ଇରାକରେ ସରକାର ବିରୋଧୀ ବିକ୍ଷୋଭ: ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲା

ବାଗଦାଦ,୬ା୧୦(ପି.ଟି.): ଇରାକରେ ସରକାର ବିରୋଧୀ ବିକ୍ଷୋଭ ଶନିବାର ପଞ୍ଚମ ଦିନରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୦୦ ଛୁଇଁଲାଣି। ଏଥିସହିତ ୪୦୦୦ ଲୋକ ଆହତ ହୋଇଛନ୍ତି। ଦକ୍ଷିଣ ଇରାକର ବିଭିନ୍ନ ସହରକୁ ମଧ୍ୟ ବିକ୍ଷୋଭ ବ୍ୟାପିଲାଣି। ପ୍ରଧାନମନ୍ତ୍ରୀ ଆଦେଲ୍‌ ଅବ୍‌ଦେଲ ମହଦିଙ୍କ ଇସ୍ତଫା ଦାବି କରିଛନ୍ତି ଶିହା ସମ୍ପ୍ରଦାୟର ମୁଖ୍ୟ ମୌଲବୀ ମକତଦା ସଦ୍‌ର। ବ୍ୟବସ୍ଥା ବଦଳିବା ଦରକାର ବୋଲି ବିକ୍ଷୋଭକାରୀ କହିଛନ୍ତି।
ଏହି ତୈଳ ସମୃଦ୍ଧ ରାଷ୍ଟ୍ରରେ ବେରୋଜଗାରି ଓ ଦୁର୍ନୀତିର ଅତ୍ୟଧିକ ବୃଦ୍ଧି ସାଙ୍ଗକୁ ଆର୍ଥତ୍କ ସ୍ଥିତି ଖରାପ ହେବାରେ ଲାଗିଛି। ଲୋକଙ୍କୁ ଉପଯୁକ୍ତ ସେବା ମିଳୁନାହିଁ, ଯାହା ସେମାନଙ୍କୁ କ୍ଷୁବ୍ଧ କରିଛି। ଏହାର ପ୍ରତିବାଦରେ ମଙ୍ଗଳବାରଠାରୁ ସେଠାରେ ସରକାର ବିରୋଧୀ ବିକ୍ଷୋଭ ଜାରି ରହିଛି। ବିକ୍ଷୋଭକାରୀଙ୍କ ନ୍ୟାୟସଙ୍ଗତ ଦାବିକୁ ବିଚାରକୁ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ମହଦି କହିବା ସହ ସେମାନଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି। ଏହା ସତ୍ତ୍ୱେ ହଜାର ହଜାର ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବାଗ୍‌ଦାଦ୍‌ରେ କର୍ଫ୍ୟୁ ଜାରି ହୋଇଥିଲା। ଶନିବାର ରାଜଧାନୀରୁ ଦିନ ବେଳା କର୍ଫ୍ୟୁକୁ ଉଠାଇଦିଆଯାଇଛି। ଇଣ୍ଟରନେଟ ସଂଯୋଗ ମଧ୍ୟ ଛିନ୍ନ କରାଯାଇଛି। ତାହରିର୍‌ ସ୍କୋୟାର ଅଭିମୁଖେ ଅଗ୍ରସର ହେଉଥିବା ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଗୁଳିଚାଳନା କରାଯାଇଥିଲା।
ଆର୍ଥତ୍କ ପରିଚାଳନାରେ ସରକାର ବିଫଳ ହୋଇଥିବାବେଳେ ଦୁର୍ନୀତି ସବୁ ସୀମା ଟପିଗଲାଣି। ଏହାକୁ ବିରୋଧ କରି ବାଗଦାଦ ଓ ଅନ୍ୟ ସହରରେ ହଜାର ହଜାର ଯୁବକ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଦଳମତ ନିର୍ବିଶେଷରେ ସବୁ ଧର୍ମ ଓ ସମ୍ପ୍ରଦାୟର ଲୋକେ ବିକ୍ଷୋଭକୁ ସମର୍ଥନ କରିଛନ୍ତି। ଫଳରେ ମହଦି ସରକାର ଅଡୁଆରେ ପଡିଯାଇଛନ୍ତି। ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି। ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଗୁଳି ଚଳାଇବା ସହ ଲୁହବୁହା ବାଷ୍ପ ଓ ପାଣି ମାଡ଼ କରୁଛି। ଇରାକ ମାନବାଧିକାର ହାଇକମିଶନଙ୍କ ତଥ୍ୟ ଅନୁଯାୟୀ ପାଖାପାଖି ୧୦୦ ବିକ୍ଷୋଭକାରୀଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଶତାଧିକ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି। ବାଗଦାଦ ସମେତ ନସିରିୟା, ଆମରା, ନଜାଫ୍‌ ଓ ହିଲ୍ଲା ସହରରେ କର୍ଫ୍ୟୁ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ମହଲା କୋଠାରେ ଅଗ୍ନିକାଣ୍ଡ, ୩୧ ଜୀବନ୍ତ ଦଗ୍ଧ…

