ଉଦାହରଣ: ସରକାରୀ ଡାକ୍ତରଖାନାରେ ସ୍ତ୍ରୀଙ୍କ ପ୍ରସବ କରାଇଲେ ମାଲକାନଗିରି ଜିଲାପାଳ

ମାଲକାନଗିରି,୧୪।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଡାକ୍ତରଖାନାରେ ବିଭିନ୍ନ ସମୟରେ ରୋଗୀମାନଙ୍କ ଚିକିତ୍ସାରେ ଅବହେଳା ଓ ଟିକ୍‌ଟକ୍‌ ଭିଡିଓକୁ ନେଇ ମାଲକାନଗିରି ଜିଲା ଚର୍ଚ୍ଚା ହୋଇ ଆସୁଥିବାବେଳେ ଏବେ ଡାକ୍ତରଖାନା ଓ ଡାକ୍ତରଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ପାଇଁ ଜିଲାପାଳ ମନୀଷ ଅଗ୍ରଓ୍ବାଲ ପ୍ରୟାସ କରିଛନ୍ତି। ସେ ନିଜର ପ୍ରଥମ ଶିଶୁପୁତ୍ରର ଜନ୍ମ ଜିଲା ମୁଖ୍ୟ ଚିକିତ୍ସାଳୟରେ କରାଇଛନ୍ତି। ସରକାରୀ ଡାକ୍ତରଖାନାରେ ନିଜ ସ୍ତ୍ରୀଙ୍କୁ ପ୍ରସବ କରାଇ ଅଗ୍ରଓ୍ବାଲ ସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ ନେଇ ବାର୍ତ୍ତା ଦେଇଛନ୍ତି। ମାଲକାନଗିରି ଜିଲାପାଳ ଭାବେ ଅଗ୍ରଓ୍ବାଲ ଗତ ଦେଢ ବର୍ଷ ଧରି ଦାୟିତ୍ୱ ତୁଲାଇ ଆସୁଛନ୍ତି। ଗର୍ଭାବସ୍ଥା ଆରମ୍ଭରୁ ପ୍ରସବ ଯାଏ ସମସ୍ତ ପ୍ରକ୍ରିୟା ସରକାରୀ ବିଧି ବ୍ୟବସ୍ଥା ଭିତରେ ଅଗ୍ରଓ୍ବାଲ ଦମ୍ପତି ତୁଲାଇ ଆସୁଥିଲେ। ରଥଯାତ୍ରା ଦିନ ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ଦ୍ୱାରା ତାଙ୍କର ଶିଶୁପୁତ୍ର ଜନ୍ମ ହୋଇଥିଲା। ଅସ୍ତ୍ରୋପଚାର ପରେ ଜନ୍ମିତ ଶିଶୁ ଓ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଅବିଭକ୍ତ କୋରାପୁଟ ଜିଲାରେ ଆର୍ଥତ୍କ ସମ୍ବଳ ଭଲ ଥିବା ଲୋକ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନେ ସାଧାରଣତଃ ସ୍ବାସ୍ଥ୍ୟସେବା ଲାଗି ବିଶାଖାପାଟଣା, ବ୍ରହ୍ମପୁର, କଟକ, ହାଇଦ୍ରାବାଦସ୍ଥିତ ଘରୋଇ ଡାକ୍ତରଖାନାକୁ ପସନ୍ଦ କରୁଥିବାବେଳେ ମାଲକାନଗିରି ଜିଲାପାଳ ଅଗ୍ରଓ୍ବାଲ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଅଗ୍ରଓ୍ବାଲଙ୍କ ଭାଇ ମଧ୍ୟ ଜଣେ ଶିଶୁରୋଗ ବିଶେଷଜ୍ଞ ରୂପେ ପରିଚିତ। ସେ ମଧ୍ୟ ତାଙ୍କର ପ୍ରଥମ ସନ୍ତାନକୁ ରାୟପୁରର ଏକ ସରକାରୀ ଡାକ୍ତରଖାନାରେ ପ୍ରସବ କରାଇଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ପ୍ରକାଶ ପାଇଲା ପରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରା ଛୁଟିରେ ଅଜାଘରକୁ ବୁଲିବାକୁ ଆସିଥିଲେ ବାଦଲ, ଦୋକାନରେ ବସିଥିବାବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଘଟଣାସ୍ଥଳରେ…

ଭଞ୍ଜନଗର,୨/୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ସାମନ୍ତରା ଘାଇ ଛକ ନିକଟରେ ଥିବା ତେଜରାତି ଦୋକାନରେ ମଙ୍ଗଳବାର ଅପରାହ୍ନରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍‌…

ପଶ୍ଚିମବଙ୍ଗ ରାଜନୀତିରେ ଭୂକମ୍ପ: ଦିଦି ନୁହେଁ, ଋତବ୍ରତ ବାନାର୍ଜୀ ହେବେ ଟିଏମସିର ନୂଆ ‘ଦାଦା’?

କୋଲକାତା,୨।୬: ପଶ୍ଚିମବଙ୍ଗ ନିର୍ୱାଚନ ଫଳାଫଳ ପରେ ତୃଣମୂଳ କଂଗ୍ରେସ (TMC) ଭିତରେ ଏଭଳି ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି, ଯାହା ମମତା ବାନାର୍ଜୀଙ୍କ ରାଜନୈତିକ ସାମ୍ରାଜ୍ୟର…

ରାଇରଙ୍ଗପୁର ସଭାରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨ା୬(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦ତାରିଖରେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ…

ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼, ୧୨ ଟଙ୍କା ଯାଏଁ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦାମ! ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍‌ଲୀ,୨।୬: ଯଦି ଆପଣ ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧିରୁ ଶୀଘ୍ର ମୁକ୍ତି ପାଇବା ପାଇଁ ଆଶା କରୁଛନ୍ତି, ତେବେ ଏଠାରେ କିଛି ଚିନ୍ତାଜନକ ଖବର ଅଛି। ଗତ…

ହାଜତ ମୃତ୍ୟୁ: ରିପୋର୍ଟ ମାଗିଲେ NHRC

ଭୁବନେଶ୍ୱର,୨।୬: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରି ପୋଲିସ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା…

ଛାଡ଼ପତ୍ର ପାଇଁ ସ୍ବାମୀଙ୍କ ସହ ଏମିତି ନୃଶଂସ କାମ କରିଦେଲେ ସ୍ତ୍ରୀ: ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ରାୟପୁର,୨।୬: ଛତିଶଗଡ଼ର କାଙ୍କେର ଜିଲାର ବାନ୍ଦେ ପୋଲିସ ଷ୍ଟେଶନ ଚାଞ୍ଚଲ୍ୟକର ଘଟଣା ଘଟିଛି। ପୋଲିସ ଏବଂ ସାଇବର ସେଲର ମିଳିତ ତଦନ୍ତ ଜରିଆରେ ମୁକେଶ ବିଶ୍ୱାସ ନାମକ…

ଦିଗପହଣ୍ଡି ସହର ମଦ ବ୍ୟବସାୟୀଙ୍କ ଅମରାବତୀ! ସବୁ ଦୋକାନରେ ମିଳୁଛି ମଦ, ଏନଫୋର୍ସମେଣ୍ଟ ସ୍କ୍ବାଡ୍…

ଦିଗପହଣ୍ଡି,୨।୬(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ମଦ ବ୍ୟବସାୟୀଙ୍କ ଅମରାବତୀ ପାଲଟିଛି । ସହରର ନିର୍ଦ୍ଦିଷ୍ଟ ପାନ ଦୋକାନ, ଢ଼ାବା ହୋଟେଲ, ଜଳଖିଆ…

ଭାଜପା ଛାଡ଼ିଲେ ଆନ୍ନାମଲାଇ; ନୀତିନ ନବୀନଙ୍କୁ ଦେଲେ ଇସ୍ତଫା ପତ୍ର, କାରଣ କହି…..

ଚେନ୍ନାଇ,୨।୬: ଭାଜପାରୁ ଇସ୍ତଫା ଦେଲେ ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ । ସେ ନୂଆଦିଲ୍ଲୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri