ଇରିଙ୍ଗାଝରଣରେ ବେଲଟିକିରିର ପୁନରାବୃତ୍ତି: ମିଥ୍ୟା ତଥ୍ୟ ଦେଇଥିଲା ଶିଶୁ ସୁରକ୍ଷା ବିଭାଗ

ଢେଙ୍କାନାଳ ଅଫିସ, ୧୨ା୭- ବେଲଟିକିରି ସେଲ୍‌ଟର ହୋମ୍‌ ଅନ୍ତେବାସୀ ନିର୍ଯାତନା ଘଟଣାରୁ କିଛି ଶିଖିଲାନି ଢେଙ୍କାନାଳ ଜିଲା ଶିଶୁ ସୁରକ୍ଷା ବିଭାଗ। ଶିଶୁ ନିର୍ଯାତନା ଭଳି ସମ୍ବେଦନଶୀଳ ଘଟଣାକୁ ଅତ୍ୟନ୍ତ ଖାମଖିଆଲ ଭାବେ ନେଲେ ବିଭାଗୀୟ ଅଧିକାରୀ। ଏପରି କି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ସରକାରଙ୍କୁ ଦେଲେ ମିଥ୍ୟା ତଥ୍ୟ। ଜିଲାରେ ଗୋଟିଏ ବି ଆଶ୍ରମ ସ୍କୁଲ ବେଆଇନ ଭାବେ ଚାଲୁ ନ ଥିବା କାଗଜପତ୍ରରେ ଦର୍ଶାଇ ସାବାସି ମଧ୍ୟ ନେଲେ। ହେଲେ କଙ୍କଡ଼ାହାଡ଼ ବ୍ଲକ ଇରିଙ୍ଗାଝରଣସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଗୁରୁକୁଳ ଆଶ୍ରମ ସ୍କୁଲର ଗଫଲତି ପଦାକୁ ଆସିବା ପରେ ସରକାରଙ୍କୁ ପ୍ରଦତ୍ତ ତଥ୍ୟରେ ସତ୍ୟତା ନ ଥିବା ସ୍ପଷ୍ଟ ହୋଇଛି। ଏହା ପରେ ଜିଲା ଶିଶୁ ସୁରକ୍ଷା ବିଭାଗର କାର୍ଯ୍ୟଦକ୍ଷତା ଉପରେ ପୁଣି ଥରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
୨୦୧୮ ନଭେମ୍ବର ୨୭ରେ ସଦର ବ୍ଲକ ବେଲଟିକିରିରେ ବେଆଇନ ଭାବେ ଚାଲିଥିବା ସେଲ୍‌ଟର ହୋମ୍‌ରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା ଢେଙ୍କାନାଳକୁ ଜାତୀୟସ୍ତରରେ ଚର୍ଚ୍ଚାର ଶିରୋନାମାକୁ ଆଣିଥିଲା। ଏହି ଘଟଣାରେ ସେଲ୍‌ଟର ହୋମ ମୁଖ୍ୟ ଫୟାଜ ରହମାନଙ୍କ ସମେତ ୩ ଜଣ ଗିରଫ ହୋଇଥିଲେ। ୯୪ ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରି ଅଭିଭାବକଙ୍କ ଜିମା ଦେଇଥିଲା ପ୍ରଶାସନ। ଏପରି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ବେଶ୍‌ ତତ୍ପରତା ଦେଖାଇଥିଲେ। ଜିଲାରେ ଚାଲୁଥିବା ସେଲ୍‌ଟର ହୋମ୍‌, ଆଶ୍ରମ ସ୍କୁଲଗୁଡିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଥିଲା। ତଦନୁଯାୟୀ ଢେଙ୍କାନାଳ ଜିଲା ଶିଶୁ ସୁରକ୍ଷା ବିଭାଗ ସରକାରଙ୍କୁ ତଥ୍ୟ ଦେଇଥିଲା। ବେଲଟିକିରି ପରେ ଜିଲାରେ ବେଆଇନ ଭାବେ କୌଣସି ସେଲ୍‌ଟର ହୋମ୍‌ କିମ୍ବା ଆଶ୍ରମ ଚାଲୁନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା। ହେଲେ ୨୩ ବର୍ଷ ଧରି ଆଦିବାସୀବହୁଳ କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଞ୍ଚାୟତ ଅନ୍ତର୍ଗତ ଇରିଙ୍ଗାଝରଣରେ ସରକାରୀ ନିୟମ ଉଲ୍ଲଂଘନ କରି ଚାଲିଥିବା ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଗୁରୁକୁଳ ଆଶ୍ରମ କିପରି ଶିଶୁ ସୁରକ୍ଷା ବିଭାଗ କିମ୍ବା ପ୍ରଶାସନ ନଜରକୁ ଆସିଲାନି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲାରେ ଠିକ୍‌ ଭାବେ ଯାଞ୍ଚ ହୋଇ ନ ଥିବାରୁ ଏପରି ଅବ୍ୟବସ୍ଥା ଦେଖାଦେଇଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ସରକାରଙ୍କୁ ମିଥ୍ୟା ରିପୋର୍ଟ ପ୍ରଦାନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ଉକ୍ତ ଆଶ୍ରମ ସ୍କୁଲ ୧୯୯୩ରୁ ଚାଲିଥିଲା। ଏଠାରେ ପ୍ରଥମରୁ ସପ୍ତମ ଯାଏ ପଢ଼ିବା ବ୍ୟବସ୍ଥା ରହିଥିଲା। ରାଜ୍ୟର ବିଭିନ୍ନ ଜିଲାରୁ ୧୩୨ ଜଣ ଛାତ୍ରୀଛାତ୍ର ପଢୁଥିଲେ। ଗତ ଜୁଲାଇ ୨ରେ ଯୋଡ଼ା ଅଞ୍ଚଳର ଛାତ୍ର ଶମ୍ଭୁନାଥ ନାଏକଙ୍କ ମୃତ୍ୟୁ ପରେ ଆଶ୍ରମ ବିଦ୍ୟାଳୟର କଳାକାରନାମା ପଦାକୁ ଆସିଥିଲା। ଏହାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ନୂତନ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା। ତଦନ୍ତ ବେଳେ ଅସ୍ବାସ୍ଥ୍ୟକର ପରିବେଶରେ ଅନ୍ତେବାସୀ ରହୁଥିବା ଜଣାପଡ଼ିଥିଲା। ଏହାପରେ ଗୁରୁବାର ସ୍କୁଲରେ ପଢୁଥିବା ୬୨ଜଣ ଛାତ୍ରୀଛାତ୍ରଙ୍କୁ ପ୍ରଶାସନ ଉଦ୍ଧାର କରିଛି।
ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲା। ହେଲେ ଅସୁସ୍ଥତା ଦର୍ଶାଇ ସେ ପ୍ରସଙ୍ଗ ଏଡ଼ାଇ ଯାଇଥିଲେ। ଏ ସମ୍ପର୍କରେ ବିଇଓଙ୍କୁ ପଚାରନ୍ତୁ ବୋଲି କହିଥିଲେ। ଜିଲା ଶିଶୁ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଏପରି ଦାୟିତ୍ୱହୀନ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ସାମାଜିକ କର୍ମୀ। ଏ ସଂକ୍ରାନ୍ତରେ କଙ୍କଡ଼ାହାଡ଼ ବ୍ଲକ ଦାୟିତ୍ୱରେ ଥିବା ପରଜଙ୍ଗ ବିଇଓ ହରିହର ଦେହୁରୀ କୁହନ୍ତି, ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଗୁରୁକୁଳ ଆଶ୍ରମ ବେଆଇନ ଭାବେ ଚାଲୁଥିବା ଜଣାପଡ଼ିବା ପରେ ୫ମାସ ତଳେ ଚିଠି ଲେଖି ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶାସନିକ ନିର୍ଦ୍ଦେଶକୁ ବେଖାତିର କରି ଆସୁଥିବା ସେ ସୂଚନା ଦେଇଛନ୍ତି।
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜିଲାପାଳ
ଉକ୍ତ ଆଶ୍ରମ ସ୍କୁଲ ବେଆଇନ ଭାବେ ଚାଲିଥିଲା। ଘଟଣା ପଦାକୁ ଆସିବା ପରେ ପିଲାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଅଭିଭାବକଙ୍କୁ ଡକାଇ ଆଲୋଚନା କରାଯିବ। ଏହାପରେ ଛାତ୍ରୀଛାତ୍ରଙ୍କୁ ଆବଶ୍ୟକତା ଅନୁଯାୟୀ ଥଇଥାନ କରାଯିବ। ବାହାର ଜିଲାରୁ ମଧ୍ୟ ଅନେକ ଛାତ୍ରୀଛାତ୍ର ସେଠାରେ ପାଠ ପଢ଼ୁଥିଲେ। ଏ ନେଇ ସମ୍ପୃକ୍ତ ଜିଲାର ଜିଲାପାଳଙ୍କ ସହ କଥାବାର୍ତ୍ତା କରାଯିବ ବୋଲି ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି। ମିଥ୍ୟା ତଥ୍ୟ ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜିଲାପାଳ କହିଲେ, ସେ ଜୁନ୍‌ ୩ରେ ଦାୟିତ୍ୱ ଗ୍ରହଣ କରିଛି। ପୂର୍ବ ଘଟଣା ସମ୍ପର୍କରେ ଧାରଣା ନାହିଁ। ଆଗକୁ ଏପରି ଅବହେଳା ବରଦାସ୍ତ କରାଯିବନି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri