ଉତ୍ପାଦକଙ୍କ ମନମୁଖି ଦର ନିର୍ଦ୍ଧାରଣକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୧୯ା୮-ସ୍ଥାନୀୟ ଏକ ହୋଟେଲ୍‌ରେ ରବିବାର ଓଡ଼ିଶା ବ୍ୟବସାୟୀ ମହାସଂଘର ନୂତନ କାର୍ଯ୍ୟକାରିଣୀର ପ୍ରଧାନ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଓଡ଼ିଶା ବ୍ୟବସାୟୀ ମହାସଂଘକୁ ତୃଣମୂଳସ୍ତରରୁ ସଂଗଠିତ କରିବା ଲାଗି ଗୋଟିଏ ପ୍ରତିନିଧି ମଣ୍ଡଳୀ ରାଜ୍ୟର ସମସ୍ତ ବ୍ୟବସାୟୀ ସଂଗଠନ ସହ ଯୋଗାଯୋଗ କରିବା ପାଇଁ ରାଜ୍ୟ ଭ୍ରମଣ କରିବା ସହ ବ୍ୟବସାୟୀମାନଙ୍କ ସମସ୍ୟା ଏବଂ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟର ସମସ୍ତ ଉପଭୋକ୍ତାମାନେ କ୍ରୟ କରୁଥିବା ସମସ୍ତ ଦ୍ରବ୍ୟର ଗୁଣବତ୍ତା ଓ ମୂଲ୍ୟ ଯେପରିି ଠିକ୍‌ ରହେ ସେଥିପ୍ରତି ଆଗାମୀ ଦିନରେ ଦୃଷ୍ଟି ଦିଆଯିବ। ବିଭିନ୍ନ କମ୍ପାନୀଗୁଡିକ ଦ୍ୱାରା ରାଜ୍ୟ ତଥା ଦେଶର ବ୍ୟବସାୟୀମାନେ ବର୍ତ୍ତମାନ ଏକ ନୂତନ ବିପଦର ସମ୍ମୁଖୀନ ହେଉଛନ୍ତି। ସେମାନେ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବଡ଼ ବଡ଼ ମଲ୍‌ମାନଙ୍କୁ ଅଧିକ ବ୍ୟବସାୟିକ ରିହାତି ଦେଉଥିବା ବେଳେ ସାଧାରଣ ବ୍ୟବସାୟୀମାନଙ୍କୁ କମ୍‌ ରିହାତି ଦେଉଛନ୍ତି। ଏହା ଦ୍ୱାରା ସାଧାରଣ ବ୍ୟବସାୟୀମାନେ ସମ୍ପୃକ୍ତ କମ୍ପାନୀ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକ ଦର ରହୁଥିବା ଯୋଗୁ ଗ୍ରାହକମାନଙ୍କ ବିଶ୍ୱସନିୟତା ହରାଉଛନ୍ତି।
ସେଥି ପାଇଁ ଉଭୟ ମଲ୍‌ ଏବଂ ଛୋଟ ବ୍ୟବସାୟୀମାନଙ୍କୁ ଗୋଟିଏ ଦରରେ ଦେବା ପାଇଁ ଆଗାମୀ ଦିନରେ ଉତ୍ପାଦକଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ନ ହେଲେ ସମ୍ପୃକ୍ତ ଉତ୍ପାଦକଙ୍କ ଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯିବ। ରାଜ୍ୟ ସରକାର ଅଗଣତାନ୍ତ୍ରିକ ଭାବେ ଆଞ୍ଚଳିକ ବଜାର ନିୟନ୍ତ୍ରିତ କମିଟି ଦ୍ୱାରା ବଜାର ଶୁଳ୍କ ଆଦାୟ କରୁଛନ୍ତି। ଅତୀତରେ ଏହାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାର ଏହା ଉପରେ ଯେପରି ପଦକ୍ଷେପ ନେବା କଥା ତାହା ନେଉନାହାନ୍ତି । ଦରକାର ପଡ଼ିଲେ ବ୍ୟବସାୟୀ ମହାସଂଘ ପୁର୍ନବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ଏବଂ ଆନ୍ଦୋଳନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ମହାସଂଘ ସଭାପତି ଚିଏଚ୍‌. ରବୀନ୍ଦ୍ରନାଥ, ସମ୍ପାଦକ ସୁଧାକର ପଣ୍ଡା, ଗଞ୍ଜାମ ଚାମ୍ବର ଅଫ୍‌ କମର୍ସ ସଭାପତି ଇ. ଶିବ ପ୍ରସାଦ ରଥ ଏବଂ ସମ୍ପାଦକ ଭି.ସନ୍ତୋଷ କୁମାରଙ୍କ ସମେତ ଉଭୟ ସଂଗଠନର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କନ୍ଧମାଳ ଲିଙ୍କ୍‌

ଫୁଲବାଣୀ ଅଫିସ,୩୧।୧୨: ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଯେତେ ଆଗଉଛି ଘଟଣାର ରହସ୍ୟ ସେତେ ବଢ଼ିବାରେ ଲାଗିଛି। ତେବେ ଏହି ଘଟଣାର...

