ରସୁଲପୁର,୧୪।୮(ଡି.ଏନ୍.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ହାଟରେ ଥିବା ଏକ ଜଳଖିଆ ଦୋକାନରୁ ମଙ୍ଗଳବାର ଅପରାହ୍ନରେ କୁଆଖିଆ ପୋଲିସ ପକ୍ଷରୁ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି ା ତାଙ୍କୁୁ ଯାଜପୁର ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି। ଉକ୍ତ ଜଳଖିଆ ଦୋକାନରେ ଜଣେ ନାବାଳକ କାମ କରୁଥିବା ନେଇ ପୋଲିସ ନଜରକୁ ଆସିଥିଲା। ପରେ ପୋଲିସ ଯାଇ ସେଠାରେ ପଚରାଉଚରା କରାଯିବାରୁ ଉକ୍ତ ନାବାଳକଙ୍କ ବୟସ ୧୬ ଏବଂ ତାଙ୍କ ଘର କୁଆଖିଆ ଥାନା ଅନ୍ତର୍ଗତ ଓଡିଶୋ ପଞ୍ଚାୟତର ଅର୍ତ୍ତିଆ କୁସୁନପୁର ଗାଁରେ ବୋଲି ଜଣାପଡ଼ିଥିଲା। ମାତ୍ର ନାବାଳକ ଜଣକ ବେସାହାରା ଅଟନ୍ତି। ପିଲାଟିବେଳୁ ତାଙ୍କ ମାବାପା ମରିଯାଇଛନ୍ତି ା ଜଳଖିଆ ଦୋକାନ ମାଲିକ ତାଙ୍କୁ ରଖି ଖାଇବାକୁ ଦେଉଥିଲେ। ସେ ଏହି ଦୋକାନରେ କାମ କରିବାକୁ ରହି ନ ଥିବା ଜଣାଇବା ପରେ ପୋଲିସ ଦୋକାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।
Posted inଆମ ଜିଲା ଖବର, ଯାଜପୁର View All

ନୂଆବର୍ଷକୁ ସ୍ବାଗତ ଲାଗି ପର୍ଯ୍ୟଟନସ୍ଥଳୀ ଉତ୍ସବମୁଖର
ଭୋଗରାଇ, ୧।୧(ଡି.ଏନ.ଏ.)-ରାତି ପାହିଲେ ଆସିବ ନୂଆବର୍ଷ ୨୦୨୦। ୨୦୧୯ବର୍ଷର ଶେଷଦିନକୁ ସ୍ମରଣୀୟ କରିବା ପାଇଁ ସବୁଆଡେ ପରିବେଶ ଉତ୍ସବମୁଖର ହୋଇପଡିଛି। ବାଲେଶ୍ୱର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ...

ଜିଲା ଯୁବ ଉତ୍ସବ ଉଦ୍ଯାପିତ: ଗଞ୍ଜାମକୁ ଭାରତର ଶ୍ରେଷ୍ଠ ଜିଲା କରିବାକୁ ଆହ୍ବାନ
ବ୍ରହ୍ମପୁର ଅଫିସ,୨୫ା୧୧-ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲା ପ୍ରଶାସନ କ୍ରୀଡା ବିଭାଗ ଅନୁକୂଲ୍ୟରେ ବ୍ରହ୍ମପୁର ଷ୍ଟାଡିୟମରେ ଚାଲିଥିବା ୨୫ତମ ଜିଲା ଯୁବ ଉତ୍ସବ...

ଘଷିପୁରାରେ ବଦ୍ରି ୭୦୬୪ ଭୋଟ ଆଗରେ
ଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩।୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଦ୍ୱାଦଶ ପର୍ଯ୍ୟାୟ ଭୋଟ ଗଣତି ସରିଛି। ବିଜେଡିର ବଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩।୫: କେନ୍ଦୁଝର...

ବ୍ଲକିଂ କରି ଅଧରାତିରେ ଗାଡ଼ି ତଲାସି
ଅନୁଗୋଳ ଅଫିସ, ୨୩।୪ଭୋଟ୍ ପାଇଁ ଜିଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସୋମବାର ରାତିରେ ଅନୁଗୋଳ ସହର ସହ ଜିଲାର ବିଭିନ୍ନ ସ୍ଥାନରେ...

ମା’ କୋଳକୁ ଫେରିଲା ହସ୍ପିଟାଲରୁ ଚୋରି ଶିଶୁ
ସୋନପୁର,୨୨।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଶନିବାର ସକମାଳେ ଚୋରି ହୋଇଥିବା ନବଜାତ ଶିଶୁକନ୍ୟା ରବିବାର ମିଳିଛି। ଜନ୍ମଦାତ୍ରୀ ସନ୍ତୋଷିନୀଙ୍କ ନିକଟରୁ ସେ ସ୍ତନ୍ୟପାନ କରିଛି।...

ଥରୁଛି କନ୍ଧମାଳ: ଫୁଲବାଣୀରେ ୪, ଦାରିଙ୍ଗିବାଡିରେ ୫ ଡିଗ୍ରୀ ତଳକୁ ଖସିଲା ପାରଦ
ଫୁଲବାଣୀ ଅଫିସ, ୨୩ା୧୨: କନ୍ଧମାଳ ଜିଲାରେ ଶୀତର ପ୍ରକୋପ ହଠାତ୍ ବଢ଼ିଯାଇଛି । ବିଗତ ତିନି ଦିନ ହେବ ଜିଲାରେ ତାପମାତ୍ରା କମିବାରେ ଲାଗିଛି ।...

ପାଣି ବୋହି ପରିବାର ଚଳାଉଛନ୍ତି ମନମୋହନ
ଖୋର୍ଦ୍ଧା ଅଫିସ,୨୧ା୧୨: ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ ହେବ। ଏଥିପାଇଁ ରାଜ୍ୟ ସରକାର ନିକଟରେ ଓଡ଼ିଶା କନକ୍ଲେଭ ଆୟୋଜନ କରିଥିଲେ। ତେବେ ରାଜ୍ୟରେ ଏମତି ବି...

୪ଦିନ ହେଲା ବିଦ୍ୟାଳୟରେ ମୁଣ୍ଡ ଗୁଞ୍ଜିଛନ୍ତି ପରିବାର
ପଦ୍ମପୁର, ୨୩ା୫(ଡି.ଏନ. ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦାସଡିହ ଗ୍ରାମର ଗଣେଶ ମଳିକଙ୍କ ଘର ବାତ୍ୟା ପ୍ରଭାବରେ ଭୁଶୁଡ଼ି ପଡ଼ିଛି। ମୁଣ୍ଡ...