ଇମ୍ରାନଙ୍କ ଜିଦ୍‌ ପାଇଁ ପିତାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ପାରିଲେନି ପୁଅ

ଇସ୍‌ଲାମାବାଦ,୧୧।୨: ଚାଇନାର ଉହାନ ସହରରେ ରହି ପିଏଚ୍‌ଡି କରୁଥିବା ପାକିସ୍ତାନର ଛାତ୍ର ହସନ ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ନ ପାରିବାକୁ ନେଇ ପାକିସ୍ତାନର ଇମ୍ରାନ ସରକାରଙ୍କୁ ଦାୟୀ କରିଛନ୍ତି। ଚାଇନାରେ ଏବେ କରୋନାଭାଇରସ ମହାମାରୀର ରୂପ ନେଇଥିବା ବେଳେ ସେଠାରେ ଥିବା ପାକିସ୍ତାନ ନାଗରିକଙ୍କୁ ଇମ୍ରାନ ସରକାର ଫେରାଇ ଆଣିବାକୁ ଚାହୁଁ ନାହାନ୍ତି। ରୋଗର ଭୟାବହତାକୁ ଦେଖି ଇମ୍ରାନ ସରକାର ଏକ ପ୍ରକାର ଜିଦ୍‌ରେ ରହିଥିବା କୁହାଯାଉଛି। ଏପଟେ ହସନଙ୍କ ପିତା ହୃଦଘାତରେ ମୃତ୍ୟୁ ହେବା ପୂର୍ବରୁ ସେ ଥରେ ତାଙ୍କ ପୁଅକୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ଇମ୍ରାନ୍‌ ସରକାରଙ୍କ ଜିଦ୍‌ ପାଇଁ ସେ ସ୍ବଦେଶ ଫେରି ପାରି ନ ଥିବା କହିଛନ୍ତି। ଏମିତିକି ଏବେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ପାକିସ୍ତାନ ଆସିବାକୁ ଅନୁମତି ମିଳୁ ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନାଭାଇରସ ସଂକ୍ରମଣରେ ଏବେ ଚାଇନାରେ ପ୍ରାୟ ୧୦୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ହଜାରରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ରେ ଗୁଳିବର୍ଷା: ୧୪ ମୃତ୍ୟୁ, ୧୦ ଆହତ

ଜୋହାନ୍ସବର୍ଗ,୧୦।୭: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ସୋଭେଟୋ ଟାଉନସିପ ନିକଟରେ ଅବସ୍ଥିତ ଏକ ବାର୍‌ରେ ଗୁଳିକାଣ୍ଡ ଘଟିଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୧୦ରୁ ଅଧିକ...

ଏବେ ଶାନ୍ତିର ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ,୩।୨: ଅହିଂସା ଛାଡି ଏବେ ହିଂସା ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ। ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ନିକଟୋର ଦେଇଥିବା ଏକ ବୟାନରୁ...

ପୁଣି ଲକ୍‌ଡାଉନ୍‌ ଘୋଷଣା

ବର୍ଲିନ,୨୯।୧୦: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଦ୍ୱିତୀୟ ଥର ପାଇଁ ଜର୍ମାନୀ ଏବଂ ଫ୍ରାନ୍ସରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଏବଂ...

ଭୟଙ୍କର ତୁଷାର ଝଡ଼: ୧୩୦୦ରୁ ଅଧିକ ବିମାନ ବାତିଲ…

ଓ୍ବାଶିଂଟନ,୨୩।୨ : ଆମେରିକାରେ ତୁଷା ଝଡ଼ ବିପଦ ବଢ଼ିବାରେ ଲାଗିଛି। ଏହି ଝଡ଼ ପଶ୍ଚିମ ଏବଂ କେନ୍ଦ୍ରୀୟ ରାଜ୍ୟଗୁଡିକରେ ଜାରି ରହିଛି। ଫଳେରେ ସୁରକ୍ଷା କାରଣରୁ...

ଟ୍ରମ୍ପ୍‌ଙ୍କ ଧମକ: ଗୁଗୁଲ, ଫେସବୁକ୍‌ ଓ ଟୁଇଟର ଉପରେ ଚାଲିବ ମକଦମା

ଓ୍ବାଶିଂଟନ,୨୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ୍‌ ମିଡ଼ିଆକୁ ଧମକ୍‌ ଦେଇଛନ୍ତି। ଗୁଗୁଲ, ଫେସବୁକ୍‌ ଓ ଟୁଇଟର୍‌ ଉପରେ ମକଦମା ଚଳାଇବାକୁ ସେ ଚେତାବନୀ ଦେଇଛନ୍ତି।...

ଚାଇନାରେ ପଢୁଥିବା କେଉଁ ଭାରତୀୟ ଛାତ୍ରଙ୍କୁ ମିଳିବ ଲାଇସେନ୍ସ ଜାଣନ୍ତୁ…

ବେଜିଂ,୭ା୧୧: ପ୍ରତିବର୍ଷ ବହୁ ସଂଖ୍ୟକ ଭାରତୀୟ ଛାତ୍ରୀଛାତ୍ର ଡାକ୍ତରୀ ଅଧ୍ୟୟନ ପାଇଁ ଚାଇନା ଯାଇଥାନ୍ତି। ତେବେ କରୋନା ଅବଧି ସମୟରେ ହଜାର ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ...

ଫ୍ରାନ୍ସରେ ବିସ୍ଫୋରଣ: ୭ ମୃତ

ପ୍ୟାରିସ୍‌,୧୬ା୨: ଦକ୍ଷିଣ ଫ୍ରାନ୍ସର ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ୨ ପିଲାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୨...

ନାଇଜେରିଆ ଇଦୋର ରେଲୱେ ଷ୍ଟେଶନରୁ ୩୦ ଲୋକଙ୍କୁ ଅପହରଣ କଲେ ବନ୍ଧୁକଧାରୀ

ଅବୁଜା,୯ ।୧: ନାଇଜେରିଆର ଦକ୍ଷିଣ ଭାଗରେ ଇଦୋରେ ଅଜ୍ଞାତ ବନ୍ଧୁକଧାରୀମାନେ ଏକ ରେଳୱେ ଷ୍ଟେଶନ ଉପରେ ଆକ୍ରମଣ କରିଛନ୍ତି । ସେଠାରୁ ସେମାନେ ଅତିକମରେ ୩୨...

Advertisement
Archives

Model This Week