ତାଇପେ,୧୪।୧୦: ତାଇଓ୍ବାନର ଦକ୍ଷିଣ ଅଞ୍ଚଳରେ ଗୁରୁବାର ଏକ ୧୩ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୩୧ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୫୫ ଜଣଙ୍କୁ ଉଦ୍ଧାର...

ଦଳକୁ କାଳ ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟକାଳ

ବେଜିଂ, ୧।୭: ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଜୁଲାଇ ୧ରେ ଏହାର ଶତବାର୍ଷିକୀ ପାଳନ କରୁଛି। ତେବେ ସିପିସିର ମୁଖ୍ୟ ଭାବେ ରାଷ୍ଟ୍ରପତି ଶି...

ବୁଡ଼ାଜାହାଜ ପଠାଇବା କଥାକୁ ଅସ୍ବୀକାର କଲା ଆମେରିକା

ଓ୍ବାଶିଂଟନ,୧୩ା୨: ଆମେରିକାର ବୁଡ଼ାଜାହାଜ ରୁଷିଆର ସାମୁଦ୍ରିକ ସୀମାରେ ପ୍ରବେଶ କରି ଅନ୍ତର୍ଜାତୀୟ ସୀମା ଉଲ୍ଲଂଘନ କରିଛି ଏବଂ ୟୁକ୍ରେନ ସହିତ ତିକ୍ତତା ବୃଦ୍ଧି ପାଇଁ କାର୍ଯ୍ୟ...

ବାଂଲାଦେଶରେ ବିଦ୍ରୋହ: ଶେଖ ହସିନାଙ୍କ ଇସ୍ତଫା ଦାବି କଲେ ଲୋକେ…

ଢାକା,୧୦।୧୨ : ଶନିବାର ସକାଳେ ବାଂଲାଦେଶରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଛି। ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି)ର ନେତୃତ୍ୱରେ ଡକାଯାଇଥିବା ରାଲିରେ ହଜାର ହଜାର...

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଅପମାନଜନକ ମନ୍ତବ୍ୟ ଦେଲେ କିମ୍‌ଙ୍କ ଭଉଣୀ

ସିଓଲ,୨୪ା୧୧: ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ନେଇ ଦକ୍ଷିଣ କୋରିଆର ବିବୃତ୍ତି ପରେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଭଉଣୀ ରାଷ୍ଟ୍ରପତିଙ୍କ ଉପରେ...

ତାଇଓ୍ବାନ ଉପରେ ସାଇବର ଆକ୍ରମଣ କରିବାକୁ ଚାଇନାର ଷଡ଼ଯନ୍ତ୍ର…

ବେଜିଂ,୨।୧୧ : ଆମେରିକାର ଜଣେ ବରିଷ୍ଠ ଅଧିକାରୀ ତାଇୱାନକୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ସେକହିଛନ୍ତି ଯେ ଚାଇନା ସେନା ତାଇୱାନ ଉପରେ ଯେ କୌଣସି...

କୋଭିଶିଲ୍ଡର ୨ ଡୋଜ୍‌ର ସମୟ ସୀମା ୧୦ ମାସ ରହିଲେ ମିଳିବ ଅଧିକ ସୁଫଳ…

ଲଣ୍ଡନ,୨୯।୬: ଭାରତରେ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଶିଲ୍ଡ ଭାକ୍ସିନ୍‌ର ୨ ଡୋଜ୍‌ ମଧ୍ୟରେ ସମୟ ସୀମା ୧୦ ମାସ ରହିଲେ ଅଧିକ ସୁଫଳ...

ଆମେରିକା ହିଁ ୟୁକ୍ରେନ୍‌ ଯୁଦ୍ଧ ପାଇଁ ଦାୟୀ, ଇରାନ୍‌ ସୁପ୍ରିମ୍‌ ଲିଡରଙ୍କ ଆକ୍ଷେପ…

ତେହେରାନ,୧।୩ : ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ନେଇ ଇରାନ୍‌ର ସୁପ୍ରିମ୍‌ ଲିଡର ଆୟତୁଲା ଅଲ୍ଲୀ ଖାମନେଇ ଆମେରିକା ଉପରେ ଦୋଷ ବୋଳିଛନ୍ତି। ସେ କହିଛନ୍ତି...

Advertisement
Archives

Model This Week