Posted inଖେଳ

ଉତ୍କଳ କରାଟେ ସ୍କୁଲରେ ଅତ୍ୟାଧୁନିକ ସାନିଟାଇଜିଂ ଟନେଲ

ଭୁବନେଶ୍ୱର, ୨୮ା୫(କ୍ରୀଡ଼ା ପ୍ରତିନିଧି)-  ଖେଳାଳି ତିଆରି କାରଖାନା ଭାବେ ପରିଚିତ ଉତ୍କଳ କରାଟେ ସ୍କୁଲରେ ଏବେ ସମସ୍ତ ଖେଳ କସରତ ବନ୍ଦ। କୋଭିଡ-୧୯ ପ୍ରଭାବ ଜନିତ ଲକ୍‌ଡାଉନ୍‌ କଟକଣା କିଛି ପରିମାଣରେ କୋହଳ ହୋଇଥିବାରୁ ଆଗାମୀ ଦିନରେ ଫିଟ୍‌ନେସ ଗୁରୁ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ସ୍କୁଲ ପୁଣି ସକ୍ରିୟ ହେବା ସ୍ଥିତିରେ ପହଞ୍ଚତ୍ଛି। ଏହାକୁ ଆଖିଆଗରେ ରଖି ବୁଧବାର ସ୍କୁଲ ପ୍ରାଙ୍ଗଣରେ ଅତ୍ୟାଧୁନିକ କରୋନା ରୋଗ ପ୍ରତିଷେଧକ(ଫୁଲ୍‌ ବଡି ସାନିଟାଇଜିଂ) ଟନେଲ ସ୍ଥାପନ କରାଯାଇଛି। ବିଧାୟକ ଅନନ୍ତ ନାରାୟଣ ଜେନା ଓ ସିନେ ତାରକା ଆକାଶ ଦାସ ନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି। ”ସ୍ବାସ୍ଥ୍ୟ ହିଁ ସମ୍ପଦ। ତେଣୁ ଅନୁଷ୍ଠାନ ପକ୍ଷରୁ ପ୍ରଥମ କରି ଏଟିଏସ ଇଏଲଜିଆଇ ନିର୍ମିତ ୧୨ ନୋଜଲ ବିଶିଷ୍ଟ ଟନେଲ (ବିଶେଷ କୁହୁଡ଼ି/ଛିଟିକା ସ୍ବୟଂ ଚାଳିତ ହାଇପ୍ରେସର) ସ୍ଥାପନ କରାଯାଇଛି। ଏହାଦ୍ୱାରା ପ୍ରତ୍ୟେକ କ୍ରୀଡ଼ାବିତ୍‌, ଅଭିଭାବକ, ପରିଚାଳନା କର୍ମଚାରୀ, ସେବାକାରୀ ଏବଂ ପରିଦର୍ଶକମାନେ ସମ୍ପୂର୍ଣ୍ଣ ପୋଷାକପତ୍ର ସହିତ ପୁରା ଶରୀରକୁ ବିଶୋଧନ କରିପାରିବେ“ ବୋଲି ହରିପ୍ରସାଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ପ୍ରଶଂସକଙ୍କୁ ଚକିତ କଲେ ଅଶ୍ୱିନ

ଚେନ୍ନାଇ,୨୦।୭- ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ପ୍ରଶଂସକଙ୍କୁ ଚକିତ କରିଛନ୍ତି। ଏଠାରେ ଅଶ୍ୱିନ ଡିଣ୍ଡିଗୁଲ ଡ୍ରାଗନ୍ସ ଓ ଚେପକ ସୁପର ଗିଲ୍‌ସ...

ଟ୍ରେନିଂ ଆରମ୍ଭ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଅନୁମତି

ଜୋହାନ୍ସବର୍ଗ, ୩୦ା୬ (ପି.ଟି.):ଟ୍ରେନିଂ ଆରମ୍ଭ କରିବା ଲାଗି କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ଦେଶର କ୍ରୀଡ଼ା ମନ୍ତ୍ରଣାଳୟ ଅନୁମତି ଦେଇଛି। କରୋନା ଭାଇରସ ଯୋଗୁ ଗତ...

ଫାଙ୍କା ସମୟରେ ଏହି ଫିଲ୍ମ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା

୨୦୧୯ ବିଶ୍ୱକପରେ ଭାରତ ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଥିବା ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଝିଅ ସମାଇରା...

ଜର୍ମାନୀରେ ଫସିଲେ ବିଶ୍ୱ ଚାମ୍ପିୟନ ଚେସ ଖେଳାଳି ବିଶ୍ୱନାଥନ

ନୂଆଦିଲ୍ଲୀ,୧୬।୩- କରୋନା ଭାଇରସର ପ୍ରକୋପ ଯୋଗୁ ବିଶ୍ୱର ସମସ୍ତ କ୍ରୀଡ଼ା ଇଭେଣ୍ଟ ପ୍ରଭାବିତ ହୋଇଛି। ଏଥିରୁ ଚେସ୍‌ କ୍ରୀଡ଼ା ମଧ୍ୟ ବର୍ତ୍ତି ପାରିନାହିଁ। ବୁଣ୍ଡେସଲିଗା ଚେସ...

ଜବରଦସ୍ତ ଫର୍ମରେ ଅଧିନାୟକ: ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ମାରି ଭାଙ୍ଗିଲେ ଏକାଧିକ ରେକର୍ଡ

ପୁଣେ,୨୩।୩: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ବିରାଟ କୋହଲି ନୂଆ ଉପଲବ୍ଧି ହାସଲ କରିଛନ୍ତି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମରେ ଖେଳାଯାଉଥିବା...

ପିବିଏଲ୍‌ର ଅନ୍ତିମ ଲେଗ୍‌ ହାଇଦ୍ରାବାଦକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୧୧।୧(ପି.ଟି.)- ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ (ପିବିଏଲ୍‌)ର ଅନ୍ତିମ ଲେଗର ମ୍ୟାଚ୍‌ଗୁଡିକ ବେଙ୍ଗାଲୁରୁରୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି। ମ୍ୟାଚ୍‌ ଖେଳାଯିବା ପାଇଁ ଭେନୁ ଉପଲବ୍ଧ ନ ହେବାକୁ...

କୋଚଙ୍କ ଭବିଷ୍ୟବାଣୀ ହେଲା ସତ

ଆଣ୍ଟିଗୁଆ,୩।୨: ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର -୧୯ ବିଶ୍ୱକପ୍‌ ସେମିଫାଇନାଲର ଗୋଟିଏ ଦିନ ପୂର୍ବରୁ ୟଶ ଧୁଲଙ୍କୁ ଦିଲ୍ଲୀର ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଏବଂ...

ସେଲଫି ବିବାଦ ପରେ ପ୍ରଥମଥର ମୁହଁ ଖୋଲିଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୯।୩: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ଗତ କିଛି ଦିନ ହେବ ଭଲ ଚାଲିନାହିଁ। ଭାରତୀୟ କ୍ରିକେଟ ଟିମ୍‌ରୁ ବାଦ୍‌ ପଡିବା ସହ ବିବାଦରେ ଛନ୍ଦି...

Advertisement
Archives

Model This Week