Posted inଖେଳ

ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌ ପଦବୀରୁ ଓହରିଲେ ମେଣ୍ଡେଜ୍‌

କୋଲକାତା, ୨୧ା୧ (ପି.ଟି.)-ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍‌ ଆଲେଜାଣ୍ଡ୍ରୋ ମେଣ୍ଡେଜ୍‌ ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କ ପଦବୀରୁ ଓହରିଯାଇଛନ୍ତି। ଏକ ଆଇ-ଲିଗ୍‌ ମ୍ୟାଚରେ ତାଙ୍କ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୋହନ ବାଗାନଠାରୁ ୧-୨ ଗୋଲରେ ପରାଜିତ ହେବାର ୪୮ଘଣ୍ଟା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଇଷ୍ଟ ବେଙ୍ଗଲର ହ୍ୟାଟ୍ରକ୍‌ ପରାଜୟ ପରେ ଏହି ସ୍ପାନିଶ ରେଫରି ବହୁ ସମାଲୋଚିତ ହୋଇଥିଲେ। ଇଷ୍ଟବେଙ୍ଗଲ ବର୍ତ୍ତମାନ ୭ଟି ମ୍ୟାଚରୁ ୮ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ମୋହନବାଗାନ ୮ଟି ମ୍ୟାଚରୁ ୧୭ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଅଗ୍ରଣୀ ରହିଛି। ପୂର୍ବତନ ରିୟଲ ମାଡ୍ରିଡ କାଷ୍ଟିଲା କୋଚ୍‌ ମେଣ୍ଡେଜ୍‌ଙ୍କ ଅଧୀନରେ ଇଷ୍ଟ ବେଙ୍ଗଲ ୨୦୧୮-୧୯ରେ ଇଷ୍ଟବେଙ୍ଗଲ ରନର୍ସଅପ୍‌ ହୋଇଥିଲା। କଲିକତା ଫୁଟ୍‌ବଲ ଲିଗ୍‌ ପ୍ରିମିୟର ଡିଭିଜନରେ ତୃତୀୟ ହୋଇଥିଲା। ମେଣ୍ଡେଜ କହିଛନ୍ତି ମୋ ସମୟରେ କ୍ଲବ ଅଗ୍ରଗତି କରିଥିବାରୁ ମୁଁ ଖୁସି। ମୋର ପରବର୍ତ୍ତୀ ଉତ୍ତରାଧିକାରୀଙ୍କ ନେତୃତ୍ୱରେ କ୍ଲବ ଆହୁରି ଉଚ୍ଚ ସ୍ତରକୁ ଯିବ ବୋଲି ମୋର ଆଶା। ନୂଆ ମୁଖ୍ୟ କୋଚ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଅନ୍ୟ କୋଚିଂ ଷ୍ଟାଫ୍‌ମାନେ ଦଳକୁ ଟ୍ରେନିଂ ଦେବା ଜାରି ରଖିବେ। ଇଷ୍ଟବେଙ୍ଗଲ ଏହାର ପରବର୍ତ୍ତୀ ମ୍ୟାଚ ଶନିବାର ଏକ ଆଓ୍ବେ ମ୍ୟାଚରେ ଚେନ୍ନାଇ ସିଟି ସହ ମୁକାବିଲା କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri