ଏଇ ଭାରତରେ

ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଯାଉଥିବା ବେଳେ ବିହାର ନାଳନ୍ଦା ଜିଲାର ମାଢି ଗ୍ରାମବାସୀଙ୍କ ମୁକ୍ତ ଚିନ୍ତାଧାରା ଓ ଉଦାର ମନୋଭାବ ଦେଶକୁ ଏକ ବାର୍ତ୍ତା ଦେଇଛି ଏବଂ ପାଇଛି ଏକ ନିଆରା ପରିଚୟ। ବହୁଦିନ ତଳେ ମାଢିରେ ହିନ୍ଦୁ ମୁସଲମାନ ଏକାଠି ରହୁଥିଲେ। ମୁସଲମାନଙ୍କ ସଂଖ୍ୟା କମ୍‌ ଥିଲା। ସେମାନେ ଗାଁରେ ଏକ ମସ୍‌ଜିଦ ନିର୍ମାଣ କରିଥିଲେ। କାଳକ୍ରମେ ସବୁ ମୁସଲମାନ ଗାଁ ଛାଡି ଚାଲିଗଲା ପରେ ଏହି ମସ୍‌ଜିଦର ଦାୟିତ୍ୱ ହିନ୍ଦୁମାନେ ନେବାକୁ ନିଷ୍ପତ୍ତି କରି ଏହାର ଦେଖାରଖା କରୁଛନ୍ତି । ଖାଲି ଏତିକି ନୁହେଁ ମସ୍‌ଜିଦ୍‌ରେ ପ୍ରତିଦିନ ହିନ୍ଦୁମାନେ ୫ଥର ନମାଜ ପଢୁଛନ୍ତି। ହିନ୍ଦୁମାନେ ‘ଅଜାନ୍‌’ ଜାଣିିନାହାନ୍ତି। ଏଣୁ ସେମାନେ ‘ଅଜାନ’ର ରେକର୍ଡିଂ ବଜାଉଛନ୍ତି । ପ୍ରାୟ ୨୦୦ ବର୍ଷର ଏହି ମସ୍‌ଜିଦକୁ କିଏ ଓ କେବେ ନିର୍ମାଣ କରିଛନ୍ତି, ତାହା ବିଷୟରେ ଗ୍ରାମବାସୀ କିଛି ଜାଣିନାହାନ୍ତିି । କିନ୍ତୁ ଈଶ୍ୱର-ଆଲ୍ଲା ‘ଏକ’ ଭାବନାରେ ସେମାନେ ସକାଳେ ଓ ସନ୍ଧ୍ୟାରେ ମସ୍‌ଜିଦ ସଫାକରି ନମାଜ ପଢୁଛନ୍ତି। ଲୋକମାନଙ୍କର କୌଣସି ସମସ୍ୟା ଆସିଲେ ସେଥିରୁ ମୁକ୍ତିପାଇବା ପାଇଁ ସେମାନେ ମସ୍‌ଜିଦରେ ପ୍ରାର୍ଥନା ବି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

ତେଲ ମାରିଲା

ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ଯୁଦ୍ଧର ପରିସର ବ୍ୟାପକ ହୋଇଛି। କେତେକ ସୂତ୍ର ଇରାନ୍‌ରେ ୫୫୦ ମୃତାହତ କହୁଥିବା ବେଳେ ଆଉ କିଛି ସୂତ୍ର…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ପ୍ରଶ୍ନ: କ’ଣ, କିପରି, କାହିଁକି

ମାନବର ବିବର୍ତ୍ତନ ସମ୍ବନ୍ଧୀୟ ବିଦ୍ୟା ବା ନୃତତ୍ତ୍ୱ ଅନ୍ୟ ସମସ୍ତ ଜୀବଙ୍କଠାରୁ କିଛିଟା ଅଲଗା। ଅନ୍ୟ ପ୍ରାଣୀ ଓ ଉଦ୍ଭିଦମାନଙ୍କଠାରେ ମୁଖ୍ୟତଃ ଦେଖାଦିଏ କ୍ରମିକ ଶାରୀରିକ ପରିବର୍ତ୍ତନ।…

ଜୀବନରେ ଭୁଲ୍‌

ସମସ୍ତେ ଭୁଲ୍‌ କରନ୍ତି ଏବଂ ଏହା ପ୍ରତ୍ୟେକଙ୍କ ଜୀବନର ଏକ ଅଂଶ। କେତେକେ ଭୁଲ୍‌ କଲେ ମଧ୍ୟ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥାନ୍ତି ।…

ଇରାନ ନିଆଁ

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଇରାନର ଏକ ସ୍କୁଲରେ ୮୫ ଛାତ୍ରୀଙ୍କ ସହ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…

ଭାରତର ସାମ୍ପ୍ରତିକ ଅର୍ଥନୀତି ଓ ସାର୍ୱଭୌମତ୍ୱ

ବର୍ତ୍ତମାନ ବିଶ୍ୱରେ ଯେଉଁ ବାଣିଜି୍ୟକ ଯୁଦ୍ଧ ଦେଖାଦେଇଛି ତାହା ବିଭିନ୍ନ ଦେଶରେ ରାଜନୈତିକ ଘନଘଟା ସୃଷ୍ଟିକରିଛି। ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ନାହିଁ ନ ଥିବା ଅସ୍ଥିରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri