ଋଣ ଟଙ୍କା ମାଗିବାରୁ ଯୁବକଙ୍କୁ ମାଡ଼

ଗୋପାଳପୁର,୨୯ା୭: ଋଣ ଟଙ୍କା ମାଗିବାରୁ ୩ଜଣ ଯୁବକ ମିଶି ଜନୈକ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏହି ଥାନା ନୂଆବକ୍ସିପଲ୍ଲୀ ଗ୍ରାମର କେ. ରମେଶ ୩ ଜଣ ଯୁବକଙ୍କ ସହ ମିଶିି ଶନିବାର ରାତି ପ୍ରାୟ ୮ଟାରେ ନିଜ ଗଁାରେ ବସିଥିଲେ। ଏହି ସମୟରେ କେ. ରମେଶ ଋଣ ଥିବା ଟଙ୍କାକୁ ସମ୍ପୃକ୍ତ ୩ ଜଣ ଯୁବକଙ୍କୁ ମାଗିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉକ୍ତ ୩ ଯୁବକ ରାଗିଯାଇ ରମେଶଙ୍କୁ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏ ନେଇ ରବିବାର ରମେଶ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ନଂ. ୭୯/୧୯ରେ ମାମଲା ରୁଜୁ କରିଛି। ରମେଶ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଡିଓଙ୍କ ଚାମ୍ବରରେ ଭିଡିଓ ରେକର୍ଡିଂ, ସରପଞ୍ଚ ଚାମେଲିଙ୍କୁ ଉଠାଇନେଲା ପୋଲିସ, ଛାତି – ପେଟକୁ ମାଡ ମାରି…

କେନ୍ଦ୍ରାପଡ଼ା/ମହାକାଳପଡ଼ା, ୧୨ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଗୁରୁବାର ବିଡିଓଙ୍କ ଚାମ୍ବରରେ…

ସରଗୀ ଫୁଲରେ ଦଲାଲଙ୍କ ଦବଦବା : ଏମଏସପି ଘୋଷଣା, କ୍ରୟ କେନ୍ଦ୍ର ଖୋଲିବାକୁ ଦାବି

ଅମରପାଲି,୧୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଏବେ ଶାଳ (ସରଗୀ) ଫୁଲ ସଂଗ୍ରହ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଆଦିବାସୀ ଓ ଜଙ୍ଗଲ ଉପରେ ନିର୍ଭରଶୀଳ…

ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହରରେ ଲାଗିଲା ଷ୍ଟ୍ରିଟ ଲାଇଟ, ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହର ବଡ଼ ବଜାର, ସାନ ବଜାର…

ଉପୁଡ଼ିଲା ୨୦୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ: ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୧୨।୬(ତୁମେଶ୍ୱର ସାହୁ): ଦୀର୍ଘ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ ଜାତୀୟ ରାଜପଥ ୨୬ଉପରେ ପଡିଯାଇଥିବାରୁ ଗୁରୁବାର ରାତିରେ ୪ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା। କେସିଙ୍ଗା ଆମ୍ବେଦକର ଛକ…

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା ଡ୍ରାଇଭର ମହାସଂଘ

ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ଡ୍ରାଇଭର ମହାସଂଘ, ବରଗଡ଼ ଜିଲା ଶାଖାର ଏକ ପ୍ରତିନିଧି ଦଳ ଗୁରୁବାର ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ…

ଏନ୍‌ଇଇଟି ପେପର ଲିକ୍‌ ଘଟଣା: ଧର୍ମେନ୍ଦ୍ରଙ୍କ ବହିଷ୍କାର ଦାବି

ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ଦେଶରେ ଡାକ୍ତରୀ ଚୟନ ପ୍ରବେଶିକା ପରୀକ୍ଷା(ଏନଇଇଟି) ପେପର ଲିକ ଘଟଣା ଏବେ ଚର୍ଚ୍ଚାରେ ଥିବାବେଳେ ଆମ ଆଦମୀ ପାର୍ଟି(ଏଏପି) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା…

ଲାଗିଗଲା ଡ୍ରାଇଭରଙ୍କ ଆଖି, ଗଛରେ ପିଟି ହୋଇ କେନାଲରେ ପଶିଗଲା ହାଇଓ୍ବା

ବାରଙ୍ଗ,୧୨।୬(ଲିଙ୍ଗରାଜ ରାଉତ): ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା ହାଇଓ୍ବା । ଗୁରୁବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ…

ବ୍ରହ୍ମପୁରରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ଲଜ୍‌କୁ ନେଇ ବଳାତ୍କାର କଲେ ପୁରୁଷବନ୍ଧୁ, ତାପରେ….

ବ୍ରହ୍ମପୁର,୧୨।୬(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକା ଛାତ୍ରୀଙ୍କୁ ଲଜ୍‌କୁ ନେଇ ବଳାତ୍କାର ଅଭିଯୋଗରେ ବ୍ରହ୍ମପୁର ନିମଖଣ୍ଡି ଥାନା ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଧରିଛି। ଗୁରୁବାର ତାଙ୍କୁ ଜୁଭେନାଇଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri