ଏଇ ଭାରତରେ

ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଅଭ୍ୟାସ ରହିଥାଏ। କେତେକ ଲୋକଙ୍କର ନିର୍ବାଚନ ଲଢ଼ିବା ମଧ୍ୟ ଏକ ରୁଚି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଡାକ୍ତର ପଦ୍ମରାଜନ୍‌। ସେ ପଞ୍ଚାୟତଠାରୁ ଆରମ୍ଭ କରି ଲୋକ ସଭା ପର୍ଯ୍ୟନ୍ତ ଇତିମଧ୍ୟରେ ୨୦୦ ଥର ନିର୍ବାଚନରେ ପ୍ରତିଦ୍ୱିନ୍ଦ୍ୱିତା କରି ମଧ୍ୟ ହାରିଯାଇଛନ୍ତି। ତଥାପି ପ୍ରତିଦ୍ୱନ୍ଦ୍ୱିତା କରିବାର ନିଶା ଛାଡ଼ିନାହାନ୍ତି। ଦେଶର ପ୍ରମୁଖ ରାଜନେତାଙ୍କ ବିରୋଧରେ ସେ ନିର୍ବାଚନ ଲଢ଼ିଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ସେ ୨୦୧ ଥର ପାଇଁ ଲଢୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ସେ ଓ୍ବାୟନାଡ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଦ୍ମରାଜନ୍‌ ତାମିଲନାଡୁ ସାଲେମ୍‌ର ଏକ ସହରରେ ହୋମିଓପ୍ୟାଥିକ୍‌ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୮ ମସିହାରୁ ସେ ନିର୍ବାଚନ ଲଢ଼ିବା ଆରମ୍ଭ କରିଛନ୍ତି। ନିର୍ବାଚନ ଲଢ଼ିବାରେ ସେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ନିର୍ବାଚନ ଲଢ଼ିବା ପାଇଁ ପଦ୍ମରାଜନ୍‌ଙ୍କ ସଉକ ସ୍ଥାନୀୟ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର…

୨୦୨୬ ନିର୍ବାଚନ: ଏକ ବିଶ୍ଳେଷଣ

କେବଳ ଆସାମ ଓ ପୁଡୁଚେରୀକୁ ବାଦ୍‌ ଦେଲେ ଚଳିତ ବିଧାନସଭା ନିର୍ବାଚନରେ ୩ ରାଜ୍ୟରେ ଜନମତ ଶାସକ ଦଳ ବିରୋଧରେ ଯାଇଛି। ଏପରି କି ପଶ୍ଚିମବଙ୍ଗ ଓ…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି…

ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri