ଏଇ ଭାରତରେ

କନ୍ୟାକୁ ଦେଖି ବେଦି ଉପରେ ନିଜର ଡ୍ରେସ୍‌ ଚିରି ନାକ ଘଷିଲେ ବର। ବିହାରର ଫୁଲଓ୍ବାରି ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ଏହି ଗାଁରେ କାମେଶ୍ୱର ସିଂଙ୍କ ଝିଅ ବାହାଘର ହେଉଥିଲା। ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପାଖ ଗାଁରୁ ବର ମଧ୍ୟ ଠିକ୍‌ ସମୟରେ ଆସି ପହଞ୍ଚିଯାଇଥିଲେ। ତେବେ ବେଦି ଉପରେ ବରଣମାଳା ବିନିମୟବେଳେ ସବୁ ଓଲଟପାଲଟ ହୋଇଯାଇଥିଲା। ବର ମାଳା ପିନ୍ଧାଇବା ପୂର୍ବରୁ କନ୍ୟାଙ୍କ କୁତ୍ସିତ ରୂପ ଦେଖି ନିଜକୁ ସମ୍ଭାଳି ପାରି ନ ଥିଲେ। ସେ ତୁରନ୍ତ ତାଙ୍କ ପିନ୍ଧା ଡ୍ରେସ୍‌ ଚିରି ପକାଇବା ସହ ବେଦି ଉପରେ ନାକ ଘଷିବା ଦେଖିବାକୁ ମିଳିଥିଲା। ତେବେ କେହି କିଛି ବୁଝିବା ପୂର୍ବରୁ କୌଣସି ବ୍ୟକ୍ତି ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ବର ଓ ତାଙ୍କ ପିତାଙ୍କୁ ଥାନାକୁ ନେଇଯାଇଥିଲା। ଏହାପରେ କନ୍ୟା ଉକ୍ତ ବରଙ୍କୁ ବିବାହ କରିବାକୁ ସିଧା ସିଧା ମନା କରି ଦେଇଥିଲେ। କନ୍ୟା ଅଭିଯୋଗ କରିଥିଲେ, ବର ହେଉଛନ୍ତି ଜଣେ ପାଗଳ। ହେଲେ ବର ପିତା କହିଥିଲେ ଯୌତୁକ ପାଇଁ କନ୍ୟାଘର ବାହାଘର ଭାଙ୍ଗି ଦେଇଛନ୍ତି। ଏବେ ଘଟଣାର ତଦନ୍ତ ଚାଲିଥିବା ବେଳେ ବର ଶିଶୁପାଳ ହୋଇ ଫେରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri