ଇରାନ ଉପରେ ନୂଆ କଟକଣା

ଓ୍ବାଶିଂଟନ,୧୧ା୧ (ପି.ଟି.): ଇରାକସ୍ଥିତ ଆମେରିକାର ସେନା ଶିବିରକୁ ମିଶାଇଲ ମାଡ଼ ପରେ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ଇରାନ ଉପରେ ନୂଆ କଟକଣା ଲଗାଯାଇଛି। ଆମେରକା ପରରାଷ୍ଟ୍ର ସଚିବ ମାଇକ ପମ୍ପିଓ ଏବଂ ଟ୍ରେଜେରି ସେକ୍ରେଟାରି ଷ୍ଟିଭେନ ମଚିନ ଓ୍ବାଶିଂଟନରେ ଶୁକ୍ରବାର ଏହା ଘୋଷଣା କରିଛନ୍ତି।
ଆମେରିକା ପକ୍ଷରୁ କୁହାଯାଇଛି ଯେ ଏହି ନୂଆ କଟକଣା ଇରାନର ୮ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଜାରି କରାଯାଇଛି। ଏମାନେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ସୃଷ୍ଟି ସହ ମଙ୍ଗଳବାର ଏୟାର ଷ୍ଟ୍ରାଇକ୍‌ କରାଇଥିଲେ। ଇରାନର ବୟନ, ନିର୍ମାଣ, ଉତ୍ପାଦନ କିମ୍ବା ଖଣି କ୍ଷେତ୍ରରେ ସମ୍ପୃକ୍ତ ଥିବା ଯେକୌଣସି ବ୍ୟକ୍ତିଙ୍କ ଉପରେ କଟକଣା ଲାଗୁ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ଜାରି କରିବେ। ସେହିପରି ଇସ୍ପାତ ଓ ଲୌହ କ୍ଷେତ୍ର ବିରୋଧରେ ମଧ୍ୟ ପୃଥକ୍‌ କଟକଣା ଜାରି କରାଯିବ। ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଆମେ ଇରାନକୁ ମିଳୁଥିବା କୋଟି କୋଟି ଡଲାର ସହାୟତା ବନ୍ଦ କରିଦେବୁ ବୋଲି ଷ୍ଟିଭେନ ମଚିନ କହିଛନ୍ତି। ପ୍ରକାଶ ଯେ, ଗତ ୩ ତାରିଖରେ ବାଗଦାଦ ବିମାନବନ୍ଦରରେ ଇରାନର ରିଭୋଲ୍ୟୁଶନାରି ଗାର୍ଡ ଜେନେରାଲ କାସିମ ସୋଲେମାନୀଙ୍କୁ ଡ୍ରୋନ୍‌ ଆକ୍ରମଣରେ ଆମେରିକା ହତ୍ୟା କରିଥିଲା। ଏହାର ସପ୍ତାହେ ନ ପୂରୁଣୁ ଇରାନ ଆମେରିକା ସେନାଘାଟିକୁ ଟାର୍ଗେଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲିମ୍ପିଆଧୁରା-ଲିପୁଲେଖ-କାଲାପାନି ନେଇ ପୁଣି ଅଡ଼ି ବସିଲା ନେପାଳ…

କାଠମାଣ୍ଡୁ, ୨୯।୫ : ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା କହିଛନ୍ତି ଯେ ତାଙ୍କ ସରକାର ଏହାର ଅଞ୍ଚଳ ରକ୍ଷା କରିବାକୁ ପ୍ରସ୍ତୁତ। ଲିମ୍ପିୟାଧୁରା, ଲିପୁଲେଖ...

ଜାପାନ-ରୁଷିଆ ମଧ୍ୟରେ ବଢ଼ିଲା ଉତ୍ତେଜନା: କୁରିଲ ଦ୍ୱୀପରେ ରୁଷିଆ କ୍ଷେପଣାସ୍ତ୍ର ପ୍ରଣାଳୀ…

ମସ୍କୋ/ଟୋକିଓ,୬।୧୨ : ରୁଷିଆ ଏବଂ ଜାପାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ବାସ୍ତବରେ ରୁଷିଆର ଉତ୍ତେଜନାମୂଳକ ପଦକ୍ଷେପ ପରେ ଏଭଳି...

୧୧ ଦେଶକୁ ବ୍ୟାପିଲାଣି ନୂଆ ଷ୍ଟ୍ରେନ୍‌

ଲଣ୍ଡନ, ୨୮।୧୨ : ଇଂଲଣ୍ଡରେ ପ୍ରଥମେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ରୂପ ଏବେ ଅନ୍ୟ ୧୧ଟି ଦେଶକୁ ବ୍ୟାପିସାରିଲାଣି। ସଂକ୍ରମଣ ରୋକିବାକୁ ସମସ୍ତ ଉଦ୍ୟମ...

କୋରୋନା ଭାଇରସ୍‌ ସଂକ୍ରମଣ ମୃତ୍ୟୁସଂଖ୍ୟା ୧୭

ବେଜିଂ,୨୩ା୧(ପି.ଟି.): ଚାଇନାରେ କୋରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୭ରେ ପହଞ୍ଚତ୍ଛି। ଏହି ରୋଗରେ ୪୪୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଚାଇନା ନବବର୍ଷ ଓ...

ପିଲାଙ୍କୁ ଦିଆଯାଉଛି କୁକୁଡ଼ା ରକ୍ତର ଇଞ୍ଜେକ୍ସନ, କାରଣ ଜାଣିଲେ…

ବେଜିଂ,୧୧ା୧୧: ଚାଇନାର ଲୋକମାନେ ସେମାନଙ୍କର ଅଜବ ଖାଦ୍ୟ ଏବଂ ପାନୀୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। କୁହାଯାଏ, ଚାଇନିଜ୍‌ମାନେ ଯେକୌଣସି ଖାଦ୍ୟ ଖାଇପାରନ୍ତି। ବର୍ତ୍ତମାନ ଚାଇନାରେ...

‘ଭିକ୍ଷା ଥାଳି ଧରି ବୁଲୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ, କେହି ପଇସାଟିଏ ଦେଉନାହାନ୍ତି’

ଇସଲାମାବାଦ୍‌,,୨୨।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ‘ଭିକ୍ଷା ଥାଳ’ ଧରି ପୃଥିବୀର ବିଭିନ୍ନ...

ଚେର୍ନୋବିଲ୍‌ରୁ ତେଜସ୍କ୍ରିୟ ବିକିରଣ

ୟୁକ୍ରେନ୍‌ର ଚେର୍ନୋବିଲ ଆଣବିକ ପ୍ଲାଣ୍ଟରେ ୧୯୮୬ ଏପ୍ରିଲ ୨୬ରେ ଏକ ରିଆକ୍ଟରରେ ବିସ୍ଫୋରଣ ଘଟିବାରୁ ସାରା ୟୁରୋପରେ ରେଡିଓଆକ୍ଟିଭ ବିକିରଣ ଘଟିଥିଲା। ୨୦୧୭ରେ ନଷ୍ଟ ହୋଇଯାଇଥିବା...

ଆଫଗାନିସ୍ତାନ ସଙ୍କଟ ଯୋଗୁ ପୁଣି ପୋଲିଓ ଆତଙ୍କ…

ଜେନେଭା,୨୪।୮: ସମ୍ପ୍ରତି ଆଫଗାନିସ୍ତାନରେ ସଙ୍କଟ ବଢ଼ିବାରେ ଲାଗିଛି। ଏହା ଯୋଗୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମଗ୍ର ପୃଥିବୀରେ ପୋଲିଓ ଆତଙ୍କ ପୁଣି ବଢ଼ିପାରେ ବୋଲି...

Advertisement
Archives

Model This Week