Posted inଜାତୀୟ

ଉତ୍ତରପୂର୍ବରେ ବନ୍ଦ ପାଳନ

ନୂଆଦିଲ୍ଲୀ,୧୧ା୧୨: ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ଓ ରାଜ୍ୟ ସଭାରେ ଉପସ୍ଥାନ କରାଯିବାର ଦିନକ ପୂର୍ବରୁ ଏହାକୁ ଉତ୍ତର-ପୂର୍ବାଞ୍ଚଳରେ ପ୍ରବଳ ବିରୋଧ କରାଯାଇଛି। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ମଙ୍ଗଳବାର ଏହା ବିରୋଧରେ ବନ୍ଦ ପାଳନ କରାଯାଇଛି। ବିଲ୍‌ ପ୍ରତିବାଦରେ ଆସାମ ଓ ଦିଲ୍ଲୀରେ ବିକ୍ଷୋଭ କରାଯାଇଛି। ତ୍ରିପୁରାରେ ମୋବାଇଲ ଇଣ୍ଟରନେଟ ସେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଅପରାହ୍ନ ୨ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି। ସେପାହିଜଲ ବନ୍ଦ ପାଳନ ବେଳେ ରାସ୍ତା ଅବରୋଧ ଯୋଗୁ ହସ୍ପିଟାଲକୁ ଯାଉଥିବା ଜଣେ ୨ ମାସର ଅସୁସ୍ଥ ଶିଶୁର ଜୀବନ ଚାଲିଯାଇଛି।
ସଭାରେ କଂଗ୍ରେସ, ଟିଏମ୍‌ସି ସମେତ ଉତ୍ତର-ପୂର୍ବର ମୁଖ୍ୟ ବିରୋଧୀ ଦଳଗୁଡ଼ିକ ବିଲ୍‌ ବିରୋଧରେ ଭୋଟ ଦେଇଥିଲେ। ଦୁଇଟି ପ୍ରମୁଖ ଛାତ୍ର ସଙ୍ଗଠନ ନର୍ଥ ଇଷ୍ଟ୍‌ ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ୍‌ (ଏନ୍‌ଇଏସ୍‌ଓ) ଏବଂ ଅଲ୍‌ ଆସାମ ଷ୍ଟୁଡେଣ୍ଟ ୟୁନିୟନ୍‌ (ଏଏଏସ୍‌ୟୁ) ବିଲ୍‌ ବିରୋଧୀ ବିକ୍ଷୋଭର ନେତୃତ୍ୱ ନେଇଛନ୍ତି। ମଣିପୁରରେ ଭୋର ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଅଲ୍‌ ମଣିପୁର ଷ୍ଟୁଡେଣ୍ଟ ୟୁନିୟନ୍‌ (ଏଏମ୍‌ଏସ୍‌ୟୁ) ପକ୍ଷରୁ ଡାକରା ଦିଆଯାଇଥିଲା। ବିଲ୍‌କୁ ତୁରନ୍ତ ପ୍ରତ୍ୟାହାର ପାଇଁ ଏଏମ୍‌ଏସ୍‌ୟୁ ଦାବି କରିଛି। ବନ୍ଦ ପାଳନ ଯୋଗୁ ମଣିପୁରରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଦୋକାନବଜାର, ଶିକ୍ଷାନୁଷ୍ଠାନ ଓ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ। ସେହିପରି ଦିଲ୍ଲୀରେ ସିପିଆଇଏମ୍‌ର ଷ୍ଟେଟ୍‌ କମିଟି ସଦସ୍ୟମାନେ ମଧ୍ୟ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?