ଉଚ୍ଛେଦ ପୂର୍ବରୁ ଦୋକାନ ହଟାଇଲେ:  ଥଇଥାନ କରା ନ ଗଲେ ଆନ୍ଦୋଳନ

ଗଞ୍ଜାମ,୧୨ା୩(ଡି.ଏନ.ଏ.)- ଗଞ୍ଜାମ ସହର ସାନବଜାର ଠାରୁ ତ୍ରିବେଣୀ ମଠ ଛକ ଯାଏ ରାସ୍ତା ସମ୍ପ୍ରସାରଣ ପାଇଁ ଜବରଦଖଲ ଉଛେଦ କରାଯିବ। ଏଥିପାଇଁ ତହସିଲ ପ୍ରଶାସନ ପକ୍ଷରୁ ଗତ ଫେବୃଆରି ୧୦ରେ ଉଭୟ ପାର୍ଶ୍ୱରେ ଥିବା କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀଙ୍କୁ ନୋଟିସ ଜାରି କରାଯାଇଥିଲା। ମାର୍ଚ୍ଚ ମାସରେ ଐତିହାସିକ ଦୋଳ ଯାତ୍ରା ଥିବାରୁ ବଣିକ ସଂଘ ଅନୁରୋଧକ୍ରମେ ଯାତ୍ରା ସରିବା ପରେ ଅର୍ଥାତ ମାର୍ଚ୍ଚ ୧୧କୁ ଉଚ୍ଛେଦ ପାଇଁ ଧାର୍ଯ୍ୟ କରାଯାଇଥିଲା। ଉଛେଦ ପୂର୍ବରୁ ବ୍ୟବସାୟୀମାନେ ବୁଧବାରଠାରୁ କ୍ୟାବିନ ଓ ଏହା ଆଗରେ ଥିବା ଛାମୁଡିଆ ହଟାଉଥିବା ଦେଖିବାକୁ ମିଳିଛି। ମାତ୍ର ବ୍ୟବସାୟୀ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ବଣିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଉଠା ଦୋକାନୀ ତଥା କ୍ଷୁଦ୍ର ବ୍ୟବସାୟୀଙ୍କୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଭେଣ୍ଡିଂ ଜୋନ ନିର୍ମାଣ ତ ଦୂରର କଥା ଏ ଯାଏ ସ୍ଥାନ ଚିହ୍ନଟ ମଧ୍ୟ ହୋଇନି। ଖୁବଶୀଘ୍ର ଥଇଥାନ ବ୍ୟବସ୍ଥା କରାନଗଲେ ବଣିକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରି ନାଳରେ ଫେଣ ପାଣି ପ୍ରସଙ୍ଗ:ବିପଦମୁକ୍ତ ଦର୍ଶାଇଲା ପରୀକ୍ଷା ରିପୋର୍ଟ

ଯାଜପୁର ଅଫିସ,୪ା୧୨- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଅନ୍ଧାରି ନାଳରେ ରବିବାର ପ୍ରଚୁର ମାତ୍ରାରେ ବୋହିଥିବା ଫେଣ ପାଣି ବିପଦମୁକ୍ତ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର...

ବୃଦ୍ଧି ପାଉଛି ଗୁଣିଗାରେଡ଼ି ଜନିତ ଅପରାଧ: ପ୍ରତିକାର ଦାବି କଲା ମାନବବାଦୀ ହେତୁବାଦୀ ସଙ୍ଗଠନ

ବ୍ରହ୍ମପୁର ଅଫିସ,୫ା୧୦-ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେଉଛି ା ଏହାସତ୍ତ୍ୱେ ସମାଜରେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସଜନିତ ଅପରାଧ ସଂଖ୍ୟା ଦିନକୁ ଦିନକୁ ବୃଦ୍ଧି ପାଇବାରେ...

୧୪ ଦିନ ପାଇଁ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ବନ୍ଦ

ଭଦ୍ରକ ଅଫିସ, ୧୬ା୭- ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଆଗାମୀ ୧୪ ଦିନ ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବଢ଼ୁଥିବା କାରଣରୁ...

ପୁରୁଷୋତ୍ତମପୁରରେ ରଥଯାତ୍ରା ବନ୍ଦ: ଦେବନୀତିରେ ପୂଜା ପାଇଲେ କଳାଠାକୁର

ପୁରୁଷୋତ୍ତମପୁର, ୨୩।୬(ଡି.ଏନ.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ସମେତ ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସମ୍ପୁର୍ଣ୍ଣ ରୂପେ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି।...

ପୃଥକ୍‌ ସଡ଼କ ଦୁର୍ଘଟଣା: ୨ ମୃତ

ଛତ୍ରପୁର,୯।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସୋମବାର ପୃଥକ୍‌ ପୃଥକ୍‌ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଛତ୍ରପୁର ଏକାମ୍ର ନଗର ନିକଟ ଜାତୀୟ ରାଜପଥରେ ଡିଭାଇଡରକୁ...

ପରିଚଏ ବଲି କିଛି ନାଇଁ: ବିଦେଶୀ ପାଲଟିଛନ୍‌ ଦିବ୍ୟାଙ୍ଗ ଦୁର୍ଜନ

ଗଣ୍ଡତୁରୁମ, ୧୨ା୧୨(ଡି.ଏନ୍‌.ଏ.)- ସମାଜରେ ବାସ କରୁଥିବାର ଭିନେ ଭିନେ ବରଗର ଲୁକ୍‌କର ବିକାଶ ଲାଗି ସବୁ ସ୍ତରରେ ବେବସ୍‌ତା ରହିଛେ। ସେନ୍‌ତା ଗଁାରେ ଜନପରତିନିଧି ହିସାବେ...

ଉଜୁଡ଼ା ପୁରୀକୁ ସଜାଡ଼ିବାକୁ ଉଦ୍ୟମ

ପୁରୀ ଅଫିସ, ୨୪।୮: ମେ ୩ ତାରିଖ। ବାତ୍ୟା ଫନୀରେ ଉଜୁଡ଼ି ଯାଇଥିଲା ପର୍ଯ୍ୟଟନ ସହର ପୁରୀ। ସବୁଠି ଥିଲା ହା ହତାଶର ଚିତ୍ର। ହେଲେ...

ଜୀବନ ରକ୍ଷା ପାଇଁ ଲକ୍‌ଡାଉନ ଜରୁରୀ: ପୁରୀ ଜିଲାପାଳ

ପୁରୀ ଅଫିସ,୨୨।୩: କରୋନା ଭାଇରସ୍‌ର ଭୟାବହତାକୁ ଦେଖି ରାଜ୍ୟ ସରକାର ୫ଟି ଜିଲା ଏବଂ ୮ଟି ସହରାଞ୍ଚଳରେ ଲକ୍‌ ଡାଉନ ଘୋଷଣା କରିଛନ୍ତି। ଏହି ସହର...

Coronavirus Update

Archives

Model This Week

Why Dharitri