‘ଉତ୍ସବ ପ୍ରଧାନପାଟ-୨୦୨୦’ର ଅନ୍ତିମସନ୍ଧ୍ୟା: ନାଚ, ଗୀତରେ ଝୁମିଲେ ଦର୍ଶକ

ଦେବଗଡ଼, ୧୫।୨(ଡି.ଏନ.ଏ)-ସ୍ଥାନୀୟ ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଧରି ଚାଲିଥିବା ‘ଉତ୍ସବ ପ୍ରଧାନପାଟ-୨୦୨୦’ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଅନ୍ତିମ ସନ୍ଧ୍ୟାରେ ଦର୍ଶକଙ୍କ ପ୍ରବଳ ଭିଡ ଜମିଥିଲା। ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନଙ୍କ ନାଚଗୀତରେ ଦର୍ଶକ ଝୁମିଉଠିଥିଲେ। ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ଲୋକସଭା ସଦସ୍ୟ ରାଜା ନିତେଶ ଗଙ୍ଗଦେବ, ଜିଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ଏସ୍‌ପି ରାହୁଳ ଜୈନ, ବାରକୋଟ ବ୍ଲକ ଅଧ୍ୟକ୍ଷା ସୁବାସିନୀ ସାହୁ, ତିଲେଇବଣି ବ୍ଲକ ଅଧ୍ୟକ୍ଷା ସୁବାସିନୀ ଦେହୁରୀ, ରିଆମାଳ ଅଧ୍ୟକ୍ଷା ରୀତାଞ୍ଜଳି ହାତୀ, ଅତିରିକ୍ତ ଜିଲାପାଳ ଧରମ ହାଁସଦା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୀନସେଣ୍ଟ ପୁନମକାନ୍ତ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନପାଟ ପର୍ଯ୍ୟଟନସ୍ଥଳର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅନ୍ତିମ ସନ୍ଧ୍ୟାରେ କୋଲକତାର ବେଙ୍ଗଲି ଫୋକ୍‌, ପୁରୀର ସାହିଜାତ ନାଚ, ଆଇଆରବି ବମ୍ଫପଡାର ଜୁମ୍ବ ଡ୍ୟାନ୍ସ, ସମ୍ବଲପୁରର କାହାର ନାଚ, ଛତିଶଗଡ଼ର ଲୋକନୃତ୍ୟ, କଳାହାଣ୍ଡିର ଘୁମୁରା ନାଚ, ବରଗଡ଼ର ପ୍ରଭା ନାଚ ଆଦି ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉଦ୍‌ଘୋଷିକା, ଉଦ୍‌ଘୋଷକ ଭାବେ ବଂଶୀଧର ସାହୁ, ଜନ୍ମେଜୟ ନାୟକ, ମିନାକ୍ଷୀ ଧର, ବିଦେଶୀ ସାହୁ, ପ୍ରିତମପ୍ରିୟ ବେହେରା, ସୁନିଶ୍ଚିତା ପାଢୀ, ସ୍ବସ୍ତି ସୌମ୍ୟା ଦାଶ, ସୁମନ ମହାକୁଳ, ସ୍ବପ୍ନା ପୁରୋହିତ, ଜୟଶ୍ରୀ ଗଙ୍ଗଦେବ, ଖୁସି ସାହୁ, ଅଭୟ କୁମାର, ସୌମ୍ୟବ୍ରତା ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସବ ଅବସରରେ ଓର୍‌ମାସ୍‌ ପକ୍ଷରୁ ଆକର୍ଷଣୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ ହୋଇଥିବାବେଳେ ଜିଲାସ୍ତରୀୟ ଉନ୍ନୟନ ପ୍ରଦର୍ଶନୀ ମଧ୍ୟ ଦର୍ଶକ ଏବଂ ଜନସାଧାରଣଙ୍କ ପାଇଁ ବେଶ ଉପଭୋଗ୍ୟ ହୋଇଥିଲା। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରିବେ ରାଷ୍ଟ୍ରପତି : ତଦନ୍ତରେ ଉତ୍କର୍ଷ ପାଇଁ ପୁରସ୍କୃତ ହେବେ ୨ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ତଦନ୍ତରେ ଉତ୍କର୍ଷ ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ଦୁଇ ଆଇପିଏସ୍‌ ଅଫିସର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତ ହେବେ। ସେମାନେ ହେଲେ କୋରାପୁଟ ଏସ୍‌ପି...

ମାହାଙ୍ଗା ଗଣହତ୍ୟା ମାମଲା: ଆଜି ସରିବ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

ମାହାଙ୍ଗା,୧୬।୪(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କ ଶନିବାର ରିମାଣ୍ଡ ଅବଧି ସରୁଛି। ହତ୍ୟାକାଣ୍ଡ ଉପରେ ପଚରାଉଚରା ଜାରି...

ଟ୍ରକ୍‌ ଧକ୍କାରେ ଚାଲିଗଲା ୪ ଜୀବନ

ନୂଆପଡ଼ା ଅଫିସ, ୪।୭: ନୂଆପଡ଼ା ଜିଲା କୋମନା ବ୍ଲକ୍‌ କ୍ରିଷ୍ଣା ଗାଁ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ୪...

ଗୋପବନ୍ଧୁ ଆମ ପାଇଁ ପ୍ରେରଣାଦାୟୀ: ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ,୨୩।୨(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଆକର୍ଷଣୀୟ ଐତିହ୍ୟ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର...

ଅବପାତ ପରେ ସମସ୍ତ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି

ଭୁବନେଶ୍ୱର,୯।୮ (ବ୍ୟୁରୋ): ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଭୁବନେଶ୍ୱରଠାରୁ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଏହି ଅବପାତ କେନ୍ଦ୍ରୀଭୂତ ହୋଇଛି। ଅବପାତ ପ୍ରଭାବରେ...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୨୦ରେ ଲଘୁଚାପ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଶନିବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ।...

୩ ମେଡିକାଲ କଲେଜର ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ବଢ଼ିଲା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟର ୩ଟି ମେଡିକାଲ୍‌ କଲେଜର ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ବୃଦ୍ଧି ପାଇଛି। ମେଡିକାଲ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ଅନୁମୋଦନକ୍ରମେ ବୁର୍ଲା, କୋରାପୁଟ ଓ ବାରିପଦା...

ଅଫିସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର, ୯।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଅଫିସଗୁଡିକ ପାଇଁ ନୂଆ କରୋନା ଗାଇଡ୍‌ଲାଇନ ଜାରି କରାଯାଇଛି । ଅଫିସ୍‌ରେ କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ...

Advertisement
Archives

Model This Week