ଇ-ଟେକ୍‌ ଆବାସିକ କଲେଜ ପ୍ରତିଷ୍ଠା ଦିବସ: ‘ଅଭିଭାବକଙ୍କୁ ସମ୍ମାନ ବିନା ଶିକ୍ଷା ମୂଲ୍ୟହୀନ’

ଢେଙ୍କାନାଳ ଅଫିସ, ୭।୮-ଅଭିଭାବକମାନେ ଚାହାନ୍ତି ସେମାନଙ୍କ ସନ୍ତାନ ଭଲ ପାଠପଢ଼ି ବଡ଼ମଣିଷ ହେଉ। ନିଜ ପିଲାମାନଙ୍କ ପାଇଁ ମା’ବାପା ଏପରି ସ୍ବପ୍ନ ଦେଖିବା ସ୍ବାଭାବିକ। ଏବେ ଦେଖାଯାଉଛି ପିଲାଟିଏ ଉଚ୍ଚଶିକ୍ଷିତ ହେବାପରେ ନିଜର ଜନ୍ମକଲା ମା’ବାପାଙ୍କୁ ହତାଦର କରୁଛି। ଯେତେ ଭଲ ପାଠ ପଢ଼ିଲେ ମଧ୍ୟ ଯଦି ନିଜର ଅଭିଭାବକଙ୍କୁ ସମ୍ମାନ ଦେଇ ନ ପାରିଲ, ତେବେ ସେପରି ଶିକ୍ଷା ମୂଲ୍ୟହୀନ। କେବଳ ଉଚ୍ଚଶିକ୍ଷିତ ହେଲେ ହେବନାହିଁ, ନୈତିକ ମୂଲ୍ୟବୋଧ ଜାଣିବା ଆଜିର ସାମାଜିକ ବ୍ୟବସ୍ଥା ପାଇଁ ଆହ୍ବାନ ବୋଲି କହିଛନ୍ତି ବିଧାୟକ ସୁଧୀର କୁମାର ସାମଲ। ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁରସ୍ଥିତ ଇ-ଟେକ୍‌ ଆବାସିକ ମହାବିଦ୍ୟାଳୟର ୧୧ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ସେ ଏପରି ବକ୍ତବ୍ୟ ରଖିଛନ୍ତି। ଏଥିସହ ନିଜର ମାତୃଭାଷା, ଐତିହ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ବିଧାୟକ ସାମଲ ଆହ୍ବାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ କହିଲେ, ଯେତେ ଅଧିକ ବହି ପଢ଼ିବ ସେତେ ଆଗକୁ ବଢ଼ିବ। ନମ୍ର ହେବା ଲାଗି ପୁସ୍ତକ ପଢ଼ିବା ଜରୁରୀ। ସବୁବେଳେ ଶିଖିବା ଇଚ୍ଛା ରଖୁଥିବା ମଣିଷ ଜୀବନରେ ସଫଳତା ପାଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ କହିଲେ, ସ୍ବଦେଶୀ ସାମଗ୍ରୀ ଆମ ଅସ୍ମିତାର ପ୍ରତୀକ। ନିଜ ଅଞ୍ଚଳର ହାତ ତିଆରି ସାମଗ୍ରୀକୁ ଅଧିକରୁ ଅଧିକ ବ୍ୟବହାର କଲେ ଲୋକଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ ବୋଲି ସେ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରସ୍ଥିତ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ବିଜୟ କୁମାର ନାୟକ କହିଲେ, ସେବା ମନୋବୃତ୍ତି ରଖିଲେ ସୁନାଗରିକ ହୋଇପାରିବ। ଏହି ଅବସରରେ ଅତିଥିଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର ‘ପୂର୍ବାଶା’ ଉନ୍ମୋଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ନୋଟ୍‌ ଦେଇ କିଣୁଥିଲେ ବାଇକ୍, ଧରିଲା ବରଗଡ଼ ପୋଲିସ

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଜାଲ ନୋଟ୍ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନୀ ଅନୁଯାୟୀ, ବରଗଡ ବ୍ୟାଙ୍କ…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?