Posted inଜାତୀୟ

ଉପସ୍ଥାନ ୭୫%ରୁ କମ୍‌ ହେଲେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ମନା

ନୂଆଦିଲ୍ଲୀ,୨ା୧: ଚଳିତ ବର୍ଷ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରୀଙ୍କ ଉପସ୍ଥାନ ଅନୂ୍ୟନ ୭୫ ପ୍ରତିଶତ ହେବା ଆବଶ୍ୟକ। ୨୦୨୦ ଜାନୁୟାରୀ ୧ ସୁଦ୍ଧା ଯେଉଁମାନଙ୍କ ଉପସ୍ଥାନ ଏହାଠାରୁ କମ୍‌ ଥିବ ସେମାନଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏହାର ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଉପରେ ଧ୍ୟାନ ଦେବାକୁ କହିଛନ୍ତି। ଫେବୃୟାରୀ ୧୫ରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଯେଉଁମାନେ ଉପସ୍ଥାନ ତଥା ଅନ୍ୟାନ୍ୟ ଦୃଷ୍ଟିରୁ ଯୋଗ୍ୟ ବିବେଚିତ ହେବେ କେବଳ ସେହିମାନଙ୍କ ପାଖକୁ ଆଡମିଟ୍‌ କାର୍ଡ ପଠାଯିବ। ଏନେଇ ଜାନୁୟାରୀ ୭ ପୂର୍ବରୁ ଚୂଡ଼ାନ୍ତି ନିଷ୍ପତ୍ତି ନିଆଯିବ। ଯଦି କୌଣସି ପିଲାଙ୍କର ଉପସ୍ଥାନ କମ୍‌ ହୋଇଥାଏ, ତେବେ ସେମାନେ ଏହାର ଉପଯୁକ୍ତ କାରଣ ଦସ୍ତାବିଜ ସହ ଜାନୁୟାରୀ ୭ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ଏହି ସମୟସୀମା ପରେ କୌଣସି ଆବେଦନକୁ ବିଚାରକୁ ନିଆଯିବ ନାହିଁ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଉଭୟ ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷାରେ ପାସ୍‌ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ କରୋନା

ନୂଆଦିଲ୍ଲୀ,୧୮।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ। ଏ ନେଇ ଶୁକ୍ରବାର ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ସେ...

ମୁଣ୍ଡ ଟେକିଲା ମହାମାରୀ

ନୂଆଦିଲ୍ଲୀ,୮ା୪: ଉତ୍ତର ପ୍ରଦେଶର ଗଙ୍ଗାନଦୀ ବାଲିରେ କୁଢ଼ କୁଢ଼ ମୃତଦେହ, ଦିଲ୍ଲୀ ଶ୍ମଶାନରେ ଲିଭୁ ନ ଥିବା ଚିତା, ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସମେତ ଡାକ୍ତରୀ ଉପକରଣର...

ଶୁଣାଣି ପାଇଁ ଆଉ କିଛି ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୩: ଉତ୍ତରପ୍ରଦେଶରେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅତିକ ଅହମ୍ମଦଙ୍କ ଆବେଦନର ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଗୁଜୁରାଟ ଜେଲରୁ...

୬ଷ୍ଠ ଥର ବିବାହ କରିବାକୁ ଯାଉଥିଲେ ପୂର୍ବତନ ମନ୍ତ୍ରୀ…

ଲକ୍ଷ୍ନୌ,୨।୮: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଚୌଧୁରୀ ବଶୀରଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ନଗମା ଏକ ମାମଲା ଦାୟର କରିଛନ୍ତି। ବଶୀର ଷଷ୍ଠ ଥର ବିବାହ କରିବାକୁ...

ନିରୀହ ଝିଅପୁଅଙ୍କ ଜୀବନ ନେଲେ ନୃଶଂସ ବାପା

ରାଜକୋଟ,୯।୩: ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକେ ବୀଭତ୍ସ କାଣ୍ଡ ଘଟାଉଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ରାଜକୋଟରେ ଦେଖିବାକୁ ମିଳିଛି।...

ଜେଏନ୍‌ୟୁ ହିଂସା: ତଥ୍ୟ ସୁରକ୍ଷିତ ରଖିବାକୁ ଫେସ୍‌ବୁକ୍‌-ହ୍ବାଟସ୍‌ଆପ୍‌-ଆପଲ-ଗୁଗୁଲକୁ ହାଇକୋର୍ଟ ପକ୍ଷରୁ ନୋଟିସ୍‌ ଜାରି

ନୂଆଦିଲ୍ଲୀ,୧୩।୧: ଜେଏନ୍‌ୟୁ ହିଂସା ମାମଲାରେ ତଥ୍ୟ ସୁରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଫେସ୍‌ବୁକ୍‌-ହ୍ବାଟସ୍‌ଆପ୍‌-ଆପଲ-ଗୁଗୁଲକୁ ନୋଟିସ୍‌ ଜାରି କରାଯାଇଛି। ୩ ଜଣ ପ୍ରଫେସର ସିସିଟିଭି ତଥ୍ୟକୁ...

ଆଇଟିବିପି ଅଧିକାରୀଙ୍କ ପୁଅ କନଷ୍ଟେବଳଙ୍କ ଆଖିକୁ ଚଳାଇଲେ ଗୁଳି

ନୂଆଦିଲ୍ଲୀ,୨୨।୬: ଇଣ୍ଡୋ ତିବ୍ଦତୀୟ ସୀମା ସୁରକ୍ଷା ବଳ(ଆଇଟିବିପି) ଅଧିକାରୀଙ୍କ ପୁଅ ଦିଲ୍ଲୀର ଛୱଲା କ୍ୟାମ୍ପରେ ଜଣେ କନଷ୍ଟେବଳ ଆଖିକୁ ଗୁଳି ଚଳାଇଛନ୍ତି। ଗୁଳି ବାଜି କନଷ୍ଟେବଳଙ୍କ...

ସୁପ୍ରିମକୋର୍ଟରେ ଆଉ ୨ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ,୧୧।୨: କେନ୍ଦ୍ର ସରକାର ଶୁକ୍ରବାର ଦୁଇ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପ୍ରଦାନ କରିଛନ୍ତି। ଫଳରେ ୯ ମାସ ପରେ ସର୍ବୋଚ୍ଚ...

Advertisement
Archives

Model This Week