ଉଦାହରଣ ସାଜିଛନ୍ତି ରିଟେଲର୍‌

ଆନନ୍ଦପୁର,୨୩।୯(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୭ ନଂ ଓ୍ବାର୍ଡର ରିଟେଲର୍‌ ସୁଦର୍ଶନ ରଣା(୫୪) ମାନବିକତାର ପରିଚୟ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ଯାଇ ରିଟେଲର୍‌ ଜଣକ କାନ୍ଧରେ ଯୋଗାଣ ସାମଗ୍ରୀ ଧରି ଓ୍ବାର୍ଡରେ ରହିଥିବା ଅକର୍ମଣ୍ୟ ଓ ଅସହାୟ ହିତାଧିକାରୀଙ୍କ ଘରକୁ ଯାଇ ବିତରଣ କରୁଥିବା ଦୃଶ୍ୟ ନଜରକୁ ଆସିଛି। ବିଭିନ୍ନ ସମୟରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରର ରିଟେଲରମାନଙ୍କ ଦ୍ୱାରା ହିତାଧିକାରୀମାନେ ଶୋଷଣର ଶିକାର ହେଉଥିବା ନେଇ ଖବର ଗଣମାଧ୍ୟମର ପୃଷ୍ଠାମଣ୍ଡନ କରିଆସୁଥିବାବେଳେ ସଂପୃକ୍ତ ରିଟେଲରଙ୍କ କାର୍ଯ୍ୟଶୈଳୀ ତଦାରଖ କରିବା ସମୟରେ ଏଭଳି ଘଟଣା ନଜରକୁ ଆସିଛି। ରିଟେଲର୍‌ ରଣାଙ୍କ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ପ୍ରାୟ ୧୩ ଜଣ ହିତାଧିକାରୀ ଶାରୀରିକ ଅକ୍ଷମ। ଖୁଚୁରା ବିକ୍ରୟ କେନ୍ଦ୍ରକୁ ଆସି ଯୋଗାଣ ସାମଗ୍ରୀ ନେବା ସେମାନଙ୍କ ପାଇଁ ଆସମ୍ଭବ। ତେଣୁ ସେମାନଙ୍କର ହକ ମୁତାବକ ଯୋଗାଣ ସାମଗ୍ରୀକୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ଦୀର୍ଘ ୨ବର୍ଷ ଧରି ରିଟେଲର ରଣା ଏହି ପ୍ରୟାସ ଜାରି ରଖିଥିବା କହିଛନ୍ତି। ସମ୍ପୃକ୍ତ ଘଟଣାକୁ ନେଇ ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ବୁଦ୍ଧଦେବ ଜେନାଙ୍କୁ ପଚାରିବାରୁ ଏଥିନିମନ୍ତେ ବିଧିବଦ୍ଧ ଭାବେ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ନାହିଁ। ମାତ୍ର ସମ୍ପୃକ୍ତ ରିଟେଲର ଜଣକ ଯଦି ଏପରି କରୁଥାନ୍ତି ତା’ହେଲେ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓ୍ବାର୍ଡରେ ଥିବା ଶାରୀରିକ ଅକ୍ଷମ ହିତାଧିକାରୀମାନେ ରିଟେଲରଙ୍କ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ସଂପୃକ୍ତ ରିଟେଲରଙ୍କ ଅଧୀନରେ ୪୬୫ ହିତାଧିକାରୀ ଯୋଗାଣ ସାମଗ୍ରୀ ନେଉଛନ୍ତି। ସେଥିମଧ୍ୟରୁ ଅନ୍ତ୍ୟୋଦୟ ଯୋଜନାରେ ୯୨ ଜଣ, ଅନ୍ନପୂର୍ଣ୍ଣା ଯୋଜନାରେ ୩ ଜଣ, ଅସହାୟ ହିତାଧିକାରୀ ୧୩ ଜଣ ରହିଛନ୍ତି। ପ୍ରତିମାସ ୭୦ରୁ ୮୦ କୁଇଣ୍ଟାଲ ପର୍ଯ୍ୟନ୍ତ ଉଭୟ ଚାଉଳ ଓ ଗହମ ସଂପୃକ୍ତ କେନ୍ଦ୍ରକୁ ଯୋଗାଇ ଦିଆଯାଉଛି। ରିଟେଲର୍‌ ରଣା ୧୯୮୯ ମସିହାରୁ ଆନନ୍ଦପୁର ପୌରପରିଷଦ ୭ନଂ ଓ୍ବାର୍ଡରେ ନିଜ କାର୍ଯ୍ୟ ଜାରି ରଖିଥିବାବେଳେ ଏଭଳି କାର୍ଯ୍ୟ କରିବାରେ ସେ ନିଜକୁ ଆତ୍ମସନ୍ତୋଷ ଲାଭ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri