ଏଇ ଭାରତରେ

ସେବା କରିବାର ଦୃଢ ଇଚ୍ଛାଶକ୍ତି ଆଗରେ ଭୟର କୌଣସି ସ୍ଥାନ ନ ଥାଏ। ନିର୍ଭୟରେ ସବୁ ପ୍ରତିକୂଳ ପରିବେଶକୁ ପ୍ରତିହତ କରି ସେବକମାନେ ଆଗେଇ ଚାଲନ୍ତି ଲକ୍ଷ୍ୟ ପଥରେ, ଯାହା କରୁଛନ୍ତି ଜମ୍ମୁ ସହରର ରବିନହୁଡ୍‌ ଆର୍ମି ସଦସ୍ୟମାନେ। ଏମାନେ ରାତିରେ ଘରୁ ବାହାରିଯାଆନ୍ତି ଭୋକିଲାଙ୍କ ପେଟ ଭରିବାକୁ । ଏମାନଙ୍କୁ ନ ଥାଏ ଆତଙ୍କବାଦୀ କି ଥଣ୍ଡାକୁ ଭୟ । ବସ୍ତି , ରେଲଓ୍ବେଷ୍ଟେଶନ ଓ ପ୍ଲାଏଓଭର୍‌ ତଳେ ରହୁଥିବା ଲୋକମାନଙ୍କୁ ଖାଇବାକୁ ଦେଉଛନ୍ତି ଏମାନେ।
କିଛି ବର୍ଷ ପୂର୍ବେ ଏହି ଆର୍ମି ଗଠନ କରିଥିଲେ ଗାନ୍ଧୀନଗର ନିବାସୀ ବିନସ ସେଠୀ। ଧୀରେ ଧୀରେ ଏଥିରେ ସ୍ଥାନୀୟ ଯୁବକମାନେ ସାମିଲ ହୋଇ ହୋଟେଲ, ରେସ୍ତୋରାଁ, ବେକରି ସହ ବିଭିନ୍ନ ସ୍ଥାନରେ ଏହାର ପୋଷ୍ଟର୍‌ ଲଗାଇ ବଳକା ଖାଦ୍ୟ ଦେବା ଲାଗି ଅନୁରୋଧ କରିଥିଲେ। ପ୍ରଥମେ ସେମାନଙ୍କୁ କେହି ବିଶ୍ୱାସକୁ ନେଇ ନ ଥିଲେ। କିନ୍ତୁ ଗୋଟିଏ ବେକରି ବଳକା ଖାଦ୍ୟ ଦେବାରୁ ସେମାନେ ଏହାକୁ ନେଇ ରାତିରେ ବାଣ୍ଟିବା ଆରମ୍ଭ କରିଥିଲେ। ଏହାପରେ ହୋଟେଲ ଓ ରେସ୍ତୋରଁାରୁ ଖାଦ୍ୟ ମିଳିବା ଆରମ୍ଭ ହୋଇଥିଲା। ସବୁ ଖାଦ୍ୟ ରାତି ୧୦ଟା ପରେ ମିଳେ। ଏହି ସମୟରେ ଜମ୍ମୁରେ ଖାଦ୍ୟ ବାଣ୍ଟିବା ସହଜ ନୁହେଁ। କିନ୍ତୁ ବିନସଙ୍କ ନେତୃତ୍ୱରେ ଏହାକୁ ସଫଳତାର ସହ କରାଯାଉଛି। ରାତି ୧୧ଟା ବେଳକୁ ସେମାନେ ଖାଦ୍ୟ ବାଣ୍ଟିବାକୁ ଯାଉଛନ୍ତି। ଭୋକିଲାମାନେ ଖାଇବା ପରେ ତାଙ୍କ ମୁହଁର ଚେନାଏ ହସରେ ସଦସ୍ୟମାନେ ସବୁ ଦୁଃଖ ଭୁଲିଯାଆନ୍ତି ବୋଲି କୁହନ୍ତି ବିନସ। ଜମ୍ମୁର କୌଣସି ଡଷ୍ଟବିନରେ ଯେମିତି ଖାଦ୍ୟ ନ ପଡେ ସେଥିତ୍ପାଇଁ ଏହି ଆର୍ମି ମଧ୍ୟ ଅଭିଯାନ ଆରମ୍ଭ କରିଛିି।


Enter your email to get our daily news in your inbox.

All Right Reserved By Dharitri.Com

ବୃତ୍ତିଜୀବୀ ଖୁସ୍‌, କର୍ମଜୀବୀ ଉବୁଟୁବୁ

ସହଦେବ ସାହୁ   ସବୁ ଚାକିରିଆ କର୍ମଜୀବୀ, ସରକାରୀ କମ୍ପାନୀ ବି ଗୋଟିଏ ଗୋଟିଏ କର୍ମଜୀବୀ। କିନ୍ତୁ ପୁଞ୍ଜିନିବେଶକାରୀମାନେ ବୃତ୍ତିଜୀବୀ। ଗୋଟିଏ ଆମେରିକାନ୍‌ ଖବରର ଶୀର୍ଷକ...

ପ୍ରାଣୀ ଦୌଡ଼ ଓ ନିର୍ଯାତନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବୋଧହୁଏ ମଣିଷ ଶରୀରରେ ଥିବା ଦୁଇଟି ପ୍ରମୁଖ ଜିନ୍‌ ହେଉଛି ବାଜି ମାରିବାକୁ ଭଲପାଇବା ଓ ଅନ୍ୟର ଯନ୍ତ୍ରଣା ପ୍ରତି...

ବାବୁଙ୍କ ବିଦ୍ରୋହ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଗୋଟିଏ ମାସ ଭିତରେ ତିନିଜଣ ଆଇଏଏସ୍‌ ଅଫିସର ଇସ୍ତଫା ଦେବା ଘଟଣା ସରକାରୀ ମହଲରେ ଏକ ପ୍ରକାର ଗୋପନ ଭୟର...

କେତେ ସତ

ଡା. ଶୁଭଶ୍ରୀ ମିଶ୍ର ମହିଳାମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ବେଳେ ଟିକା ନେବାକୁ ନେଇ ଏକ ଗୁଜବ ଚାରିଆଡ଼େ ଚାଲିଛି। କିନ୍ତୁ ଋତୁସ୍ରାବ ପୂର୍ବରୁ କିମ୍ବା...

ଏଇ ଭାରତରେ

ଭାରତର ଅନେକ ସ୍ଥାନରେ ପରମ୍ପରା ଓ ଲିଙ୍ଗଗତ ଅସମାନତାର ବେଡ଼ିରେ ବାନ୍ଧିହୋଇ ମହିଳାମାନେ ଅଣନିଃଶ୍ୱାସୀ ହୋଇପଡୁଥିବା ବେଳେ ବାରାଣସୀର ଏକ ଗାଁରେ ମହିଳାମାନେ ଯେପରି ସଂସ୍କାରୀ...

ମାଲିକ ନୁହେଁ, ଅତିଥି ହୁଅ

ଏବେ ସକାଳୁ ସକାଳୁ ପକ୍ଷୀଙ୍କ କଳରବ ମନକୁ ପୁଲକିତ କରୁଛି। ଘର ଆଖପାଖରେ ଥିବା ଛୋଟବଡ ବୃକ୍ଷ ଡାଳରେ, ଭୂମି ଉପରେ ରଙ୍ଗବେରଙ୍ଗର ଅନେକ ପ୍ରଜାତିର...

ଏଇ ଭାରତରେ

ମହିଳାମାନେ କୃଷି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯାଇପାରିବେ। ଏହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ସାନ୍ନା ଖାଁ। ମିରଟ ନିବାସୀ ୩୧ ବର୍ଷୀୟା ସାନ୍ନା ଜୈବିକ କୃଷି...

ଯୁଦ୍ଧ ଜର୍ଜରିତ ଶୈଶବ

ପ୍ରକାଶ ତ୍ରିପାଠୀ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନଁା ନେଉନାହିଁ। ଇତିମଧ୍ୟରେ ବୁଛା ସହରରେ ରୁଷ ସୈନିକଙ୍କ ବର୍ବର କାଣ୍ଡର ଅନେକ ଛବି...

Advertisement
Archives

Model This Week