Posted inଖେଳ

ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌ ପଦବୀରୁ ଓହରିଲେ ମେଣ୍ଡେଜ୍‌

କୋଲକାତା, ୨୧ା୧ (ପି.ଟି.)-ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌ ଆଲେଜାଣ୍ଡ୍ରୋ ମେଣ୍ଡେଜ୍‌ ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କ ପଦବୀରୁ ଓହରିଯାଇଛନ୍ତି। ଏକ ଆଇ-ଲିଗ୍‌ ମ୍ୟାଚରେ ତାଙ୍କ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୋହନ ବାଗାନଠାରୁ ୧-୨ ଗୋଲରେ ପରାଜିତ ହେବାର ୪୮ଘଣ୍ଟା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଇଷ୍ଟ ବେଙ୍ଗଲର ହ୍ୟାଟ୍ରକ୍‌ ପରାଜୟ ପରେ ଏହି ସ୍ପାନିଶ ରେଫରି ବହୁ ସମାଲୋଚିତ ହୋଇଥିଲେ। ଇଷ୍ଟବେଙ୍ଗଲ ବର୍ତ୍ତମାନ ୭ଟି ମ୍ୟାଚରୁ ୮ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ମୋହନବାଗାନ ୮ଟି ମ୍ୟାଚରୁ ୧୭ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଅଗ୍ରଣୀ ରହିଛି। ପୂର୍ବତନ ରିୟଲ ମାଡ୍ରିଡ କାଷ୍ଟିଲା କୋଚ୍‌ ମେଣ୍ଡେଜ୍‌ଙ୍କ ଅଧୀନରେ ଇଷ୍ଟ ବେଙ୍ଗଲ ୨୦୧୮-୧୯ରେ ଇଷ୍ଟବେଙ୍ଗଲ ରନର୍ସଅପ୍‌ ହୋଇଥିଲା। କଲିକତା ଫୁଟ୍‌ବଲ ଲିଗ୍‌ ପ୍ରିମିୟର ଡିଭିଜନରେ ତୃତୀୟ ହୋଇଥିଲା। ମେଣ୍ଡେଜ କହିଛନ୍ତି ମୋ ସମୟରେ କ୍ଲବ ଅଗ୍ରଗତି କରିଥିବାରୁ ମୁଁ ଖୁସି। ମୋର ପରବର୍ତ୍ତୀ ଉତ୍ତରାଧିକାରୀଙ୍କ ନେତୃତ୍ୱରେ କ୍ଲବ ଆହୁରି ଉଚ୍ଚ ସ୍ତରକୁ ଯିବ ବୋଲି ମୋର ଆଶା। ନୂଆ ମୁଖ୍ୟ କୋଚ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଅନ୍ୟ କୋଚିଂ ଷ୍ଟାଫ୍‌ମାନେ ଦଳକୁ ଟ୍ରେନିଂ ଦେବା ଜାରି ରଖିବେ। ଇଷ୍ଟବେଙ୍ଗଲ ଏହାର ପରବର୍ତ୍ତୀ ମ୍ୟାଚ ଶନିବାର ଏକ ଆଓ୍ବେ ମ୍ୟାଚରେ ଚେନ୍ନାଇ ସିଟି ସହ ମୁକାବିଲା କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିର ବୃହତ୍‌ ପରାଜୟ

ମାରଗାଓ,୨୨।୧୨(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ପରାସ୍ତ ହୋଇଛି। ସ୍ଥାନୀୟ ଜାବହରଲାଲ ନେହେରୁ ଷ୍ଟାଡିୟମରେ ରବିବାର ଘରୋଇ...

ଆଲେଁସୋଙ୍କ ସଫଳ ଅସ୍ତ୍ରୋପଚାର

ଏନଷ୍ଟୋନ୍‌ (ୟୁକେ), ୧୩ା୨ (ଏପି)-ଫର୍ମୁଲା ଓ୍ବାନ ଡ୍ରାଇଭର ଫର୍ନାଣ୍ଡୋ ଆଲୋଁସୋଙ୍କ ମାଢ଼ିରେ ସଫଳ ଅସ୍ତ୍ରୋପଚାର ହୋଇଛି। ଗୁରୁବାର ସୁଇଜରଲାଣ୍ଡରେ ଏକ ସାଇକେଲ ଦୁର୍ଘଟଣାରେ ସେ ଆଘାତପ୍ରାପ୍ତ...

କଳିଙ୍ଗ ରନର୍ସର ଜାତୀୟସ୍ତରୀୟ ମାରାଥନ ୨୬ରେ

ଭୁବନେଶ୍ୱର,୧୨ା୨: କଳିଙ୍ଗ ରନର୍ସ ପକ୍ଷରୁ ୫ମ ଜାତୀୟ ସ୍ତରୀୟ ମାରାଥନ ଆସନ୍ତା ୨୬ ତାରିଖରେ ହେବ। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି...

ଅଲମ୍ପିକ୍‌ ଟେଷ୍ଟ ଇଭେଣ୍ଟ: ଶିବ ଥାପ୍ପା, ପୂଜାଙ୍କୁ ସ୍ବର୍ଣ୍ଣ

ଟୋକିଓ, ୩୧।୧୦ (ପି.ଟି.)- ଦୁଇ ଭାରତୀୟ ବକ୍ସର ଶିବ ଥାପ୍ପା ଓ ପୂଜାରାଣୀ ଏଠାରେ ଚାଲିଥିବା ଅଲିମ୍ପିକ ଟେଷ୍ଟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟତମ...

ଟସ ଜିତିଲା ସିଏସକେ, ପ୍ରଥମେ ବୋଲିଂ…

ଚେନ୍ନାଇ,୬।୫ : ଆଇପିଏଲ ୨୦୨୩ ର ୪୯ ତମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଶନିବାର ଚେନ୍ନାଇର ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମରେ...

ଡୋପିଙ୍ଗ୍‌: ସଞ୍ଜିବନୀ ଯାଦବ ୨ ବର୍ଷ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୧୮ା୭ (ପି.ଟି.)-ଡୋପିଙ୍ଗ ନିୟମ ଉଲ୍ଲଂଘନ କରିଥିବାରୁ ଲଙ୍ଗ୍‌ ଡିଷ୍ଟାନ୍ସ ଧାବିକା ସଞ୍ଜିବନୀ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ୍ସ(ଆଇଏଏଏଫ୍‌)ର ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌(ଏଆଇୟୁ) ଦ୍ୱାରା...

ନ୍ୟୁଜିଲାଣ୍ଡ ଟୁର୍‌ରୁ ବାଦ୍‌ ପଡିଲେ ଖଲିଲ ଅହମ୍ମଦ

ଖ୍ରିଷ୍ଟଚର୍ଚ୍ଚ, ୨୫ା୧ (ପି.ଟି.)-ଭାରତ ଏ’ କ୍ରିକେଟ ଦଳର ଚଳିତ ନ୍ୟୁଜିଲାଣ୍ଡ ଟୁର୍‌ରୁ ବାମହାତୀ ପେସ୍‌ ବୋଲର ଖଲିଲ ଅହମ୍ମଦ ବାଦ୍‌ ପଡ଼ିଛନ୍ତି। ଜାନୁୟାରୀ ୨୨ରେ ଭାରତ...

ଆଇପିଏଲରୁ ବାଦ୍‌ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୨୨।୪ : ସନରାଇଜର୍ସ ହାଇଦ୍ରାବାଦ୍‌ ପେସର ଟି. ନଟରାଜ ଚଳିତ ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ପୁଣି ଥରେ ସମସ୍ୟା ଦେଖାଦେଇଛି। ଆହତ ସମସ୍ୟା...

Advertisement
Archives

Model This Week