Posted inଖେଳ

ଇଷ୍ଟ୍‌ ଇଣ୍ଡିଆ ସ୍ନୁକର: ସୁବ୍ରତ ଚାମ୍ପିୟନ

ଭୁବନେଶ୍ୱର,୧୭।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶାର ତାରକା କ୍ୟୁସ୍ପୋଟର୍‌ସ ସ୍ପେଶାଲିଷ୍ଟ ତଥା ବର୍ତ୍ତମାନର ରାଜ୍ୟ ଚାମ୍ପିୟନ ସୁବ୍ରତ ଦାସ ୨୫ ଦିନ ମଧ୍ୟରେ ୩ଟି ଟାଇଟଲ ଜିତି ରେକର୍ଡ ସୃଷ୍ଟି କରିଛନ୍ତି। ପାଟଣାରେ ଅନୁଷ୍ଠିତ ଇଷ୍ଟ ଇଣ୍ଡିଆ ଓପନ ସ୍ନୁକର ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି ଓଡ଼ିଶାର ଓଡ଼ିଶାର ସୁବ୍ରତ ଦାସ। ସୋମବାର ଅନୁଷ୍ଠିତ ଫାଇନାଲରେ ସେ ଝାଡ଼ଖଣ୍ଡର ନମ୍ବର ଓ୍ବାନ ଖେଳାଳି ଆଦର୍ଶ ବର୍ମାଙ୍କୁ ୫-୪ ଫ୍ରେମ୍‌ରେ ପରାସ୍ତ କରିଛନ୍ତି। ଟାଇଟଲ ମୁକାବିଲା ତୀବ୍ର ସଂଘଷପୂର୍ଣ୍ଣ ହୋଇଥିବାବେଳେ ଶେଷରେ ସୁବ୍ରତ ୭୦-୨୫, ୪୦-୬୫, ୬୪-୨୩, ୫୩-୧୨, ୨୩-୬୪, ୭୧-୩୦, ୫୯-୫୯, ୬୧-୪୩ ପଏଣ୍ଟରେ ବାଜି ମାରିଥିଲେ। ପୂର୍ବରୁ ସୁବ୍ରତ ନଭେମ୍ବର ୩୦ରେ ରାଜ୍ୟ ସ୍ନୁକର ଫାଇନାଲରେ ପୂର୍ବତନ ଜାତୀୟ ଚାମ୍ପିୟନ ଆଶୁତୋଷ ପାଢ଼ୀଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ। ଏହାପରେ ଡିସେମ୍ବର ୮ରେ ସେ ୫ମ ଗୋଲ୍ଡେନ କିଙ୍ଗ୍‌ ଓପନ ସ୍ନୁକର ଟାଇଟଲ ଜିତିଥିଲେ। ଏବେ ଇଷ୍ଟଇଣ୍ଡିଆ ସ୍ନୁକର ଚାମ୍ପିୟନ ହୋଇ ସେ ଟାଇଟଲ ହାସଲରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଓଡ଼ିଶାରେ ସ୍ଥିର ପ୍ରଦର୍ଶନ କରୁଥିବା କ୍ୟୁ ସ୍ପୋଟର୍‌ସ ତାରକାଙ୍କ ମଧ୍ୟରେ ଶୀର୍ଷରେ ଥିବା ସୁବ୍ରତ ଏହାକୁ ମିଶାଇ କ୍ୟାରିୟରରେ ୨୮ଟି ଓପନ ଟାଇଟଲ ଜିତିଛନ୍ତି। ବିହାର ବିଲିୟାଡର୍‌ସ ଆସୋସିଏଶନ ସମ୍ପାଦକ ଶ୍ୟାମଲ ଶର୍ମା ଓ ଆଡିକ୍‌ଶନ ସ୍ନୁକର ସେଣ୍ଟର ଅଧ୍ୟକ୍ଷ ସକେତ ତିଓ୍ବାରୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୩।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଦବ୍‌ଦବା ଜାରି ରହିଛି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସେ ମଧ୍ୟ ପ୍ରଥମ ସ୍ଥାନରେ...

ଦଣ୍ଡିତ ହେଲେ ରାଣା

ମୁମ୍ବାଇ,୭।୪: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବ୍ୟାଟର ନୀତିଶ ରାଣା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ରେ ଲିବେଲ ୧ ନିୟମ ଭଙ୍ଗ କରିଛନ୍ତି। ଏଥିଯୋଗୁ...

ସିଡନୀରେ ପନ୍ତଙ୍କ ବ୍ୟାଟିଂ ଗାର୍ଡ ଘୋଡାଇବା ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ସ୍ମିଥ୍‌: କହିଲେ..

ବ୍ରିସ୍‌ବେନ୍‌,୧୩।୧: ଭାରତ ବିପକ୍ଷରେ ସିଡନୀରେ ଖେଳାଯାଇଥିବା ସିରିଜର ତୃତୀୟ ଟେଷ୍ଟରେ ରିଷଭ ପନ୍ତଙ୍କ ବ୍ୟାଟିଂ ଗାର୍ଡକୁ ଗୋଡରେ ଘୋଡାଉଥିବାର ନଜର ଆସିଥିଲେ ପୂର୍ବ ଅଧିନାୟକ ଷ୍ଟିଭ୍‌...

ଟସ୍‌ ଜିତିଲା ମୁମ୍ବାଇ

ମୁମ୍ବାଇ,୨୨।୪: ମୁମ୍ବାଇସ୍ଥିତ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଉଥିବା ଆଇପିଏଲ୍‌ର ୩୧ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି।...

ରାଜ୍ୟ ହକି ଚାମ୍ପିୟନଶିପ୍‌ରେ ସ୍ଥାନ ପାଇଲେ ପ୍ରୀତି

କୋକସରା,୨୫।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ରାଜ୍ୟ ହକି ଆସୋସିଏଶନ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଆୟୋଜିତ ହେଉଛି ରାଜ୍ୟ ହକି ଚାମ୍ପିୟନଶିପ୍‌। ଟୁର୍ନାମେଣ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ...

ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୯ (ସ୍ପୋଟର୍‌ସ ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା କ୍ରୀଡ଼ା କାର୍ଯ୍ୟକଳାପର ଆଉ ଏକ ମାଇଲ ଖୁଣ୍ଟ ହାସଲ କରିବାକୁ...

ଖଳନାୟକ ହେବାକୁ ସମୟ ଲାଗେ ନାହିଁ, କାହିଁକି ଏମିତି କହିଲେ କ୍ରିକେଟର

କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକର ବିଜୟ ଆଣିଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋନିସ କହିଛନ୍ତି ଯେ ବିଗ ବାଶ୍‌ ଲିଗ(ବିବିଏଲ୍‌) ଯୋଗୁ...

ମନ ଭାଙ୍ଗିଦେଲା ବର୍ଷା

ସାଉଥାମ୍ପଟନ,୧୮ା୬: ମନ ଭାଙ୍ଗିଦେଲା ବର୍ଷା। ଲଗାଣ ବର୍ଷ କାରଣରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ର ପ୍ରଥମ ଦିନ ଖେଳ ସମ୍ଭବ ହୋଇପାରିନାହିଁ। ଏପରି...

Advertisement
Archives

Model This Week