ଏଇ ଭାରତରେ

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ନିୟମକୁ କଡ଼ାକଡି କରାଯାଇ ଜରିମାନା ଆଦାୟ କରାଯାଉଛି। ମାତ୍ର ଟ୍ରାଫିକ ନିୟମ ଉପରେ ଗୁରୁଗ୍ରାମର ଜ୍ୟାକବ୍‌ପୁରା ନିବାସୀ ଧର୍ମବୀର ହିନ୍ଦୁସ୍ଥାନୀ ତାଙ୍କ ପୁଅ ଓ ଝିଅଙ୍କ ସହ ସଚେତନତା ଆଣିବାରେ ଯେଭଳି ଚେଷ୍ଟା କରିଆସୁଛନ୍ତି ତାହା ପ୍ରଶଂସନୀୟ। ଧର୍ମବୀର ଜଣେ ଓକିଲ। ଗୁରୁଗ୍ରାମର ବିଭିନ୍ନ ଛକରେ ସେ ବ୍ୟାନର୍‌ ଧରି ଠିଆହୋଇ ଦୀର୍ଘ ୮ ବର୍ଷ ହେବ ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରିଆସୁଛନ୍ତି। ପ୍ରଥମେ ସେ ଏକାକୀ ଏହି କାର୍ଯ୍ୟ କରୁଥିଲେ, ଏବେ ୮ ବର୍ଷର ପୁଅ ପାର୍ଥ ଓ ୧୦ ବର୍ଷର ଝିଅ ଭାବିକା ସ୍କୁଲରୁ ଛୁଟି ହୋଇ ଆସିବା ପରେ ପିତାଙ୍କ ସହ ଟ୍ରାଫିକ ନିୟମ ଉପରେ ସଚେତନ କରିବା ଲାଗି ବହାରିଯାଉଛନ୍ତି। ପିତା, ପୁତ୍ର ଓ ଝିଅ ସହରର ଅଲଗା ଅଲଗା ସ୍ଥାନକୁ ଯାଇ ଏହିି କାର୍ଯ୍ୟ କରୁଛନ୍ତି। ଧର୍ମବୀରଙ୍କୁ ସୋନା ଚୌକ, ଆକାଶପୁରୀ ଚୌକ ଓ ପୁରୁଣା ଗୁରୁଗ୍ରାମର ରାସ୍ତାରେ ଦେଖିବାକୁ ମିଳେ। ଛୁଟିଦିନରେ ଝିଅ-ପୁଅଙ୍କୁ ସାଙ୍ଗରେ ନେଇ ଧର୍ମବୀର ବାହାରିଯାଆନ୍ତି ରାସ୍ତାରେ ଥିବା ଖାଲଖମା ଭର୍ତ୍ତିି କରିବାକୁ। ନିଜ ସମ୍ବଳ ମଧ୍ୟରେ ସେ ଏହା କରୁଛନ୍ତି। ଧର୍ମବୀର ଯାହା ରୋଜଗାର କରନ୍ତି ସେଥିରୁ କିଛି ଅଂଶ ରାସ୍ତା ମରାମତିରେ ବ୍ୟୟ କରିଥାନ୍ତି। ଏହି କାର୍ଯ୍ୟକୁ ଦେଖି ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ ଅଥରିଟି ବା ଜିଲା ଆଇନ ସେବା ପ୍ରାଧିକରଣ ଧର୍ମବୀରଙ୍କୁ ତାଙ୍କର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ବି ତାଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ ତିନି ମାସରେ ୩୦ଟି ସ୍କୁଲ ଓ କଲେଜକୁ ଯାଇ ସ୍ବଚ୍ଛତା ଏବଂ ଟ୍ରାଫିକ ନିୟମ ପ୍ରତି ସଚେତନ କରୁଛନ୍ତି। ଏହି କାର୍ଯ୍ୟ ଲାଗି ତାଙ୍କୁ ସ୍ବାଧୀନତା ଦିବସରେ ସମ୍ମାନିତ ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri