Posted inଖେଳ

ଉପେକ୍ଷିତ ଖେଳାଳିଙ୍କୁ ଶାସ୍ତ୍ରୀଙ୍କ ସାନ୍ତ୍ୱନା

ଦୁବାଇ,୧୮।୪(ପି.ଟି.)- ଭାରତୀୟ ବିଶ୍ୱକପ୍‌ ଦଳ ଚୟନ ନେଇ ପୂର୍ବତନ ଅଲରାଉଣ୍ଡର ତଥା କୋଚ୍‌ ରବି ଶାସ୍ତ୍ରୀ ମୁହଁ ଖେଲିଛନ୍ତି। ବିଶ୍ୱକପ୍‌ ପାଇଁ ଏକ ୧୫ ବଦଳରେ ଏକ ୧୬ ଜଣିଆ ଶକ୍ତିଶାଳୀ ଦଳ ଚୟନ ହୋଇଥିଲେ ଭଲ ହୋଇଥାନ୍ତ ବୋଲି ସେ ମତ ଦେଇଛନ୍ତି। ତେବେ ଯେଉଁ ଖେଳାଳିମାନେ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ଶାସ୍ତ୍ରୀ ସାନ୍ତ୍ୱନା ଦେଇଛନ୍ତି। ସେମାନେ ନିରାଶ ହେବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି। ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ସୋମବାର ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ଏହି ଦଳରେ ରିଷଭ ପନ୍ତ ଓ ଅମ୍ବାତି ରାୟୁଡୁଙ୍କୁ ଚୟନକର୍ତ୍ତାମାନେ ଅଣଦେଖା କରିଥିଲେ। ଫଳରେ ଏ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଦଳ ଚୟନରେ ମୋର କୌଣସି ଭୂମିକା ନାହିଁ ବୋଲି ଶାସ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପୁଣି ଯେଉଁମାନେ ଦଳରେ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ସୁଯୋଗ ମିଳିପାରେ। କାରଣ କ୍ରିକେଟରେ ଇଞ୍ଜୁରି ସମସ୍ୟା ରହିଛି। ତେଣୁ କେତେବେଳେ ବି ଜଣେ ଖେଳାଳିଙ୍କୁ ଡାକରା ମିଳିପାରେ। ଏହି ବିଶ୍ୱକପ୍‌ରେ ଇଂଲଣ୍ଡ ଫେଭରାଇଟ୍‌ ଦଳ ବୋଲି ସେ କହିଛନ୍ତି। ଗତ ଦୁଇବର୍ଷ ହେବ ଇଂଲଣ୍ଡ କ୍ରମାଗତ ଭାବେ ସ୍ଥିର ପ୍ରଦର୍ଶନ କରିଆସୁଛି। ତେବେ ବିଶ୍ୱକପ୍‌ରେ ଏକାଧିକ ଦଳ ବିପର୍ଯ୍ୟୟ ଘଟାଇବାର ଦକ୍ଷତା ରଖୁଛନ୍ତି। ତେଣୁ ପ୍ରତ୍ୟେକ ଦଳକୁ ପ୍ରତି ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ଏହା ନ ହେଲେ ଦୁର୍ବଳ ଦଳଗୁଡିକ ମଧ୍ୟ ବିପର୍ଯ୍ୟୟ ଘଟାଇ ଆଗକୁ ଯାଇପାରିବେ ବୋଲି ଶାସ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌ ପଡ଼ିଆରେ ବଡ଼ ଅଘଟଣ: ଖେଳାଳିଙ୍କ ବେକରେ ବାଜିଲା ବଲ୍‌, ଯନ୍ତ୍ରଣାରେ ଛଟପଟ ପରେ…ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୧: କ୍ରିକେଟ ପଡ଼ିଆରେ ପ୍ରାୟତଃ ଦୁର୍ଘଟଣା ଘଟେ। ଆଫଗାନିସ୍ତାନ ଓପନର ରହମାନୁଲ୍ଲାହ ଗୁରବାଜ ଏପରି ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦…

IPL ୨୦୨୬ପୂର୍ବରୁ CSKକୁ ବଡ଼ ଝଟକା! ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଖେଳାଳି…

