ଉଠୁନି ଖର୍ଚ୍ଚ: କ୍ଷତି ସହୁଛନ୍ତି ବସ୍‌ ମାଲିକ

କେନ୍ଦୁଝର, ୧୨। ୬ (ସ୍ବ.ପ୍ର.)-ଯାତ୍ରୀବାହୀ ବସ୍‌ ସେବା ଆରମ୍ଭ ହୋଇଥିଲେ ମଧ୍ୟ ବସ୍‌ରେ ଯିବାକୁ ଯାତ୍ରୀ ଅମଙ୍ଗ ା କରୋନା କଟକଣା ପାଇଁ ଯାତ୍ରୀମାନେ ବସରେ ଯାତାୟାତ କରିବାକୁ ଭୟ କରୁଛନ୍ତି ା ଏଣୁ ବହୁ ଜରୁରୀ ନ ହେଲେ କେହି ଯିବାକୁ ଆଗ୍ରହ କରୁନାହାନ୍ତି। ଅତି ଜରୁରୀ କାମରେ ଯିବାକୁ ହେଲେ କେତେକ ନିଜସ୍ବ କାର ବା ଜିପ୍‌ରେ ଯିବା ଆସିବା କରୁଛନ୍ତି ା ଏପରି କି ଅନେକ ଲୋକ ବାଇକରେ ଯିବାକୁ ମଧ୍ୟ ପସନ୍ଦ କରୁଛନ୍ତି। ଅନେକ ବସ୍‌ ମାଲିକ ବସ୍‌ ନ ଚଲାଇ ଅଫ ରୋଡ କରିଦେଇଥିବା ବେଳେ ଯେଉଁ କେତେକ ଯାଉଛନ୍ତି ବା ଗାଡି ଚଲାଇବାକୁ ଆଗ୍ରହ କରୁଛନ୍ତି ସେମାନେ ଗତ ୨ ଦିନରେ ବହୁ କ୍ଷତିଗ୍ରସ୍ତ ହେଉଛନ୍ତି। କେନ୍ଦୁଝରରୁ ଭଦ୍ରକ ଗଲେ ଯିବା ଆସିବା ମାତ୍ର ୧୩୦ ଟଙ୍କା ଭଡା ମିଳିଛି ବୋଲି ରୁତୁରାଜ ବସ୍‌ର କଣ୍ଡକ୍ଟର ପ୍ରେମାନନ୍ଦ ବେହେରା କହିଛନ୍ତି ା କିନ୍ତୁ ଯିବା ଆସିବା ଡିଜେଲ ବାବଦକୁ ୫ ହଜାର ଟଙ୍କା ଏବଂ କର୍ମଚାରୀଙ୍କ ପାରିଶ୍ରମିକକୁ ମିଶାଇଲେ ପାଖାପାଖି ୬ ହଜାର ଖର୍ଚ୍ଚ ହେଉଥିବା ବେଳେ ଭଡା ମିଳିଛି ମାତ୍ର ୧୩୦ ଟଙ୍କା ା ଏଣୁ ଆଉ ଗୋଟିଏ ଦିନ ଦେଖିବୁ, ନଚେତ ବସ୍‌ ଆଗଭଳି ଛିଡା କରିବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି ା
ସେହିପରି ଭୁବନେଶ୍ୱର ଯାଉଥିବା ବସ୍‌ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି। କେତେକ ବସ୍‌ରେ ଯାତ୍ରୀ ମିଳୁ ନ ଥିବାରୁ ବସ୍‌ ଷ୍ଟପ୍‌ରୁ ଫେରୁଥିବା ବେଳେ କେତେକ ବାଟରେ ଅଟକି ଫେରିଆସୁଛନ୍ତି ା ଯାତ୍ରୀ ବ୍ୟତୀତ ମାଲରୁ ମଧ୍ୟ ବସ୍‌ ମାଲିକ ଭଲ ପଇସା ପାଇଥାନ୍ତି ା କିନ୍ତୁ ମାଲ ମଧ୍ୟ ଆସୁନାହିଁ। କୋଲକାତାକୁ ଦୁଇଟି ଘରୋଇ ବସ୍‌ ଯିବା ଆସିବା କରୁଥିଲେ ହେଁ ମାଲ୍‌ ପରିବହନ ପାଇଁ କିଛି ପାଉଥିଲେ ହେଁ ଅନେକ ସମୟରେ ଖର୍ଚ୍ଚ ଉଠୁ ନ ଥିବାରୁ ଚିନ୍ତାରେ ରହୁଛନ୍ତି। ବଡ଼ ବଡ଼ ମାଲିକ ଏହା ଦ୍ୱାରା ଯେତିକି କ୍ଷତିଗ୍ରସ୍ତ ହେଉନାହାନ୍ତି ତା’ଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଛୋଟ ଛୋଟ ବସ୍‌ ମାଲିକ ଏବଂ ଋଣ କରି ବସ ଚଲାଉଥିବା ମାଲିକ ା ବସ୍‌ ପରମିଟ, ଇନସ୍ୟୁରାନ୍‌ସ ବାବଦକୁ ହେଉଥିବା ଖର୍ଚ୍ଚ ବେଡି ଉପରେ କୋରଡା ସଦୃଶ ହୋଇଛି ା
ଲୋକମାନେ ଘରୁ ବାହାରୁ ନାହାନ୍ତି କିମ୍ବା ଜରୁରୀ କାମ ପଡିଲେ ବାଇକରେ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଛି ା ଏଣୁ ଜିଲା ମଧ୍ୟରେ ଯାତ୍ରୀବାହୀ ବସ୍‌ରେ ଯାତ୍ରୀ ହେଉ ନ ଥିବାରୁ ବନ୍ଦ ରହିଛି ା ତେବେ କେବେ ଅବସ୍ଥା ସୁଧୁରିବ ଓ କରୋନା କଟକଣା ହଟି ସମ୍ପୂର୍ଣ୍ଣ ଲକ୍‌ଡାଉନ ପ୍ରତ୍ୟାହାର ହେବ ସେ ସମୟକୁ ବସ୍‌ ମାଲିକମାନେ ଅନେଇ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri