ଏଇ ଭାରତରେ

ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଅଭ୍ୟାସ ରହିଥାଏ। କେତେକ ଲୋକଙ୍କର ନିର୍ବାଚନ ଲଢ଼ିବା ମଧ୍ୟ ଏକ ରୁଚି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଡାକ୍ତର ପଦ୍ମରାଜନ୍‌। ସେ ପଞ୍ଚାୟତଠାରୁ ଆରମ୍ଭ କରି ଲୋକ ସଭା ପର୍ଯ୍ୟନ୍ତ ଇତିମଧ୍ୟରେ ୨୦୦ ଥର ନିର୍ବାଚନରେ ପ୍ରତିଦ୍ୱିନ୍ଦ୍ୱିତା କରି ମଧ୍ୟ ହାରିଯାଇଛନ୍ତି। ତଥାପି ପ୍ରତିଦ୍ୱନ୍ଦ୍ୱିତା କରିବାର ନିଶା ଛାଡ଼ିନାହାନ୍ତି। ଦେଶର ପ୍ରମୁଖ ରାଜନେତାଙ୍କ ବିରୋଧରେ ସେ ନିର୍ବାଚନ ଲଢ଼ିଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ସେ ୨୦୧ ଥର ପାଇଁ ଲଢୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ସେ ଓ୍ବାୟନାଡ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଦ୍ମରାଜନ୍‌ ତାମିଲନାଡୁ ସାଲେମ୍‌ର ଏକ ସହରରେ ହୋମିଓପ୍ୟାଥିକ୍‌ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୮ ମସିହାରୁ ସେ ନିର୍ବାଚନ ଲଢ଼ିବା ଆରମ୍ଭ କରିଛନ୍ତି। ନିର୍ବାଚନ ଲଢ଼ିବାରେ ସେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ନିର୍ବାଚନ ଲଢ଼ିବା ପାଇଁ ପଦ୍ମରାଜନ୍‌ଙ୍କ ସଉକ ସ୍ଥାନୀୟ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାଁ ନାମ ବାଞ୍ଚା। ମଧ୍ୟପ୍ରଦେଶର ବୈତୁଲ ଜିଲାର ଏହି ଗାଁରେ ନା ଅଛି କାଠଚୁଲା ନା ଅଛି ଗ୍ୟାସ୍‌ ସିଲିଣ୍ଡର। ହେଲେ ଲୋକମାନେ ରୋଷେଇ କରୁଛନ୍ତି।...

ବିବାହ ବାହନ ବିଭ୍ରାଟ

ଡ. କୁଳାଙ୍ଗାର ବାଇଧର ବେଲେ ପଖାଳ ଖାଇ ଏଉଡି ମାରିଲା ବେଳକୁ ମୋବାଇଲି ଫୋନ୍‌ଟା କେଁ କେଁ ହୋଇ ବାଜି ଉଠିଲା। ସିଏ ହ୍ୟାଲୋ କରୁ...

ମାନପତ୍ରର ମାନ

ହିମାଂଶୁ ଶେଖର ଆଚାର୍ଯ୍ୟ ଈଶ୍ୱର ପ୍ରତ୍ୟେକଙ୍କ ନିକଟରେ କିଛି ନା କିଛି ପ୍ରତିଭା ଦେଇଛନ୍ତି। ସେଥିପାଇଁ କୁହାଯାଏ ଫୁଲର ବାସ୍ନାଥିଲେ ସେ ମହକିବ ଆଉ ପ୍ରତିଭାଥିଲେ...

ମଦବିରୋଧୀ ଆନ୍ଦୋଳନ ତେଜିବା ଦରକାର

ରଘୁନାଥ ମହାପାତ୍ର ଏକ ନିଶାମୁକ୍ତ ସମାଜ ଓ ରାଷ୍ଟ୍ର ଗଠନ ପାଇଁ ସରକାରୀ ଓ ବେସରକାରୀ ସ୍ତରରୁ ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।...

ଜୀବନ ମାନ ପ୍ରତି ଧ୍ୟାନ ଦିଆଯାଉ

ଡ. ସନ୍ତୋଷ କୁମାର ମହାପାତ୍ର ଆସନ୍ତା ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଗତବର୍ଷ ବଜେଟ ଉପସ୍ଥାପନ ବେଳେ...

ଆଜିର ଅର୍ଥନୀତି/ନିରୁତ୍ସାହଜନକ

ଏୟାରଟେଲ, ଇଣ୍ଡିଆ ପୋଷ୍ଟ, ଫିନୋ, ଜିଓ, ଏନ୍‌ଏସ୍‌ଡିଏଲ୍‌ ଓ ପେଟିଏମ୍‌ ପରି ପେମେଣ୍ଟସ୍‌ ବ୍ୟାଙ୍କଗୁଡ଼ିକର କ୍ଷତି ବଢ଼ିବଢ଼ି ଚାଳିଛି। ୨୦୧୮ରେ ଏମାନେ ମୋଟ ୫୧୫.୬ କୋଟି...

ଏଇ ଭାରତରେ

କର୍ତ୍ତବ୍ୟ ହିଁ ଭଗବାନ,ଏହା ଉପଲବ୍ଧିି କରିଛନ୍ତି ଅଙ୍ଗନଓ୍ବାଡି କର୍ମୀ ରେଲୁ ଭାସ୍‌ଭେ। ମହାରାଷ୍ଟ୍ରର ନନ୍ଦୁବାର ଜିଲା ବାସିନ୍ଦା ରେଲୁ ନର୍ମଦା ନଦୀରେ ପ୍ରତିଦିନ ୧୪ କି.ମି...

ସବୁଜ ଅର୍ଥନୀତିର ପଥପ୍ରଦର୍ଶକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ପ୍ରଖ୍ୟାତ ଭାରତୀୟ ପରିବେଶ ଅର୍ଥଶାସ୍ତ୍ରୀ ତଥା ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ର ଗୁଡ୍‌ଓ୍ବିଲ ଆମ୍ବାସାଡର ପବନ ସୁଖଦେବ ୨୦୨୦ର ଟାଇଲର୍‌...

Advertisement
Archives

Model This Week