ନୂଆଦିଲ୍ଲୀ,୨୬ା୮(ପି.ଟି):ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍ଏଫ୍)ର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବାଇଚୁଙ୍ଗ ଭୂତିଆ। ଭାରତୀୟ ଫୁଟବଲ କିମ୍ବଦନ୍ତୀ ତଥା ପୂର୍ବତନ ଅଧିନାୟକ ଭୂତିଆ ଗୁରୁବାର ନିଜର ନାମାଙ୍କନ ଦାଖଲ କରିଛନ୍ତି। ୪୫ ବର୍ଷୀୟ ଭୂତିଆଙ୍କ ନାମ ଆନ୍ଧ୍ର ଫୁଟବଲ ଆସୋସିଏଶନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ରାଜସ୍ଥାନ ଫୁଟବଲ ଆସୋସିଏଶନ ପକ୍ଷରୁ ଏହାକୁ ସମର୍ଥନ କରାଯାଇଛି। ଏଆଇଏଫ୍ଏଫ୍ ସଭାପତି ପଦ ପାଇଁ ମୁଁ ନିଜକୁ ସବୁଠୁ ଯୋଗ୍ୟ ମନେ କରୁଥିବା କାରଣରୁ ମୁଁ ନାମାଙ୍କନ ଦାଖଲ କରିଛି ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଭୂତିଆ। ଭାରତ ପାଇଁ ୧୦୦ରୁ ଅଧିକ ମ୍ୟାଚ୍ ଖେଳିବା ସହିତ ବିଭିନ୍ନ ନାମୀ କ୍ଲବ ନିମନ୍ତେ ମଧ୍ୟ ମୁଁ ଖେଳିଛି। ଏହା ବ୍ୟତୀତ କ୍ରୀଡା ମନ୍ତ୍ରଣାଳୟର ମିଶନ ଅଲିମ୍ପିକ୍ସ ସେଲ୍ ଓ ଅନ୍ୟାନ୍ୟ କ୍ରୀଡା କମିଟିରେ ସାମିଲ ହେବା କାରଣରୁ ପ୍ରଶାସନିକ ଅଭିଜ୍ଞତା ମଧ୍ୟ ରହିଛି। ଭାରତୀୟ ଫୁଟବଲକୁ ଏହାର ଶିଖରରେ ପହଞ୍ଚାଇବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ସେ ନିଜ ବୟାନରେ କହିଛନ୍ତି।
ଏହା ପୂର୍ବରୁ ସିଓଏ ଦ୍ୱାରା ପରିଚାଳିତ ହେଉଥିବା ସମୟରେ ମଧ୍ୟ ଭୂତିଆ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ। ତେବେ ଫିଫା ପକ୍ଷରୁ ଭାରତୀୟ ଫୁଟବଲ ସଂଘକୁ ବାସନ୍ଦ କରାଯିବା ପରେ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ସିଓଏକୁ ଖାରଜ କରି ଦିଆଯିବା ସହିତ ପୁନର୍ବାର ନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରଥମ ଥର ନାମାଙ୍କନ ଦାଖଲ ସମୟରେ ଭୂତିଆଙ୍କ ପୂର୍ବତନ ଟିମ୍ ମେଟ୍ ଦୀପକ ମଣ୍ଡଳ ତାଙ୍କ ନାମ ସୁପାରିସ କରିଥିଲେ। ଅନ୍ୟତମ ପୂର୍ବତନ ଫୁଟବଲର ମଧୁ କୁମାରୀ ଏହାକୁ ସମର୍ଥନ ପ୍ରଦାନ କରିଥିଲେ।
ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…
କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...
ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ
ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...
ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…
ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...
ଚୋରକୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…
ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...
ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…
ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...
ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା
ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍ ଶନିବାର ଠାରୁ...
ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ
ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...
ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ
ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...
Archives


