬୮। ଏ ବୟସରେ ସେ ସାଥୀମାନଙ୍କ ସହଯୋଗରେ ଏଭଳି ମହତ୍‌ ସେବା ଜାରି ରଖିଛନ୍ତିି। ପ୍ରତି ମାସରେ ଏମାନେ ବୃଦ୍ଧମାନଙ୍କ ଘରେ ରାଶନ ସାମଗ୍ରୀ ପହଞ୍ଚାଉଛନ୍ତି। ୨୦୦୧ରେ ଛଗନଲାଲ ଭଡ଼କ ନାମକ ଜଣେ ବୃଦ୍ଧ ପ୍ରଥମେ ଏହି ଅଭିଯାନ ଆରମ୍ଭ କରିଥିଲେ ଓ ତାଙ୍କର ଏହି ମହତ୍‌ କାର୍ଯ୍ୟକୁ ଆଗକୁ ବଢାଇଛନ୍ତି ବୋଲି କୁହନ୍ତି ତୁଳସୀରାମ। ଆରମ୍ଭରୁ ଗୋଟିଏ ମାସରେ ୧୫ ଜଣ ବୃଦ୍ଧଙ୍କୁ ରାଶନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା। ଧୀରେଧୀରେ ଏହା ବୃଦ୍ଧିପାଇ ଏବେ ୫୦୦ରେ ପହଞ୍ଚିଛି ଓ ଏମାନଙ୍କୁ ସେ ଜୀବନ ସାରା ରାଶନ ସାମଗ୍ରୀ ଯୋଗାଇଦେବା ପାଇଁ ଲାୟନ୍ସ କ୍ଲବ୍‌ ଅଫ୍‌ ଗ୍ରେଟର ବି-୨ ପକ୍ଷରୁ ‘ଫୁଡ୍‌ ଫର୍‌ ଲାଇଫ୍‌’ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri