ଉପଜିଲାପାଳଙ୍କୁ ଭେଟିଲା ଓକିଲ ସଂଘ: ତହସିଲଦାରଙ୍କ ବିରୋଧରେ ଫେରାଦ

ଅନୁଗୋଳ ଅଫିସ, ୭।୮-ଅନୁଗୋଳ ତହସିଲଦାରଙ୍କ ବିରୋଧରେ ଅଭିଯୋଗ ଆଣିଛି ଓକିଲ ସଂଘ। ମଙ୍ଗଳବାର ଅନୁଗୋଳ ଉପଜିଲାପାଳଙ୍କୁ ଭେଟି ସଂଘ କର୍ମକର୍ତ୍ତାମାନେ ଅଭିଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି। ଏ ନେଇ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, ଲିଖିତ ଅଭିଯୋଗ ହେଲେ ଜିଲାପାଳଙ୍କୁ ଅବଗତ କରାଯିବ।
ଅଭିଯୋଗରେ ଓକିଲ ସଂଘ କର୍ମକର୍ତ୍ତାମାନେ ଦର୍ଶାଇଛନ୍ତି ଯେ, ଅନୁଗୋଳ ତହସିଲଦାର ଅନେକ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି। କଥା ହେବା ସମୟରେ ଦୁର୍ବ୍ୟବହାର ଦେଖାଉଛନ୍ତି। ଆର୍‌ଟିଆଇରେ ତଥ୍ୟ ମାଗିଲେ ଗାଳିଗୁଲଜ ଆଦି କରୁଛନ୍ତି ବୋଲି ଓକିଲ ସଂଘ ସଭାପତି ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ଉପଜିଲାପାଳଙ୍କୁ ଅବଗତ କରାଇଛନ୍ତି। ତେବେ ତହସିଲଦାରଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ଅଭିଯୋଗ ଉପରେ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସେ ଭୁବନେଶ୍ୱରରେ ଅନୁଷ୍ଠିତ ଟ୍ରେନିଂ ପ୍ରୋଗ୍ରାମରେ ଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ପ୍ରତିନିଧି ଦଳରେ ଓକିଲ ସଂଘର ପୂର୍ବତନ ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ, ଉପସଭାପତି ଦିଲୀପ କୁମାର ସାହୁ, କୋଷାଧ୍ୟକ୍ଷ ଗୋପାଳ ଅଗ୍ରୱାଲ, ସାଂସ୍କୃତିକ ସମ୍ପାଦକ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ଦିବାକର ସାହୁ, ସୁରେଶ ଚନ୍ଦ୍ର ମିଶ୍ର, ଜ୍ୟୋତି ତ୍ରିପାଠୀ, ବୈକୁଣ୍ଠ ନାଥ ଦ୍ୱିବେଦୀ, ସଂଗ୍ରାମ ପ୍ରଧାନ, ନିରୋଦ କୁମାର ମିଶ୍ର, ପ୍ରତାପ ଚନ୍ଦ୍ର ନାଏକ, ରଞ୍ଜନ କୁମାର ପାତ୍ର, ରାଜୀବ ଲୋଚନ ସାହୁ, ଧ୍ରୁବଚରଣ ଦେହୁରୀ, ସୁମନ୍ତ ବିଶ୍ୱାଳ, ସରୋଜ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri