Posted inଖେଳ

ଋତୁପର୍ଣ୍ଣାଙ୍କୁ ଟାଇଟଲ

ହାଇଦ୍ରାବାଦ, ୨୪ା୬ (ପି.ଟି.)- ୟୋନେକ୍ସ-ସନ୍‌ରାଇଜ୍‌ ଅଲ୍‌ ଇଣ୍ଡିଆ ସିନିୟର ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ଓଡ଼ିଶା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ଟୁର୍ନାମେଣ୍ଟରେ ଋତୁପର୍ଣ୍ଣା ଜାତୀୟ ବ୍ୟାଡ୍‌ମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କ ଝିଅ ଗାୟତ୍ରୀଙ୍କ ପାର୍ଟନର ହୋଇ ଖେଳିଥିଲେ। ସେମାନେ ଚତୁର୍ଥ ସିଡ୍‌ ତଥା ବର୍ତ୍ତମାନର ଜାତୀୟ ଚାମ୍ପିୟନ ଯୋଡ଼ି ଶିଖା ଗୌତମ ଓ ଅଶ୍ୱିନ ଭଟକଙ୍କୁ ୧୯-୨୧, ୨୧-୧୪, ୨୧-୧୦ରେ ପରାସ୍ତ କରିଛନ୍ତି। ୧୬ ବର୍ଷୀୟା ଗାୟତ୍ରୀ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଏଠାରେ ୧୩ତମ ସିଡ୍‌ ମାନ୍ୟତାପ୍ରାପ୍ତ ଏହି ଖେଳାଳି ମାତ୍ର ୩୭ ମିନିଟ୍‌ରେ ତନଭି ଲାଡ୍‌ଙ୍କୁ ୨୧-୧୯, ୨୧-୧୬ରେ ପରାସ୍ତ କରି ପ୍ରଥମ ଥର ସିନିୟର ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟ ଟ୍ରଫି ହାସଲ କରିଛନ୍ତି। ଅନ୍ୟପକ୍ଷରେ ଗତ ମାର୍ଚ୍ଚରେ ଚାଇନା ମାଷ୍ଟର୍ସ ଫାଇନାଲରେ ପ୍ରବେଶ କରିଥିବା ଲକ୍ଷ୍ୟ ସେନ୍‌ ଦ୍ୱିତୀୟ ସିଡ୍‌ ରାହୁଲ ଯାଦବ ଚିଟାବୋଇନାଙ୍କୁ ୨୩-୨୫, ୨୧-୧୪, ୨୧-୧୩ ରେ ହରାଇ ବର୍ଷର ପ୍ରଥମ ଟାଇଟଲ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୨୦୦ ଦିନ ପରେ ଭାଙ୍ଗିଲା ଭାରତର T20 ବିଶ୍ୱକପ ରେକର୍ଡ’, ଏବେ କେମିତି ସେମିଫାଇନାଲରେ ପହଞ୍ଚିବ ଟିମ ଇଣ୍ଡିଆ? ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨୩।୨: ICC T20 ବିଶ୍ୱକପ ୨୦୨୬ ର ପ୍ରଥମ ସୁପର ୮ମ୍ୟାଚ ରେ ଭାରତୀୟ ଦଳକୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଲା। ଅହମଦାବାଦର ନରେନ୍ଦ୍ର…

ଫ୍ରାଞ୍ଚାଇଜର ବଡ଼ ଘୋଷଣା: ଆଇପିଏଲ୍‌ରେ ଉପଲବ୍ଧ ରହିବେ ଧୋନୀ

ଅହମଦାବାଦ,୨୨ା୨: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ,…

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri