ଉଠିବା ଆମେ

କରୋନା ମହାମାରୀରେ କବଳିତ ଆମ ଦେଶ। ଏହି ସମୟର ସାମ୍ପ୍ରତିକ ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଛି ଏକ ଚାରି ମିନିଟ୍‌ ଅବଧିବିଶିଷ୍ଟ ଏକ କ୍ଷୁଦ୍ର ଚଳଚ୍ଚିତ୍ର। ମୋଟ ୧୧ଟି ଭାଷାରେ ଏହାକୁ ନିର୍ମାଣ କରାଯାଇଛି। ହିନ୍ଦୀରେ ‘ଉଠେଙ୍ଗେ ହମ୍‌’, ଇଂଲିଶରେ ‘ଉଇ ଉଇଲ୍‌ ରାଇଜ୍‌’ ବ୍ୟତୀତ ଓଡ଼ିଆ ଭାଷାରେ ଏହାର ଟାଇଟଲ ରହିଛି ‘ଉଠିବା ଆମେ’। ଏଥିରେ ଲକଡାଉନ୍‌ ସମୟର ଘଟଣାବଳୀ, ପ୍ରବାସୀ ଶ୍ରମିକଙ୍କ ଜୀବନ ଏବଂ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କଥାକୁ ଉପସ୍ଥାପନା କରିଛନ୍ତି ଏହାର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଭାରତବାଲା। ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୪ଟି ରାଜ୍ୟରେ ଏହି ଫିଲ୍ମ ୟୁନିଟ୍‌ର ସଦସ୍ୟମାନେ ଚିତ୍ରୋତ୍ତଳନ କରି ସେଗୁଡିକୁ ବମ୍ବେରେ ଅବସ୍ଥାପିତ ଉକ୍ତ ସିନେମାର ମୁଖ୍ୟ କଣ୍ଟ୍ରୋଲ ରୁମ୍‌କୁ ପଠାଇଥିଲେ। ଖାସ୍‌ କଥା ହେଲା, ଭର୍ଚୁଆଲ୍‌ ଭାରତ ବ୍ୟାନରରେ ନିର୍ମିତ ଏହି ଚିତ୍ର ପାଇଁ ବ୍ୟାକ୍‌ଗ୍ରାଉଣ୍ଡ ଭଏସ ଦେଇଛନ୍ତି ‘ବ୍ୟାଣ୍ଡିଟ୍‌ କୁଇନ୍‌’ ପାର୍ଇ ଚର୍ଚ୍ଚିତା ଅଭିନେତ୍ରୀ ସୀମା ବିଶ୍ୱାସ। ଚଳିତ ମାସ ୪ ତାରିଖରେ ଏହାର ଏକ ୨୦ସେକେଣ୍ଡ ବିଶିଷ୍ଟ ଟିଜର ରିଲିଜ ହୋଇଥିଲା। ଏହାପୂର୍ବରୁ ଭାରତବାଲା ‘ବନ୍ଦେ ମାତରମ୍‌’ ଏବଂ ‘ଜନ ଗଣ ମନ’ ପରି ପ୍ରୋଜେକ୍ଟ ପ୍ରସ୍ତୁତ କରି ବେଶ୍‌ ପ୍ରଶଂସିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?