ଅଡ଼ୁଆରେ ପୁରୀ ପୋଲିସ: ଅଜଣା ମୃତଦେହକୁ ବ୍ୟବଚ୍ଛେଦ ବିନା ପୋଡ଼ିବା ପାଇଁ ଅନୁମତି, ମୃତକଙ୍କ ନାଁରେ ନିଖୋଜ ଅଭିଯୋଗ ଆଣିଲେ ସ୍ତ୍ରୀ

ପୁରୀ ଅଫିସ, ୨୯ା୧୨: ପୁରୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ମୃତ ବ୍ୟକ୍ତିଙ୍କ ନାମରେ ଥାନାରେ ହୋଇଛି ନିଖୋଜ ଅଭିଯୋଗ। ଏକ ଅଜଣା ମୃତଦେହକୁ...

ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ: ଗମ୍ଭୀର

ଅନୁଗୋଳ ଅଫିସ, ୨୬ା୧୨:ଅନୁଗୋଳ ନୁହେଁ, ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ। ଦେଶର ନାମ ଗର୍ବିତ କରନ୍ତୁ। ଅନୁଗୋଳ ଜିଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସର୍ବଭାରତୀୟ...

ଭଦ୍ରକ ଜିଲାର ତିନି ପଞ୍ଚାୟତରୁ ହଟିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ ଅଫିସ, ୧୩।୫: କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲାର ବିଭିନ୍ନ ପଞ୍ଚାୟତରେ କଣ୍ଟେନମେଣ୍ଟ କଟକଣା ଜାରି କରାଯାଇଥିଲା। ତେବେ ୩ଟି...

ବର୍ଷେ ବିତିଲା, ଅଧପନ୍ତରିଆ ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ର

ଖଣ୍ଡପଡ଼ା,୨୯ା୮(ସ୍ବ.ପ୍ର.): କଣ୍ଟିଲୋ ଅଞ୍ଚଳରେ ନିର୍ମାଣାଧୀନ ଏକ ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟ ଦୀର୍ଘ ବର୍ଷପରେ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ...

ମାଲିକଙ୍କୁ ନ ଜଣାଇ ଖୋଳିଦେଉଛନ୍ତି ଚାଷଜମି

ଜମନକିରା,୧୪ା୫(ଡି.ଏନ.ଏ.): ମାଲିକଙ୍କୁ ନ ଜଣାଇ ରାତାରାତି ଖୋଳିଦିଆଯାଉଛି ଚାଷଜମି। ଜମନକିରା ବ୍ଲକ ଅଞ୍ଚଳରେ ଓସିସି (ଓଡ଼ିଶା କନଷ୍ଟ୍ରକଶନ କମ୍ପାନୀ)ର ଏଭଳି ମନମୁଖୀ କାର୍ଯ୍ୟକୁ ଚାଷୀମାନେ ବିରୋଧ...

ଗଞ୍ଜାମରେ ଲକ୍‌ଡାଉନର ପ୍ରଭାବ: ରାସ୍ତାଘାଟ ଶୂନ୍‌ଶାନ୍‌

ଗଞ୍ଜାମ,୫।୫(ଡି.ଏନ୍‌.ଏ.): କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ମେ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି l ଗଞ୍ଜାମ...

ସଫଳ ମହିଳା ଉଦ୍ୟୋଗୀ ରେଖା

ସୁନ୍ଦରଗଡ,୧ା୫(ଡି.ଏନ.ଏ.): ନିଜର ପ୍ରବଳ ଇଚ୍ଛାଶକ୍ତି, ନିରନ୍ତର ଉଦ୍ୟମ, ଆଗ୍ରହ ଓ କଠିନ ପରିଶ୍ରମ ଦ୍ୱାରା ସ୍ବାବଲମ୍ବୀ ହୋଇପାରିଛନ୍ତି ଜଣେ ମହିଳା। ସେ ହେଉଛନ୍ତି ଝୁରିମାଲ ଗ୍ରାମର...

Advertisement
Archives

Model This Week