Posted inଖେଳ

ଇଷ୍ଟ ଜୋନ୍‌ ସ୍ନୁକର: ସୁବ୍ରତ- ଶାହାବାଜ ଫାଇନାଲ

ଭୁବନେଶ୍ୱର,୧୪।୯(ସ୍ପୋଟର୍‌ସ ବ୍ୟୁରୋ)-
ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍‌କନ ଚିଲିକା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଶୁକ୍ରବାର ନବମ ଦିବସରେ ପହଞ୍ଚିଛି। ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଶନିବାର ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଓଡ଼ିଶାର ସୁବ୍ରତ ଦାସ ଓ ପଶ୍ଚିମବଙ୍ଗର ଶାହାବାଜ ଆଦିଲ ଖାଁ ପରସ୍ପରକୁ ଭେଟିବେ। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ସୁବ୍ରତ ଓଡ଼ିଶାର ଅନ୍ୟତମ ଖେଳାଳି ଆକାଶ ମହାପାତ୍ରଙ୍କୁ ୫-୧ (୫୯- ୫୭, ୫୯- ୩୨, ୬୩- ୬୭, ୬୦- ୩୫, ୬୧- ୧୭, ୪୦- ୧୪)ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଏହାପୂର୍ବରୁ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଶାହାବାଜ ନିଜ ରାଜ୍ୟର ମନୀଷ ଜୈନଙ୍କୁ ୫-୩ (୬୨- ୨୭, ୪୭- ୭୬, ୩୦- ୫୬, ୪୭- ୩୪, ୭୨-୦, ୪୨- ୭୨, ୧୨୦-୦, ୬୯- ୨୬)ରେ ହରାଇ ଫାଇନାଲକୁ ଉଠିଛନ୍ତି। ଶନିବାର ଅପରାହ୍ନ ୩ଟାରେ ଫାଇନାଲ ବେଷ୍ଟ ଅଫ୍‌ ୧୧ ଫ୍ରେମ୍‌ରେ ଖେଳାଯିବ।
ପୂର୍ବରୁ ସୁବ୍ରତ ଓ ଶାହାବାଜ ପରସ୍ପରକୁ ୨ଥର ଭେଟିଛନ୍ତି। ଉଭୟ ଗୋଟିଏ ଲେଖାଏ ମ୍ୟାଚରେ ବିଜୟୀ ହୋଇଛନ୍ତି। ନ୍ୟାଶନାଲ ୨୦୧୨ ମିଟ୍‌ରେ ସୁବ୍ରତ ଗ୍ରୁପ୍‌ ପର୍ଯ୍ୟାୟରେ ଶାହାବାଜଙ୍କୁ ୩-୧ରେ ହରାଇଥିଲେ। ଅନ୍ୟପଟେ ୨୦୧୯ ନ୍ୟାଶନାଲରେ ଶାହାବାଜ ୫-୩ରେ ସୁବ୍ରତଙ୍କୁ ପରାସ୍ତ କରିଥିଲେ। ଶାହାବାଜ ଏବେ ମୁସଲିମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କୋଲକାତାରେ ଅଭ୍ୟାସ କରୁଛନ୍ତି। ସେହିପରି ସୁବ୍ରତ କଟକ କ୍ଲବରେ ଅଭ୍ୟାସ କରି ଆସୁଛନ୍ତି। ସେମିଫାଇନାଲରେ ସୁବ୍ରତ ଅତି ସହଜରେ ବିଜୟୀ ହୋଇଥିଲେ। ତେବେ ଶାହାବାଜଙ୍କୁ ସଂଘର୍ଷ କରିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri