ବିଏମ୍‌ସିରେ ବଢୁଛି କୁକୁର କାମୁଡ଼ା, ୨ ମାସରେ….

ଭୁବନେଶ୍ୱର,୧୫।୬ (ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଇତିମଧ୍ୟରେ ବିଏମ୍‌ସି ପକ୍ଷରୁ ୭୫ ପ୍ରତିଶତ ବୁଲା କୁକୁରଙ୍କୁ ଟିକାକରଣ କରାଯାଇଥିବା କୁହାଯାଉଛି। ଏପରି କି ଏହି ତଥ୍ୟକୁ ଆଧାର କରି ବିଏମ୍‌ସି ମେ’ ୨୮ରେ ଜାତୀୟସ୍ତରରେ ମଧ୍ୟ ପୁରସ୍କୃତ ହୋଇଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ କଥା କହୁଛି। ବିଏମ୍‌ସି ଅଞ୍ଚଳରେ ଦିନକୁ ଦିନ କୁକୁର କାମୁଡା ବଢ଼ି ଚାଲିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନେ ମଧ୍ୟ କୁକୁର କାମୁଡ଼ାର ଶିକାର ହେଉଥିବା ଜଣାଯାଇଛି।

ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ ହସ୍ପିଟାଲରୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏପ୍ରିଲ ଏବଂ ମେ’ ମାସରେ ପ୍ରାୟ ୮ହଜାର ବ୍ୟକ୍ତି କେବଳ କୁକୁର କାମୁଡ଼ା ପାଇଁ ଟିକା ନେଇ ସାରିଛନ୍ତି। ଏହି ହାରରେ ଯଦି ଦେଖାଯାଏ ପ୍ରତିଦିନ ୧୩୦ରୁ ୧୪୦ ବ୍ୟକ୍ତି କେବଳ କୁକୁର କାମୁଡ଼ାର ଶିକାର ହୋଇ କ୍ୟାପିଟାଲ ହସ୍ପିଟାଲ ଆସୁଛନ୍ତି। ରାଜଧାନୀର ଯଦି ବିଏମ୍‌ସି ହସ୍ପିଟାଲ, ଆୟୁଷ୍ମାନ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟାନ୍ୟ ହସ୍ପିଟାଲର କୁକୁର କାମୁଡ଼ା ଅଙ୍କ ମିଶାଯାଏ ତେବେ ଏହି ସଂଖ୍ୟା ଢେର ଗୁଣରେ ଅଧିକ ହେବ ବୋଲି ଜଣାଯାଇଛି। ଏ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ହୋଇଥିବା ଅନୁସନ୍ଧାନରୁ ଜଣାଯାଇଛି, କ୍ୟାପିଟାଲ ହସ୍ପିଟାଲକୁ ଚଳିତବର୍ଷ ଏପ୍ରିଲରେ ୪ହଜାର ୧୧୬ଜଣ ବ୍ୟକ୍ତି କେବଳ କୁକୁର କାମୁଡ଼ା ପାଇଁ ଟିକା ନେବାକୁ ଆସିଛନ୍ତି। ପ୍ରତିଦିନ ୧୩୦ରୁ ୧୪୦ ବ୍ୟକ୍ତି ଟିକା ପାଇଁ ଆସୁଥିବାବେଳେ ଦିନେ ଦିନେ ୧୬୪ଜଣ ବ୍ୟକ୍ତି ମଧ୍ୟ ଟିକା ନେଇଛନ୍ତି। ସେହିପରି ମେ’ରେ ଅପେକ୍ଷାକୃତ କୁକୁର କାମୁଡ଼ା କମ୍‌ ରହିଥିଲେ ହେଁ ୩ ହଜାର ୭୬୯ଜଣ ବ୍ୟକ୍ତି ଟିକା ନେଇଛନ୍ତି। ଏଥିଯୋଗୁ କ୍ୟାପିଟାଲ ହସ୍ପିଟାଲ ଉପରେ ଚାପ ପଡୁଛି। ଅନେକ ସମୟରେ ରୋଗୀଙ୍କୁ ଟିକା ନେବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ବିଏମ୍‌ସି ଟିକାକରଣକୁ ନେଇ ଜାତୀୟସ୍ତରରେ ପ୍ରଶଂସିତ ହେଉଥିବାବେଳେ ବିଏମ୍‌ସି ଅଞ୍ଚଳରେ କୁକୁର କାମୁଡ଼ାକୁ ନେଇ ଲୋକେ ଆତଙ୍କିତ ଥିବା ଜଣାଯାଇଛି।
ଏ ସଂକ୍ରାନ୍ତରେ ବିଏମ୍‌ସିର ଡାକ୍ତର ଦେବୀ ରଞ୍ଜନ କୁଣ୍ଡୁଙ୍କ କହିବା କଥା ହେଲା, ରାଜଧାନୀରେ ଭୁବନେଶ୍ୱର ସମେତ ବିଭିନ୍ନ ଜିଲା ତଥା ରାଜ୍ୟର ଲୋକେ ରହୁଛନ୍ତି। ସେମାନଙ୍କ ଅଞ୍ଚଳରେ ଟିକା ନେବାରେ ସମସ୍ୟା ଥିଲେ ଭୁବନେଶ୍ୱରକୁ ଆସି ଟିକା ନେଇଥାନ୍ତି। ତେବେ କୁକୁର କାମୁଡ଼ା ଟିକା ନେଉଥିବା ବ୍ୟକ୍ତିଙ୍କ ଠିକଣାକୁ ବର୍ଗୀକରଣ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଚିଠି ଲେଖିଥିଲୁ। ଯଦି ଏଭଳି କିଛି ଗୁରୁତର ତଥ୍ୟ ସାମ୍ନାକୁ ଆସିଛି ତେବେ ପୁନର୍ବାର କ୍ୟାପିଟାଲ ହସ୍ପିଟାଲ ଏବଂ ଅନ୍ୟାନ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ଏବଂ ଟିକା ନେଉଥିବା ବ୍ୟକ୍ତିଙ୍କ ବର୍ଗୀକରଣ କରାଯିବ।
ଭୁବନେଶ୍ୱରକୁ ଯଦି କେହି ଟିକା ନେବାପାଇଁ ଗ୍ରାମାଞ୍ଚଳରୁ ଆସୁଛନ୍ତି ତେବେ ସମସ୍ୟା କେଉଁଠି ରହିଲା ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଏମ୍‌ସିକୁ ୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ କରିବାକୁ ଲକ୍ଷ୍ୟ ରହିଛି। ଏହାକୁ ନେଇ ଅଦ୍ୟାବଧି ୬୭ ୱାର୍ଡରୁ ୩୫ ହଜାର ୩୯୫ ଗୋଟି ବୁଲା କୁକୁରଙ୍କୁ ଟିକାକରଣ କରାଯାଇଛି। ବିଏମ୍‌ସିର କେଉଁ ଓ୍ବାର୍ଡର ବୋଲି ଜଣାପଡ଼ିଲେ ସେଦିଗରେ ଆମେ ପଦକ୍ଷେପ ନେଇପାରିବୁ ବୋଲି ଡାକ୍ତର କୁଣ୍ଡୁ କହିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

୬ଥର ପାଇଁ ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ

ଭୁବନେଶ୍ୱର,୧୬ା୯(ସୁନିତ୍‌ ମିଶ୍ର): ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କ ୨ପୁଅ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜେଲରୁ ମୁକ୍ତି ଦେବାକୁ କରାଯାଇଥିବା କ୍ଷମା ପ୍ରାର୍ଥନା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?