ଏଇ ଭାରତରେ

ଖୁବ୍‌ କମ୍‌ ବୟସରେ ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ସଚେତନତା ଧର୍ମୀ କାର୍ଯ୍ୟ କରି ସମାଜକୁ ନୂଆ ବାର୍ତ୍ତା ଦେଇଛନ୍ତି ଚେନ୍ନାଇର ଦୁଇ ଭାଇ ଜୟ ଓ ପ୍ରୀତ୍‌। ଏମାନଙ୍କୁ ଏବେ ବୟସ ଯଥାକ୍ରମେ ୧୭ ଓ ୧୩ । ଚେନ୍ନାଇକୁ ପଲିଥିନମୁକ୍ତ କରିବା ସହ ଅସହାୟ ମହିଳାଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି ଏମାନେ। ତାମିଲନାଡୁ ସରକାର ଗତବର୍ଷ ଜାନୁୟାରୀରୁ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବନ୍ଦ କରିବା ପୂର୍ବରୁ ଜୟ ଓ ପ୍ରୀତ୍‌ ପଲିଥିନ ବ୍ୟାଗ୍‌ ବିରୋଧରେ ଅଭିଯାନ ଆରମ୍ଭ କରିସାରିଥିଲେ। ଦୁଇଭାଇ ପ୍ଲାଷ୍ଟିକ ବ୍ୟାଗ୍‌ ବଦଳରେ ଦୋକାନୀମାନଙ୍କୁ କପଡ଼ା ବ୍ୟାଗ୍‌ ଫ୍ରି ଦେବା ଆରମ୍ଭ କରି ବର୍ଷକ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟାଗ୍‌ ବାଣ୍ଟି ସାରିଲେଣି। ଚେନ୍ନାଇର ଏକ ବୃଦ୍ଧାଶ୍ରମରେ ଧନ୍ଦାମୂଳକ ଶିକ୍ଷା ଲାଭ କରିଥିବା ମହିଳାମାନଙ୍କୁ ବ୍ୟାଗ୍‌ ସିଲାଇ କରିବା ପାଇଁ ନିୟୋଜିତ କରିଛନ୍ତି । ବ୍ୟାଗ୍‌ ପାଇଁ ଏମାନେ ଚେନ୍ନାଇର ବିଭିନ୍ନ ହୋଟେଲରୁ ପୁରୁଣା ବେଡ୍‌ସିଟ୍‌ ସଂଗ୍ରହ କରୁଛନ୍ତି। ତାଙ୍କର ଏହି କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ଲାଗି ସୋସିଆଲ ମିଡିଆ ବ୍ୟବହାର ନ କରି ସ୍କୁଲ୍‌ ସାଙ୍ଗ, ପଡୋଶୀ ଓ ହୋଟେଲଗୁଡିକର ସାହାଯ୍ୟ ଲୋଡୁଛନ୍ତି। ବେଡ୍‌ସିଟକୁ ଭଲ ଭାବେ ସଫା କରି ଆଇରନ୍‌ ଦେଇ ହୋଟେଲଗୁଡିକ ଏମାନଙ୍କୁ ଦେଉଛନ୍ତି। ବ୍ୟାଗ୍‌ ତିଆରି ଲାଗି ସାଇଜ୍‌ ଅନୁସାରେ ୩ରୁ ୫ ଟଙ୍କା ଖର୍ଚ୍ଚ ହେଉଛି । ଏଗୁଡିକୁ ଫ୍ରିରେ ଦିଆଯାଉଥିଲେ ବି ଯେଉଁମାନେ ଏ ବାବଦରେ ଟଙ୍କା ଦେଉଛନ୍ତି ତାହାକୁ ସିଲେଇ କରୁଥିବା ମହିଳାମାନଙ୍କୁ ଦିଆଯାଉଛି ବୋଲି କୁହନ୍ତି ଏମାନଙ୍କ ମା’ ବର୍ଷା। ଏମାନଙ୍କୁ ଅନୁଦାନ ବାବଦରେ ମିଳିଥିବା ୩.୫ ଲକ୍ଷ ଟଙ୍କା ଦୃଷ୍ଟିହୀନମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ଦାନ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri