ଉଦ୍‌ଯାପିତ ହେଲା ବୋଇତ ବନ୍ଦାଣ ଉତ୍ସବ: ଅଭିନେତ୍ରୀ, କଣ୍ଠଶିଳ୍ପୀ ସାଜିଲେ ଆକର୍ଷଣ

ନୟାଗଡ଼ ଅଫିସ,୧୩।୧୧-ନୟାଗଡ଼ ପୁରୁଣା ସହର ସାଗର ପୁଷ୍କରିଣୀଠାରେ ୮ ତାରିଖଠାରୁ ଚାଲି ଆସୁଥିବା ନୟାଗଡ଼ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ୫ ଦିନ ଧରି ଚାଲୁଥିବା ଏହି ଉତ୍ସବରେ ମଙ୍ଗଳବାର ସକାଳେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଏଲିନା ସାମନ୍ତରାୟ ଯୋଗ ଦେଇଥିବା ବେଳେ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଦୀପ୍ତିରେଖା ଯୋଗଦେଇଥିଲେ। ଏହି ଦୁଇ ସେଲିବ୍ରିଟି ଆକର୍ଷଣ ସାଜିଥିବାରୁ ସକାଳ ଓ ସନ୍ଧ୍ୟାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବୋଇତ ବନ୍ଦାଣ ଉତ୍ସବ କମିଟି ଆନୁକୂଲ୍ୟରେ ୨୦୦୪ ମସିହାରୁ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ୧୬ତମ ଏହି ବନ୍ଦାଣ ଉତ୍ସବ ଜାକଜକମରେ ପାଳନ କରାଯାଇଛି। ଉତ୍ସବକୁ ଲୋକାଭିମୁଖୀ କରିବା ଲାଗି ୪ ଦିନ ହେଲାଣି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମଙ୍ଗଳବାର ସକାଳେ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଉତ୍କଳର ପରମ୍ପରାକୁ ମନେରଖିବା ପାଇଁ ଏହିଭଳି ପ୍ରୟାସ କରାଯାଉଛି ବୋଲି କହିଥିଲେ। ପ୍ରତିବର୍ଷ ଏହାକୁ କିପରି ଭଲ ଭାବେ ପାଳନ କରାଯାଇପାରିବ ସେ ଦିଗରେ ଧ୍ୟାନ ଦିଆଯାଉଛି। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲାପାଳ ଡା. ପୋମା ଟୁଡୁ, ଏସ୍‌ପି ଶଶିଭୂଷଣ ଶତପଥୀ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ପିଡି ସୁବାସ ଚନ୍ଦ୍ର ରାୟ, ଡିଏଫଓ ଧନରାଜ ଏଚଡି, ସହକାରୀ ଜିଲାପାଳ ବିଜୟିତା ସାମନ୍ତସିଂହାର, ନୟାଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ନୟାଗଡ଼ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବହେରା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ପୂର୍ବେ କିପରି ସାଧବ ପୁଅମାନେ ବେପାର ବଣିଜ କରିବା ପାଇଁ ବିଦେଶ ଯାଉଥିଲେ ତାହା ବୋଇତ ବନ୍ଦାଣ ଉତ୍ସବ ମନେପକାଇ ଦିଏ । ଉକ୍ତ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କମିଟି ତରଫରୁ କରାଯାଇଥିବା ଏହି ପ୍ରୟାସ ବାସ୍ତବରେ ସ୍ବାଗତଯୋଗ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପରେ ଅଭିନେତ୍ରୀ ଏଲିନାଙ୍କ ସହିତ ଅତିଥିମାନେ ସୁସଜ୍ଜିତ ବୋଇତରେ ସାଗର ପୁଷ୍କରିଣୀ ପରିକ୍ରମା କରିଥିଲେ। ସନ୍ଧ୍ୟାରେ ମେଲୋଡ଼ି ସାଙ୍ଗକୁ କଣ୍ଠଶିଳ୍ପୀ ଦୀପ୍ତିରେଖା ଓ କୌଶିକ୍‌ଙ୍କ ଗୀତ ଶୁଣିବାକୁ ମିଳିଥିଲା। ମେଲୋଡ଼ି ଗୀତ ମିଲନ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସେହିଭଳି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସହରର ଲୋକମାନେ ସାଗର ପୁଷ୍କରିଣୀରେ ବୋଇତ ଭସାଇବା ସହିତ ଦକ୍ଷିଣକାଳୀ ମନ୍ଦିରରେ ଦୀପ ଜାଳି ମା’ଙ୍କ ଆଶିଷ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଲିକୁମ୍ଭାରେ ପାନୀୟଜଳ ସଙ୍କଟ

କୋରାପୁଟ,୧୦।୭(ସ୍ବ.ପ୍ର.): ପ୍ରତି ଘରକୁ ପାନୀୟ ଜଳ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ...

ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲାକୁ ଗତ କିଛିଦିନର ବ୍ରବଧାନ ପରେ ପୁଣି ଶୀତ ଫେରିଛି ା ରବିବାର ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇ ୯ ଡିଗ୍ରୀରେ ପହଞ୍ଚିଛି...

କଟକରୁ ଆଜି ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୭।୯-କଟକ ସହରରୁ ଆଜି ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୪୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ...

ଅବହେଳାକୁ ନେଇ ଉଦ୍‌ବେଗ

ବାରିପଦା ଅଫିସ, ୩୦।୪ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ନେଇ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ପ୍ରଧାନମନ୍ତ୍ରୀ...

ପଦ୍ମପୁର ସେବା ସମବାୟ ସମିତି: ୧୧୪୧ ସଭ୍ୟଙ୍କ ମଧ୍ୟରୁ ୧୬୯ ଭୋଟ ଦେଇପାରିବେ

ପଦ୍ମପୁର,୨୧।୫(ଡି.ଏନ୍‌.ଏ): ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜୁନ ୧୯ ଓ ୨୬ ତାରିଖରେ ରାଜ୍ୟରେ ସମବାୟ ସମିତି ନିର୍ବାଚନ ହେବ। ଏହି କ୍ରମରେ ଜୁନ୍‌ ୨୬ରେ ପଦ୍ମପୁର...

ପଙ୍ଗପାଳ ଆଗମନ ଆଶଙ୍କା : ପରିବା କ୍ଷେତରେ ବିଶୋଧନ ଜାରୀ

କେନ୍ଦୁଝର, ୩ା୬ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଜାରିରହିଥିବା ଲକ୍‌ ଡାଉନ ଜିଲାର ପରିବା ଚାଷୀଙ୍କୁ ଅଭାବୀ ବିକ୍ରି ଭଳି ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଥିବା...

ମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ ସଦର,୨୯ା୩(ଡି.ଏନ୍‌.ଏ.)- କିଶନ ନଗର ଥାନା ଅନ୍ତର୍ଗତ କିଶୋର ନଗର ବଜାର ନିକଟସ୍ଥ ମହାନଦୀରୁ ରବିବାର ସକାଳେ ଜଣେ ଯୁବକ ମୃତଦେହ ଉଦ୍ଧାର ହୋଇଛି। ସେ...

ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ବାରିପଦା ଅଫିସ, ୧୨ା୩- ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ଆଗରେ ବୁଧବାର ସଫେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜାନୁୟାରୀ, ଫେବୃୟାରୀ ମାସର ଦରମା ନ...

Advertisement
Archives

Model This Week