ଉପେନ୍ଦ୍ରନାଥ କଲେଜରେ ଗଣ୍ଡଗୋଳ, ୬ ଛାତ୍ର ଗୁରୁତର ୨ ଅଣଛାତ୍ର ଅଟକ

ସୋର, ୧୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଉପେନ୍ଦ୍ରନାଥ କଲେଜ କ୍ୟାମ୍ପସ ବାହାରେ ଦୁଇ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି କ୍ୟାମ୍ପସ ମଧ୍ୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୬ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସୋର ପୋଲିସ କଲେଜ ପରିସରରେ ପହଞ୍ଚି ଆହତ ଛାତ୍ରଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ଏହି ଗଣ୍ଡଗୋଳ ପରେ କଲେଜରେ କ୍ଲାସ ତୁରନ୍ତ ବାତିଲ କରାଯାଇଥିଲା। ଗଣ୍ଡଗୋଳ ଆଶଙ୍କା ଥିବାରୁ କ୍ୟାମ୍ପସରେ ପୋଲିସ ମୁତୟନ ହୋଇଛନ୍ତି। ଗଣ୍ଡଗୋଳକାରୀ ୨ ଅଣଛାତ୍ରଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି।
ସୋମବାର ପୂର୍ବାହ୍ନରେ କଲେଜ ଗେଟ୍‌ ନିକଟରେ ଦୁଇ ରାଜନୈତିକ ଦଳର ଅଣଛାତ୍ର ଜୟନ୍ତ କୁମାର ଧଡା ଓ ମନୀଷ କୁମାର ଗୁପ୍ତାଙ୍କ ମଧ୍ୟରେ ବାକ୍‌ବିତଣ୍ଡାରୁ ମାରପିଟ୍‌ ହୋଇଥିଲା। ଏହାର ପ୍ରଭାବରେ କଲେଜ ପରିସରରେ ଥିବା ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କଲେଜ କ୍ୟାଣ୍ଟିନ୍‌ ଓ ବୟଜ୍‌ କମନରୁମ୍‌ରେ ଗଣ୍ଡଗୋଳ ମାରପିଟ୍‌ ହୋଇଥିଲା। ଏଥିରେ ଯୁକ୍ତ ୩ କଳା ଶେଷ ବର୍ଷର ଛାତ୍ର ଭବାନୀ ଶଙ୍କର ପରିଡା, ଯୁକ୍ତ ୩ କଳା ୧ମ ବର୍ଷର ଛାତ୍ର ସୌରଭ କୁମାର ବେହେରା, ଯୁକ୍ତ ୩ କଳା ୧ମ ବର୍ଷର ଛାତ୍ର ଚନ୍ଦନ କୁମାର ଦାସ ଓ ଶରତ କୁମାର ମଲ୍ଲିକ, ଯୁକ୍ତ ୩ କଳା ୨ୟ ବର୍ଷର ଛାତ୍ର ନଗେନ୍‌ କୁମାର ସାହୁ ଓ ଯୁକ୍ତ ୩ ବିଜ୍ଞାନ ୩ୟ ବର୍ଷ ଛାତ୍ର ଜ୍ୟୋତି ରଞ୍ଜନ ପଣ୍ଡା ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଗୁରୁତର ଥିବା ୩ ଜଣ ଛାତ୍ର ଜୀବନବିକଳରେ ରକ୍ତାକ୍ତ ଅବସ୍ଥାରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପଶିଯାଇଥିଲେ। ସେଠାରେ ଅଧ୍ୟକ୍ଷଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୁଣି ମାରପିଟ୍‌ ହୋଇଥିଲା। ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ସାମଲଙ୍କୁ ପଚାରିବାରୁ କହିଛନ୍ତି, ଏହି ଘଟଣା ପରେ ଷ୍ଟାଫ୍‌ କାଉନ୍‌ସିଲ ବୈଠକ ଡକାଯାଇଥିଲା। ତାହାର ନିଷ୍ପତ୍ତି ଅନୁଯାୟୀ କଲେଜ ପରିସରରେ ଶୈଖିକ ବାତାବରଣ ବଜାୟ ରଖିବାକୁ କଲେଜ ପକ୍ଷରୁ ସୋର ଥାନା ସହ ଜିଲାପାଳ ଓ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ଜଉକଣ୍ଢେଇ ଲଗ୍ନଧରା

ବାଲେଶ୍ୱର ଅଫିସ, ୧୮।୫ – ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘରର ଲଗ୍ନଧରା ସୋମବାର ମହା ଆଡ଼ମ୍ବରରେ ଶେଷ ହୋଇଛି। ବାଲିଆ ବୃନ୍ଦାବନ ବିହାର ଅଞ୍ଚଳର କୈଳାଶ...

ମା’ଙ୍କ ଶାଢ଼ିରେ ରଶି ଲଗାଇ ପୁଅଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫।୫- ଟାଉନା ଥାନା ଅନ୍ତର୍ଗତ ବିଜିପୁର ଲଷ୍ମୀ ସାହିରେ ଜଣେ ଯୁବକ ଶୁକ୍ରବାର ବିଳମ୍ବିତ ରାତିରେ ମା’ଙ୍କ ଶାଢ଼ିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।...

ନିୟମିତ ଦାବିରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଚୁକ୍ତିଭିତ୍ତିକ ଶିକ୍ଷକ

କେନ୍ଦୁଝର,୩ା୫(ସ୍ବ.ପ୍ର.): ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ୭ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଛେଦ ଘୋଷଣା କରିଥିଲେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ...

ଢେଙ୍କାନାଳ ବାଘ ଶୂନ୍ୟ

ଢେଙ୍କାନାଳ, ୨।୮(ରତନ ନାୟାର): ଢେଙ୍କାନାଳରୁ ହଜିଗଲେ କଲରାପତରିଆ। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟରେ ଏଭଳି ଚମକାଇଦେବା ଭଳି...

ଜିଲାରେ ପ୍ରଥମ: ସରପଞ୍ଚଙ୍କ ଅଭିଯୋଗ ଶୁଣାଣି

ନୟାଗଡ଼ ଅଫିସ,୨୨ା୧୦: ନୟାଗଡ଼ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ସରପଞ୍ଚଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଜିଲାପାଳ ଓ...

ସର୍ବ ଭାରତୀୟ ପ୍ରଧାନପାଟ୍‌ କପ୍‌ ଫୁଟବଲ ଟୁର୍ନାମେଣ୍ଟ: ଦେବଗଡ଼କୁ ହରାଇଲା ହୁଗୁଳି ଫୁଟବଲ ଏକାଡେମୀ

ଦେବଗଡ଼, ୧୦।୧(ଡି.ଏନ.ଏ.)-ପ୍ରଧାନପାଟ ଫୁଟବଲ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ସର୍ବଭାରତୀୟ ପ୍ରଧାନପାଟ କପ ଫୁଟବଲ ଟୁର୍ନାମେଣ୍ଟ ପୁଲ...

୩୦ ବର୍ଷ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କ ପାଇଁ ନୀତି ନିର୍ଦ୍ଧାରଣ ନିର୍ଦ୍ଦେଶ

କଟକ ଅଫିସ,୨୬ା୬: ଦୀର୍ଘ ୩୦ ବର୍ଷରୁ ଅଧିକ ଦିନ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ପ୍ରଦାନ ପ୍ରସଙ୍ଗରେ ନୀତି ନିର୍ଦ୍ଧାରଣ...

ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ: କହିଲେ ‘ଆଇକନିକ୍‌ ସିଟି ତାଲିକାରେ ସାମିଲ ହେବ ପୁରୀ-କୋଣାର୍କ’

କୋଣାର୍କ,୨୪।୧(ଡି.ଏନ୍‌.ଏ.): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ଶୁକ୍ରବାର କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି। ଭୁବନେଶ୍ୱରରୁ ସିଧା କୋଣାର୍କ ଯାଇ ମନ୍ତ୍ରୀ ସୂର୍ଯ୍ୟମନ୍ଦିର ଦର୍ଶନ କରିଛନ୍ତି।...

Advertisement
Archives

Model This Week