Posted inଖେଳ

ଇଷ୍ଟ ଜୋନ୍‌ ସ୍ନୁକର: କ୍ୱାର୍ଟରରେ ସୁବ୍ରତ

ଭୁବନେଶ୍ୱର,୧୧।୯(ସ୍ପୋଟର୍‌ସ ବ୍ୟୁରୋ)-ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ମଙ୍ଗଳବାର ଷଷ୍ଠ ଦିବସରେ ପହଞ୍ଚିଛି। ଓଡ଼ିଆର ସୁବ୍ରତ୍‌ ଦାସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସୁବ୍ରତ ୪-୨ରେ ନିଜ ରାଜ୍ୟର ଜାକିର ଅଲିଙ୍କୁ ହରାଇ ଏହି ସଫଳତା ପାଇଛନ୍ତି। ଅନ୍ୟଏକ ମ୍ୟାଚ୍‌ରେ ପଶ୍ଚିମବଙ୍ଗର କିଙ୍ଗ୍‌ସୁକ ସାହା ୩-୨ରେ ଓଡ଼ିଶାର ସତ୍ୟକାମ ମହାନ୍ତିଙ୍କୁ ହରାଇଛନ୍ତି। ସେହିପରି ଛିତିଶଗଡ଼ର ଆଦର୍ଶ ବର୍ମା ୩-୦ରେ ଓଡ଼ିଶାର ଅମିୟ ନାୟକଙ୍କୁ ପରାସ୍ତ କରିଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ରାକେଶ ରୋଶନ ପ୍ରଦାନ ୩-୨ରେ ନିଜ ରାଜ୍ୟର ଉଧ୍‌ବାସ ମହାପାତ୍ରଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ଟୁର୍ନାମେଣ୍ଟରେ ଏକାଧିକ ଖେଳାଳି ପ୍ରି-କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୁଧବାର ବାକିଥିବା ଗେଷ୍ଟ ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିବେ ଓ ପ୍ରି- କ୍ୱାର୍ଟର ଫାଇନାଲାରୁ ଅଭିଯାନ ଆରମ୍ଭ କରିବେ।
ଫଟୋ କ୍ୟାପସନ: ମ୍ୟାଚ୍‌ ଅବସରରେ ଜିତେନ ଷଡଙ୍ଗୀ (ବାମ)ଓ ସୁବ୍ରତ ଦାସ (ଡାହାଣ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଟ୍‌ ମହିଳା ରଗ୍‌ବୀ ଦଳକୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୯।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମହିଳା ରଗ୍‌ବୀରେ ଆୟୋଜକ କିଟ୍‌ ବାଜି ମାରିଛି। କିଟ୍‌ ମହିଳା ଦଳ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ...

ଜିମ୍ବାଓ୍ବେର ରୋମାଞ୍ଚକ ବିଜୟ: ପାକିସ୍ତାନର ଆଗାମୀ ଯାତ୍ରା କଷ୍ଟକର

ପର୍ଥ,୨୭।୧୦: ପର୍ଥଠାରେ ଗୁରୁବାର ଖେଳାଯାଇଥିବା ସୁପର-୧୨ର ୨୪ତମ ମ୍ୟାଚରେ ପାକିସ୍ତାନକୁ ୧ ରନ୍‌ରେ ପରାସ୍ତ କରି ଜିମ୍ବାଓ୍ବେ ରୋମାଞ୍ଚକ ବିଜୟ ହାସଲ କରିଛି। ଚଳିତ ବିଶ୍ବକପରେ...

ଆର ସପ୍ତାହରେ ସେଫିଫାଇନାଲରୁ ଭାରତ ଫେରିବ: ଶୋଏବ

ଲାହୋର,୨୮।୧୦: ଟି୨୦ ବିଶ୍ୱକପ୍‌ର ସୁପର-୧୨ଚରଣରେ ପାକିସ୍ତାନ ଟିମ୍‌ ଲଗାତାର ଖରାପ ପ୍ରଦର୍ଶନ କରୁଛି। ଗୁରୁବାର ଦଳ ଦ୍ୱିତୀୟ ମ୍ୟାଚ୍‌ରେ ଜିମ୍ବାଓ୍ବେଠାରୁ ୧ ରନ୍‌ରେ ପରାଜିତ ହୋଇଛି।...

ସୁପର ସନ୍‌ଡେରେ ୩ ସୁପର ଓଭର

ଦୁବାଇ,୧୯।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସୁପର ସନ୍‌ଡେରେ ୩ ସୁପର ଓଭର ଦେଖିବାକୁ ମିଳିଛି। ୨ଟି ଯାକ ମ୍ୟାଚ ସୁପର ଓଭରରେ ସମାପ୍ତ ହୋଇଥିବାବେଳେ...

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର୍‌ କିଙ୍ଗ୍ସ

ଆବୁଧାବି, ୧୯।୧୦: ଆଇପିଏଲ୍‌ର ଚଳିତ ସଂସ୍କରଣର ୩୭ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ ରାଜସ୍ଥାନ ରୟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ...

ଅଷ୍ଟ୍ରେଲିଆ ଦିନିକିଆ ଦଳରେ ରିଚାର୍ଡଶନ ସାମିଲ

ସିଡ୍‌ନୀ, ୨୬।୨ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ଲାଗି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳରେ ଦ୍ରୁତ ବୋଲର ଝେ ରିଚାର୍ଡଶନଙ୍କୁ...

ଛେତ୍ରୀଙ୍କ ଡବଲ ଗୋଲରେ ଭାରତ ବିଜୟୀ

ଦୋହା, ୮।୬(ପି.ଟି.): ଚଳିତ ଫିଫା ବିଶ୍ୱକପ୍‌ ଓ ଏସିଆନ କପ୍‌ କ୍ୱାଲିଫାୟର୍ସ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ସୋମବାର ପଡ଼ୋଶୀ ବାଂଲାଦେଶକୁ ୨-୦ ଗୋଲରେ ପରାସ୍ତ କରିଛି।...

ହୁକାର୍ଜଙ୍କୁ ମାୟାମି ଟାଇଟଲ

ମାୟାମି, ୬ା୪ (ଏପି)-ପୋଲାଣ୍ଡର ହୁବର୍ଟ ହୁର୍କାଜ ମାୟାମି ଓପନ୍‌ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେରେ ଇଟାଲୀର ୧୯ ବର୍ଷୀୟ ଜାନିକ ସିନରଙ୍କୁ...

Advertisement
Archives

Model This Week