ଉଦାହରଣ ସାଜିଛନ୍ତି ରିଟେଲର୍‌

ଆନନ୍ଦପୁର,୨୩।୯(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୭ ନଂ ଓ୍ବାର୍ଡର ରିଟେଲର୍‌ ସୁଦର୍ଶନ ରଣା(୫୪) ମାନବିକତାର ପରିଚୟ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ଯାଇ ରିଟେଲର୍‌ ଜଣକ କାନ୍ଧରେ ଯୋଗାଣ ସାମଗ୍ରୀ ଧରି ଓ୍ବାର୍ଡରେ ରହିଥିବା ଅକର୍ମଣ୍ୟ ଓ ଅସହାୟ ହିତାଧିକାରୀଙ୍କ ଘରକୁ ଯାଇ ବିତରଣ କରୁଥିବା ଦୃଶ୍ୟ ନଜରକୁ ଆସିଛି। ବିଭିନ୍ନ ସମୟରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରର ରିଟେଲରମାନଙ୍କ ଦ୍ୱାରା ହିତାଧିକାରୀମାନେ ଶୋଷଣର ଶିକାର ହେଉଥିବା ନେଇ ଖବର ଗଣମାଧ୍ୟମର ପୃଷ୍ଠାମଣ୍ଡନ କରିଆସୁଥିବାବେଳେ ସଂପୃକ୍ତ ରିଟେଲରଙ୍କ କାର୍ଯ୍ୟଶୈଳୀ ତଦାରଖ କରିବା ସମୟରେ ଏଭଳି ଘଟଣା ନଜରକୁ ଆସିଛି। ରିଟେଲର୍‌ ରଣାଙ୍କ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ପ୍ରାୟ ୧୩ ଜଣ ହିତାଧିକାରୀ ଶାରୀରିକ ଅକ୍ଷମ। ଖୁଚୁରା ବିକ୍ରୟ କେନ୍ଦ୍ରକୁ ଆସି ଯୋଗାଣ ସାମଗ୍ରୀ ନେବା ସେମାନଙ୍କ ପାଇଁ ଆସମ୍ଭବ। ତେଣୁ ସେମାନଙ୍କର ହକ ମୁତାବକ ଯୋଗାଣ ସାମଗ୍ରୀକୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ଦୀର୍ଘ ୨ବର୍ଷ ଧରି ରିଟେଲର ରଣା ଏହି ପ୍ରୟାସ ଜାରି ରଖିଥିବା କହିଛନ୍ତି। ସମ୍ପୃକ୍ତ ଘଟଣାକୁ ନେଇ ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ବୁଦ୍ଧଦେବ ଜେନାଙ୍କୁ ପଚାରିବାରୁ ଏଥିନିମନ୍ତେ ବିଧିବଦ୍ଧ ଭାବେ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ନାହିଁ। ମାତ୍ର ସମ୍ପୃକ୍ତ ରିଟେଲର ଜଣକ ଯଦି ଏପରି କରୁଥାନ୍ତି ତା’ହେଲେ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓ୍ବାର୍ଡରେ ଥିବା ଶାରୀରିକ ଅକ୍ଷମ ହିତାଧିକାରୀମାନେ ରିଟେଲରଙ୍କ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ସଂପୃକ୍ତ ରିଟେଲରଙ୍କ ଅଧୀନରେ ୪୬୫ ହିତାଧିକାରୀ ଯୋଗାଣ ସାମଗ୍ରୀ ନେଉଛନ୍ତି। ସେଥିମଧ୍ୟରୁ ଅନ୍ତ୍ୟୋଦୟ ଯୋଜନାରେ ୯୨ ଜଣ, ଅନ୍ନପୂର୍ଣ୍ଣା ଯୋଜନାରେ ୩ ଜଣ, ଅସହାୟ ହିତାଧିକାରୀ ୧୩ ଜଣ ରହିଛନ୍ତି। ପ୍ରତିମାସ ୭୦ରୁ ୮୦ କୁଇଣ୍ଟାଲ ପର୍ଯ୍ୟନ୍ତ ଉଭୟ ଚାଉଳ ଓ ଗହମ ସଂପୃକ୍ତ କେନ୍ଦ୍ରକୁ ଯୋଗାଇ ଦିଆଯାଉଛି। ରିଟେଲର୍‌ ରଣା ୧୯୮୯ ମସିହାରୁ ଆନନ୍ଦପୁର ପୌରପରିଷଦ ୭ନଂ ଓ୍ବାର୍ଡରେ ନିଜ କାର୍ଯ୍ୟ ଜାରି ରଖିଥିବାବେଳେ ଏଭଳି କାର୍ଯ୍ୟ କରିବାରେ ସେ ନିଜକୁ ଆତ୍ମସନ୍ତୋଷ ଲାଭ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?