ନୂଆଦିଲ୍ଲୀ,୨୩।୧: ଆଇପିଏଲ ନିଲାମ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ବହୁତ ସନ୍ତୁଳିତ ଦେଖାଯାଇଥିଲା। ଫ୍ରାଞ୍ଚାଇଜ ଷ୍ଟାର ଖେଳାଳି ରବିନ୍ଦ୍ର ଜାଡେଜାଙ୍କୁ ରାଜସ୍ଥାନ ରୟାଲ୍ସକୁ ବିକ୍ରୟ କରିଥିଲା।…

ପଲାଶ ମୁଛଲଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ: ସ୍ମୃତି ମନ୍ଧାନାଙ୍କ ସାଙ୍ଗ କହିଲେ…

ନୂଆଦିଲ୍ଲୀ,୨୩।୧: ବଲିଉଡ ସଙ୍ଗୀତ ଶିଳ୍ପର ଜଣେ ଜଣାଶୁଣା ନାମ ପଲାଶ ମୁଛଲ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏଥର ଏହା କୌଣସି ଗୀତ କିମ୍ବା ଫିଲ୍ମ…

ହରଭଜନ ସିଂଙ୍କ ଭବିଷ୍ୟବାଣୀ, ଟି-୨୦ରେ ହଇଚଇ ସୃଷ୍ଟି କରିବେ…

ନୂଆଦିଲ୍ଲୀ,୨୩।୧ : ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଜଣ ଖୋଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ ଟି-୨୦ କ୍ରିକେଟରେ ୧୦୦୦ ଛକା ମାରିପାରନ୍ତି ।…

T20 World Cup 2026 ପୂର୍ୱରୁ କ୍ରିକେଟ ଜଗତରେ ହଲଚଲ, ଇସ୍ତଫା ଦେଲେ…

ନୂଆଦିଲ୍ଲୀ,୨୨।୧: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ୧୫ ଦିନ ବାକି ଥିବାବେଳେ, ଇଂଲଣ୍ଡ କ୍ରିକେଟରେ ହଲଚଲ ଦେଖିବାକୁ ମିଳିଛି। ପୁରୁଷ ଜାତୀୟ ଦଳର…

ବିଶ୍ୱକପରୁ ବିଦା ହେଲା ବାଂଲାଦେଶ, ଏହି ଟିମ୍‌କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୨।୧: ବାଂଲାଦେଶ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛି। ନିଷ୍ପତ୍ତି ନେବା ପାଇଁ ଆଇସିସି ବାଂଲାଦେଶକୁ ୨୪ ଘଣ୍ଟା ସମୟ ଦେଇଥିଲା। ଗୁରୁବାର ଢାକାରେ ବିସିବି ଏବଂ ବାଂଲାଦେଶ…

ଭାରତରେ ବିଶ୍ୱକପ ଖେଳିବ ନାହିଁ ବାଂଲାଦେଶ: ଏହି ନିଷ୍ପତ୍ତିରେ କିଏ ଅଧିକ ସହିବ କ୍ଷତି, ଆଇସିସି ନା ବାଂଲାଦେଶ କ୍ରିକେଟ ବୋର୍ଡ?

ନୂଆଦିଲ୍ଲୀ,୨୨।୧: ଭାରତରେ ହେବାକୁ ଥିବା T20 ବିଶ୍ୱକପରୁ ବାଂଲାଦେଶର ଓହରିଯିବା ନିଷ୍ପତ୍ତି କ୍ରୀଡା ଜଗତରେ ହଇଚଇ ସୃଷ୍ଟି କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର 24 ଘଣ୍ଟାର ଅଲ୍ଟିମେଟମ…

ବାଂଲାଦେଶ ପରେ ଧମକ ଦେଲା ପାକିସ୍ତାନ, ଟି20 ବିଶ୍ୱକପ୍‌ କରିବ ବୟକଟ୍‌: ରିପୋର୍ଟ

ନୂଆଦିଲ୍ଲୀ,୨୨ା୧: ୨୦୨୬ ଟି20 ବିଶ୍ୱକପ୍‌ ପୂର୍ବରୁ ବିବାଦ ବଢ଼ିବାରେ ଲାଗିଛି। ଭାରତରେ ନ ଖେଳିବା ଜିଦ୍ ରେ ବାଂଲାଦେଶ ବିଶ୍ୱକପରୁ ଓହରିଯିବା ପରେ ପାକିସ୍ତାନ ମଧ୍ୟ ବୟକଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri