Posted inଖେଳ

ଉପେକ୍ଷିତ ଖେଳାଳିଙ୍କୁ ଶାସ୍ତ୍ରୀଙ୍କ ସାନ୍ତ୍ୱନା

ଦୁବାଇ,୧୮।୪(ପି.ଟି.)- ଭାରତୀୟ ବିଶ୍ୱକପ୍‌ ଦଳ ଚୟନ ନେଇ ପୂର୍ବତନ ଅଲରାଉଣ୍ଡର ତଥା କୋଚ୍‌ ରବି ଶାସ୍ତ୍ରୀ ମୁହଁ ଖେଲିଛନ୍ତି। ବିଶ୍ୱକପ୍‌ ପାଇଁ ଏକ ୧୫ ବଦଳରେ ଏକ ୧୬ ଜଣିଆ ଶକ୍ତିଶାଳୀ ଦଳ ଚୟନ ହୋଇଥିଲେ ଭଲ ହୋଇଥାନ୍ତ ବୋଲି ସେ ମତ ଦେଇଛନ୍ତି। ତେବେ ଯେଉଁ ଖେଳାଳିମାନେ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ଶାସ୍ତ୍ରୀ ସାନ୍ତ୍ୱନା ଦେଇଛନ୍ତି। ସେମାନେ ନିରାଶ ହେବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି। ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ସୋମବାର ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ଏହି ଦଳରେ ରିଷଭ ପନ୍ତ ଓ ଅମ୍ବାତି ରାୟୁଡୁଙ୍କୁ ଚୟନକର୍ତ୍ତାମାନେ ଅଣଦେଖା କରିଥିଲେ। ଫଳରେ ଏ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଦଳ ଚୟନରେ ମୋର କୌଣସି ଭୂମିକା ନାହିଁ ବୋଲି ଶାସ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପୁଣି ଯେଉଁମାନେ ଦଳରେ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ସୁଯୋଗ ମିଳିପାରେ। କାରଣ କ୍ରିକେଟରେ ଇଞ୍ଜୁରି ସମସ୍ୟା ରହିଛି। ତେଣୁ କେତେବେଳେ ବି ଜଣେ ଖେଳାଳିଙ୍କୁ ଡାକରା ମିଳିପାରେ। ଏହି ବିଶ୍ୱକପ୍‌ରେ ଇଂଲଣ୍ଡ ଫେଭରାଇଟ୍‌ ଦଳ ବୋଲି ସେ କହିଛନ୍ତି। ଗତ ଦୁଇବର୍ଷ ହେବ ଇଂଲଣ୍ଡ କ୍ରମାଗତ ଭାବେ ସ୍ଥିର ପ୍ରଦର୍ଶନ କରିଆସୁଛି। ତେବେ ବିଶ୍ୱକପ୍‌ରେ ଏକାଧିକ ଦଳ ବିପର୍ଯ୍ୟୟ ଘଟାଇବାର ଦକ୍ଷତା ରଖୁଛନ୍ତି। ତେଣୁ ପ୍ରତ୍ୟେକ ଦଳକୁ ପ୍ରତି ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ଏହା ନ ହେଲେ ଦୁର୍ବଳ ଦଳଗୁଡିକ ମଧ୍ୟ ବିପର୍ଯ୍ୟୟ ଘଟାଇ ଆଗକୁ ଯାଇପାରିବେ ବୋଲି ଶାସ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିଏସ୍‌ଏ ବିଶ୍ୱ ଚାମ୍ପିୟନଶିପ୍‌ ଘୋଷାଲ ପ୍ରି-କ୍ୱାର୍ଟରରେ

ଦୋହା, ୧୧ା୧୧ (ପି.ଟି.)- ଭାରତର ସୌରଭ ଘୋଷାଲ ଏଠାରେ ଚାଲିଥିବା ପିଏସ୍‌ଏ ପୁରୁଷ ବିଶ୍ୱ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି। ସେ ଫ୍ରାନ୍ସର ଲୁକାସ ସେରମିଙ୍କୁ...

ଲଢ଼େଇ କରି ଫେଡରରଙ୍କଠାରୁ ହାରିଲେ ନାଗଲ

ନ୍ୟୁୟର୍କ, ୨୭।୮ (ପି.ଟି.)- ନିଜର ପଦାର୍ପଣ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଖେଳିଥିବା ଭାରତୀୟ ଯୁବ ଟେନିସ ଖେଳାଳି ସୁମିତ୍‌ ନାଗାଲଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏଠାରେ...

ପ୍ରଥମ ସଂସ୍କରଣରେ ଭାରତକୁ ବ୍ରୋଞ୍ଜ୍‌

ହକି ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ୧୯୭୧ ମସିହାରେ ଆରମ୍ଭ ହୋଇଥିଲା। ଆୟୋଜକ ଦେଶ ଥିଲା ସ୍ପେନ୍‌ ଏବଂ ପ୍ରତିଯୋଗିତା ବାର୍ସିଲୋନାରେ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୧୫ରୁ...

୧୦୦ ମିଟର ଫ୍ରି-ଷ୍ଟାଇଲ ରେକର୍ଡ ବଜାୟ ରଖିଲେ ମାନୁଏଲ୍‌

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୬ା୭ (ଏଏଫ୍‌ପି)-ଆମେରିକାର ସିମୋନ୍‌ ମାନୁଏଲ୍‌ ତାଙ୍କ ୧୦୦ ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ ବଜାୟ ରଖିଛନ୍ତି। ଗ୍ବାଙ୍ଗଜୁରେ ଏହି ଅଲିମ୍ପିକ ଚାମ୍ପିୟନ...

ଦିବ୍ୟା, ପିଙ୍କି, ସରିତାଙ୍କୁ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ, ୨୦ା୨ (ପି.ଟି.)-ଭାରତୀୟ ରେସ୍‌ଲର ଦିବ୍ୟା କାକ୍ରାନ, ପିଙ୍କି ଓ ସରିତା ମୋର୍‌ ଏଠାରେ ଚାଲିଥିବା ଏସିଆନ ମହିଳା ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ...

କେବଳ ଏହି ଗୋଟିଏ କାରଣ ପାଇଁ ଆଇପିଏଲ୍‌ ନିଲାମ ପୂର୍ବରୁ ଓହରି ଯାଇଥିଲେ ଡି ଭିଲିୟର୍ସ, ଏବେ କହିଲେ…

ନୂଆଦିଲ୍ଲୀ,୧୫।୧: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ଏଥିସହ ସେ ଆଇପିଏଲ୍‌ ଖେଳିବେ ନାହିଁ ବୋଲି...

ହକି ଇଣ୍ଡିଆର ଦୁଇ କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୩୧ା୫ (ପି.ଟି.)-ହକି ଇଣ୍ଡିଆର ୨ କର୍ମଚାରୀ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଜାତୀୟ ଅଲିମ୍ପିକ କମିଟି (ଏନ୍‌ଓସି) ଓ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକର...

କ୍ରିକେଟର୍‌ମାନେ ‘ଶୂନ’ରେ ଆଉଟ୍‌ ହେଲେ କେମିତି ଥାଏ ସ୍ତ୍ରୀଙ୍କ ପ୍ରତିକ୍ରିୟା

କ୍ରିକେଟର୍‌ଙ୍କ ସ୍ତ୍ରୀ ଏବଂ ଗର୍ଲଫ୍ରେଣ୍ଡ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ଯିବା କିଛି ନୂଆ କଥା ନୁହେଁ। ଆଜିକାଲି କ୍ରିକେଟର୍‌ମାନେ ଗସ୍ତ ସମୟରେ ସାଥିରେ ଗର୍ଲଫ୍ରେଣ୍ଡ...

Advertisement
Archives

Model This Week