ଉତ୍ତର କୋରିଆରେ ଭୟଙ୍କର ଖାଦ୍ୟ ସଙ୍କଟ

ଜେନିଭା, ୧୦ା୬: ଉତ୍ତର କୋରିଆରେ ଭୟଙ୍କର ଖାଦ୍ୟ ସଙ୍କଟ ଦେଖିବାକୁ ମିଳିଛି। ଦେଶର ୪୦% ଅର୍ଥାତ୍‌ ୧୦ ନିୟୁତ ଲୋକ ଠିକ୍‌ ଭାବେ ଖାଇବାକୁ ପାଉନାହାନ୍ତି ବୋଲି ଜାତିସଂଘ ମାନବାଧିକାର ବିଶେଷଜ୍ଞ ଥୋମାସ୍‌ ଓଜେଆ କ୍ୱିଣ୍ଟାନା ମଙ୍ଗଳବାର ପ୍ରକାଶ କରିଛନ୍ତି। ସେଠାରେ ଖାଦ୍ୟ ସଙ୍କଟ ଦେଖାଦେଇଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦ ଏନେଇ ସହଯୋଗ କରିବାକୁ ସେ ଦାବି କରିଛନ୍ତି। ଅନେକ ଲୋକ ଠିକ୍‌ଭାବେ ଦୁଇଓଳି ଖାଇବାକୁ ପାଉନାହାନ୍ତି। ପୁଷ୍ଟିକର ଖାଦ୍ୟ ସଙ୍କଟରୁ ସେମାନେ ବିଭିନ୍ନ ରୋଗରେ ପଡ଼ିବାର ଆଶଙ୍କା ରହିଛି। ଅନେକେ ଅନାହାରରେ ଜୀବନ ବିତାଉଛନ୍ତି। କରୋନା ମହାମାରୀ ତାଣ୍ଡବ ରଚୁଥିବା ବେଳେ ଚାଇନା ସୀମା ବନ୍ଦ ରହିଥିବାରୁ ସେମାନଙ୍କ ପାଖରେ ଅନ୍ୟ ଉପାୟ କିଛି ନାହିଁ। କରୋନା ଲାଗି ଅନେକ ଲୋକ ବାସହୀନ ହୋଇପଡ଼ିଛନ୍ତି। ଔଷଧ ଦର ମଧ୍ୟ ଆକାଶଛୁଆଁ ହୋଇପଡ଼ିଛି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖପାତ୍ର ଏଲିଜାବେଥ ବାୟର୍ସ କହିଛନ୍ତି, ଏବେ ସେଠାରେ ପରିସ୍ଥିତି ସଙ୍କଟଜନକ ଥିବାରୁ ମାନବୀୟ ସହାୟତାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ…

ମସ୍କୋ,୪।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ କ୍ରମାଗତ ଭାବେ ଡ୍ରୋନ ଆକ୍ରମଣର ପ୍ରକ୍ରିୟା ଜାରି ରହିଛି। ଡ୍ରୋନ ମାଧ୍ୟମରେ ଉଭୟ ଦେଶ ପରସ୍ପର ଉପରେ...

ବ୍ରିଟେନ୍‌ରେ ୨୪୦ ମିଲିୟନ ପାଉଣ୍ଡ ନିବେଶ କରିବ ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ଲଣ୍ଡନ,୪।୫: ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସ୍‌ଆଇଆଇ) ବ୍ରିଟେନରେ ପୁଞ୍ଜି ନିବେଶ କରିବାକୁ ଯାଉଛି। ଭବିଷ୍ୟତରେ ଟିକା ବ୍ୟବସାୟକୁ ବିସ୍ତାର କରିବା ଏବଂ...

ସମଝୌତା ପରେ ଏବେ ଥର୍‌ ଏକ୍ସପ୍ରେସ୍‌କୁ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପାକିସ୍ତାନ ଭାରତରୁ ଗୋଟିଏ ପରେ ଗୋଟିଏ ସମ୍ପର୍କ ଛିନ୍ନ କରିବାରେ ଲାଗିଛି। ଗୁରୁବାର ପାକିସ୍ତାନ ସମଝୌତା ଏକ୍ସପ୍ରେସ୍‌...

ଦକ୍ଷିଣ-ପୂର୍ବ ଏସିଆରେ କର୍ମଚାରୀଙ୍କ କାର୍ଯ୍ୟ ସମୟ ଅଧିକ, ଆମେରିକା-ୟୁରୋପରେ ସ୍ଥିତିରେ ସୁଧାର: ଆଇଏଲଓ ରିପୋର୍ଟ…

ଜେନେଭା,୮।୧ : ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ସପ୍ତାହରେ ହାରାହାରି କାର୍ଯ୍ୟ ସମୟ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଏବଂ...

ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କଠାରୁ କିଙ୍ଗ୍‌ ଚାଲର୍‌ସ ଧନୀ

ଲଣ୍ଡନ,୧୮।୪: ବ୍ରିଟେନ୍‌ ରାଜା ଚାଲର୍‌ସ ତୃତୀୟ ୬୦୦ ମିଲିୟନ୍‌ ପାଉଣ୍ଡ (୭୪୫ ନିୟୁତ ଡଲାର) ସମ୍ପତ୍ତିର ମାଲିକ। ସଣ୍ଡେ ଟାଇମ୍ସ ପକ୍ଷରୁ ପ୍ରକାଶ ପାଇଥିବା ଧନୀ...

ଜାତିସଂଘ ସାଧାରଣ ସଭାରେ ମୋଦି: ଆତଙ୍କବାଦ ସବୁଠୁ ବଡ଼ ବିପଦ

ଜାତିସଂଘ,୨୮।୯(ପି.ଟି.):ଆତଙ୍କବାଦ କୌଣସି ଗୋଟିଏ ଦେଶ ପାଇଁ ନୁହେଁ, ବରଂ ସାରା ବିଶ୍ୱ ପାଇଁ ଆହ୍ବାନ ଭାବେ ଉଭା ହୋଇଛି। ଆତଙ୍କବାଦକୁ ସବୁଠୁ ବଡ଼ ବିପଦ ଭାବେ...

ରୁଷିଆ ସେନା ଶିବିର ଉପରେ ‘ଆତଙ୍କବାଦୀ’ ଆକ୍ରମଣ, ୧୧ ମୃତ, ୧୫ ଆହତ

କ୍ୱିଭ,୧୬ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରୁଷିଆର ସେନା ଶିବିର ଉପରେ ‘ଆତଙ୍କବାଦୀ’ ଆକ୍ରମଣ ହୋଇଥିବା...

ଆଇଏସ୍‌ଆଇଏସ୍‌ ମୁଖ୍ୟଙ୍କୁ ନିପାତ କଲା ଆମେରିକା

ଓ୍ବାଶିଂଟନ,୩।୨: ଇସ୍ଲାମିକ ଷ୍ଟେଟ୍‌ ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟଆବୁ ଇବ୍ରାହିମ ଅଲ ହାଶିମି ଅଲ କୁରାଶଙ୍କୁ ଯୁଦ୍ଧ କ୍ଷେତ୍ରରୁ ହଟାଇ ଦେଇଛି ଆମେରିକୀୟ ସେନା। ଏ ନେଇ...

Advertisement
Archives

Model This Week