ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ୬୬୨ ବର୍ଗ କଲେଜ ସଂଘର ଆଲୋଚନା: ୭ମ ବେତନ କମିଶନ ଦରମା ଦାବି

ଭୁବନେଶ୍ୱର,୨୦-୯(ବ୍ୟୁରୋ):ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ଉଦ୍ୟୋଗ, ପୌରସଂସ୍ଥାର କର୍ମଚାରୀମାନେ ସପ୍ତମ ବେତନ କମିଶନଙ୍କ ସୁପାରିସ ହାରରେ ଦରମା ପାଉଛନ୍ତି। ମାତ୍ର ବ୍ଲକଗ୍ରାଣ୍ଟ ପାଉଥିବା ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ତୁରନ୍ତ ସପ୍ତମ ବେତନ କମିଶନ ହାରରେ ସେମାନଙ୍କୁ ଦରମା ଦେବାକୁ ୬୬୨ ବର୍ଗ କଲେଜ ସଂଘର କର୍ମକର୍ତ୍ତାମାନେ ଦାବି କରିଛନ୍ତି। କୃଷକ ଭବନଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସଂଘ ପକ୍ଷରୁ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି ବର୍ଗର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଜାତୀୟ ସ୍ତରର ପୂର୍ଣ୍ଣ ଅନୁଦାନ ଦେବା ସହିତ ସପ୍ତମ ବେତନ କମିଶନ ସୁପାରିସ ଆଧାରରେ ଦରମା ଦେବା, ୨୦୧୭ ଅନୁଦାନ ନୀତିରେ ଅସଙ୍ଗତି ଦୂର କରିବା, ଆଉ ଗୋଟିଏ ଇନ୍‌କ୍ରିମେଣ୍ଟ ବୃଦ୍ଧି କରିବା, ରିସାଇନ ଆଦେଶକୁ ଉଚ୍ଛେଦ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ବୈଠକରେ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର, ନିର୍ଦ୍ଦେଶକ ଅଶ୍ୱିନୀ ମିଶ୍ର, ଉପ ସଚିବ ପ୍ରଶାନ୍ତ ରଥ, ଉପନିର୍ଦ୍ଦେଶକ ତୁଷାରକାନ୍ତି ତ୍ରିପାଠୀଙ୍କ ସମେତ ସଂଘ ପକ୍ଷରୁ ସଭାପତି ଗୋଲକ ନାୟକ, ଦୁଇ ସମ୍ପାଦକ ସତ୍ତାପଉଦ୍ଦିନ ଅହମ୍ମଦ, ଗଗନ ବେଉରାଙ୍କ ସହ ଅଶୋକ ପୁରୋହିତ, ଜ୍ୟୋତ୍ସ୍ନାରାଣୀ ବସ୍ତିଆ, ତପନ ଜେନା, ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସଂଘର ଦାବିଗୁଡିକୁ ଆସନ୍ତା ଦୁଇ ମାସ ମଧ୍ୟରେ ତର୍ଜମା କରାଯାଇ ପୂରଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୨ଟି ପ୍ଲେନ କ୍ରାଶ, ଉଡୁଥିବା ବେଳେ ହଠାତ୍ ଜଙ୍ଗଲରେ ଖସି ପଡ଼ିଲା

ମସ୍କୋ,୧୬।୬: ଆମେରିକା ପରେ ଏବେ ଏକ ରୁଷିଆର Tu-22M3 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । Tu-22M3 ବିମାନଟି…

‘ରାହୁଲ ଗାନ୍ଧୀ ନିଜେ ଏକ ବଡ଼ ପରିହାସ’: କଂଗ୍ରେସକୁ ଟାର୍ଗେଟ କଲା DMK,ଦଳ ଉପରେ ଲଗାଇଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୬।୬: ଦେଶବ୍ୟାପୀ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ, ବିରୋଧୀ ମେଣ୍ଟ (ଇଣ୍ଡିଆ ବ୍ଲକ) ଭିତରେ ଫାଟ ଏବେ ଖୋଲାଖୋଲି ଭାବରେ ଦେଖାଦେଇଛି। ତାମିଲନାଡୁରେ କ୍ଷମତା ହାସଲ କରୁଥିବା…

ପାଉଁଶ ବୋଝେଇ ହାଇୱାକୁ ପିଟିଲା ବାଇକ୍, ଡ଼ାକ୍ତରଖାନା ନେବା ବେଳେ ଅଧାବାଟରେ ମୃତ୍ୟୁ

ଲାଞ୍ଜିଗଡ,୧୬।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ହାଇୱା ସହିତ ବାଇକ ଧକ୍କା ହୋଇଛି । ଚିକିତ୍ସାଧୀନ…

ଆମେରିକା-ଇରାନ ଶାନ୍ତି ଚୁକ୍ତିରେ ପୁଣି ନୂଆ ପେଞ୍ଚ; ଟ୍ରମ୍ପ ୩୦୦ ବିଲିୟନ ଡଲାର ପ୍ରଦାନ ଦାବିକୁ କହିଲେଣି…

ଓ୍ବାଶିଂଟନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ଏହି ଶାନ୍ତି ଚୁକ୍ତିନାମା ଅନୁଯାୟୀ, ଆମେରିକା ଇରାନକୁ ୩୦୦ ବିଲିୟନ ଡଲାର ସହାୟତା…

କ୍ଷଣିକରେ ଖୁସି ପାଲଟିଲା ଦୁଃଖ, ରୋଟାଭେଟରରେ କାଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି,୧୬।୬(ପ୍ରଶାନ୍ତ କୁମାର ବିଶ୍ବାଳ): ରୋଟାଭେଟରରେ କାଟି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆ ରୋଟାଭେଟର ଆଣି ଖୁସିରେ ଟ୍ରାଏଲ କରିବା ପରେ ବନ୍ଦକରିବାକୁ ଯାଇ…

ହ୍ବାଇଟ ହାଉସରେ ଇତିହାସର ସବୁଠାରୁ ମହଙ୍ଗା UFC ଶୋ; ରାଷ୍ଟ୍ରପତି ଟ୍ରମ୍ପ ଅନନ୍ୟ ଶୈଳୀରେ ପାଳନ କଲେ ୮୦ତମ ଜନ୍ମଦିନ, ଖର୍ଚ୍ଚ ଜାଣିଲେ…

ଓ୍ବାଶିଂଟନ,୧୬।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ୮୦ତମ ଜନ୍ମଦିନକୁ ପ୍ରକୃତରେ ଅନନ୍ୟ ଏବଂ ସ୍ମରଣୀୟ ଢଙ୍ଗରେ ପାଳନ କରିଥିଲେ। ଏହି ବିଶେଷ ଅବସର ପାଇଁ, ହ୍ବାଇଟ…

ବିଏମ୍‌ସିରେ ବଢୁଛି କୁକୁର କାମୁଡ଼ା, ୨ ମାସରେ….

ଭୁବନେଶ୍ୱର,୧୫।୬ (ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଇତିମଧ୍ୟରେ ବିଏମ୍‌ସି ପକ୍ଷରୁ ୭୫ ପ୍ରତିଶତ…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri